Advertisment

ବଢ଼ିଲା LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର(LPG Gas Cylinder Price)ର ଦାମ୍‌ ବୃଦ୍ଧି ପାଇଛି। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବଢ଼ିଲା LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌

LPG Gas Cylinder Price

ନୂଆଦିଲ୍ଲୀ: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର(LPG Gas Cylinder Price)ର ଦାମ୍‌ ବୃଦ୍ଧି ପାଇଛି। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି କରିଛନ୍ତି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୭୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡରରେ କୌଣସି ବୃଦ୍ଧି କରାଯାଇ ନାହିଁ। 

Advertisment

ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୧,୫୦୦ ଟଙ୍କାରୁ ବୃଦ୍ଧି ପାଇ ୧,୬୨୩ ଟଙ୍କାରେ ପହଞ୍ଚିଛି। ପ୍ରତି ଗ୍ୟାସ୍‌ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୧,୬୨୩ ଟଙ୍କା ରହିଛି। ଜୁଲାଇ ୧ରେ ତୈଳ କମ୍ପାନୀ ଗୁଡ଼ିକ ପ୍ରତି ଗ୍ୟାସ୍‌ ସିଲିଣ୍ଡରକୁ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ। ଦିଲ୍ଲୀରେ ୧୪.୨ କିଲୋ ବିନା ସବ୍‌ସିଡି ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ୮୩୪ ଟଙ୍କା ୫୦ ପଇସା ଥିବାବେଳେ କୋଲକାତାରେ ୮୬୧, ମୁମ୍ବାଇରେ ୮୩୪ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୫୦ ଟଙ୍କା ୫୦ ପଇସା ରହିଛି।

Advertisment

ଯଦି ଆପଣ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଜାଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ସରକାରୀ ତୈଳ କମ୍ପାନୀର ୱେବ୍‌ସାଇଟ୍‌ରେ ଚେକ୍‌ କରିପାରିବେ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପ୍ରତ୍ୟେକ ମାସର ପହିଲାରେ କମ୍ପାନୀ ଗୁଡ଼ିକ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଅପଡେଟ୍‌ କରିଥାନ୍ତି। IOCLର ଅଫିସିଆଲ୍‌ ୱେବ୍‌ସାଇଟ୍‌ https://iocl.com/Products/IndaneGas.aspxକୁ ଯାଇ ଆପଣ ସିଲିଣ୍ଡରର ଦାମ୍‌ ଚେକ୍‌ କରିପାରିବେ। 

LPG Gas Cylinder Price LPG Gas Price
Advertisment
Advertisment