ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦର ଅନ୍ତ ଘଟିବାକୁ ଯାଉଛି। ଆଜି ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି। ଦେଖନ୍ତୁ, ରିଲ୍ ଲାଇଫରେ କେମିତି ଦିଶୁଛନ୍ତି ପିଏମ୍ ମୋଦି
ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାଯିବ। ଏଥପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ ହେବ । ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ସପ୍ତାହରେ ମଧ୍ୟବର୍ତ୍ତକାଳୀନ ରାୟ ଦିଆଯିବ ବୋଲି ସୂଚନା ମିଳିଛି ।
ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇଲେ ରଦ୍ଦ ହେବ ଲାଇସେନ୍ସ ଏବଂ ତଣ୍ଡ ଗଣିବେ ଗାଡ଼ି ଚାଳକ । ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା ।
ଦେଶର ୨୭ତମ ବାଯୁସେନା ମୁଖ୍ୟ ହେବାକୁ ଯାଉଛନ୍ତି ଭି ଆର ଚୌଧୁରୀ । ୧୯୮୨ ମସିହାରୁ ସେ ବାୟୁସେନାରେ କାର୍ଯ୍ୟ କରିଆସୁଛନ୍ତି ।
ସାଧାରଣ ନାଗରିକଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିବା ଆତଙ୍କବାଦୀକୁ ଏନ୍କାଉଣ୍ଟରରେ ନିପାତ କଲେ ସୁରକ୍ଷାବାହିନୀ ।
ଦିଲ୍ଲୀ ଓ ଉତ୍ତର ପ୍ରଦେଶର ନୋଏଡାରୁ ବିପୁଳ ପରିମାଣର ହେରୋଇନ ଓ କୋକିନ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଆଫଗାନ ଓ ଉଜବେକିସ୍ତାନର ନାଗରିକ ମଧ୍ୟ ଅଛନ୍ତି।
ସାମ୍ନାକୁ ଆସିଲା NEET ମେଡିକାଲ୍ ପ୍ରବେଶିକା ପରୀକ୍ଷା ସହ ଜଡ଼ିତ ଏକ ଘୋଟାଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରକ୍ସି ବ୍ୟବହାର କରିବାକୁ ପ୍ରୟାସ କରାଯାଇଥିଲା ଓ ପ୍ରତି ଆଶାୟୀପ୍ରାର୍ଥୀଙ୍କଠୁ ୫୦ ଲକ୍ଷ ଟଙ୍କା ନିଆଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ସୁପାରିଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣକୁ ନେଇ ଏଯାଏ ସସ୍ପେନ୍ସ ରହିଛି ।
୧୪ ମାସ ପୂର୍ବରୁ ଭାରତୀୟ ସେନାର ଜଣେ ଯବାନଙ୍କୁ ସନ୍ଦିଗ୍ଧ ଆତଙ୍କୀମାନେ ଜମ୍ମୁକଶ୍ମୀରରୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ବି ଯବନାଙ୍କର କୌଣସି ଠିକଣା ମିଳି ନ ଥିଲା। ହେଲେ ଦୀର୍ଘ ମାସ ପରେ ନିଖୋଜ ଯବାନଙ୍କ ପିତା ପୁଅର ମୃତ ଦେହକୁ ଏକ ବଗିଚା ଭିତରୁ ଉଦ୍ଧାର କରିଛନ୍ତି।
ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ
ପଶ୍ଚିମବଙ୍ଗ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କୁ କଡା ଟକ୍କର ଦେବାକୁ ବିଜେପି ଚଲାଇଛି ଜୋରଦାର କ୍ୟାମ୍ପେନ। ମମତାଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ନିଜ ପ୍ରଚାର ଅଭିଯାଜକୁ ଜୋରଦାର କରିଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ
ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ସମାଧି ଦିଆଯାଇଥିଲା।
ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।
ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି।
ଚଳିତ ବର୍ଷ ନଭେମ୍ବରରେ ମହିଳାଙ୍କୁ National Defence Academy (NDA) ପରୀକ୍ଷାରେ ସାମିଲ କରାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। NDA ପ୍ରବେଶିକା ପରୀକ୍ଷାରେ ମହିଳାଙ୍କୁ ସାମିଲ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।
ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍ ଆଜି ହେବ ଶବ ବ୍ୟବଚ୍ଛେଦ।
ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍ ଶେଷରେ ଫସର ଫାଟିଛି।
୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନରେ ପହଞ୍ଚିବେ।
ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି କୋଭିସିଲ୍ଡ ।
ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ସହରରେ ଏହା ପ୍ରାୟ ୧ ରହିଛି। ଦିଲ୍ଲୀ ଏବଂ ପୁଣେରେ R ଭାଲ୍ୟୁ ୧ ରୁ କମ୍ ଅଛି। ମହାରାଷ୍ଟ୍ର ଏବଂ କେରଳର R ଭାଲ୍ୟୁ ୧ରୁ କମ୍ ରହିଛି।
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ । ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର ଚୌଧରୀ ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ତୋଷ ତିୱାରୀ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। ଏମାନେ ତାଙ୍କୁ ମାନସିକ ସ୍ତରରେ ଅସୁବିଧାରେ ପକାଉଥିଲେ।