Advertisment

ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି, ଆମେ ସାବଧାନ ରହିବା ଉଚିତ୍: RSS ମୁଖ୍ୟ ମୋହନ ଭାଗବତ

ତାଲିବାନ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନକୁ ଟାର୍ଗେଟ କରି ମୋହନ ଭାଗବତ କହିଛନ୍ତି, ‘ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି। ଆମେ ସାବଧାନ ରହିବା ଉଚିତ୍। ତାଲିବାନକୁ ଏବେବି ପାକିସ୍ତାନ, ଚୀନ୍ ସହଯୋଗ କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
RSS chief Mohan Bhagwat

RSS chief Mohan Bhagwat

ନାଗପୁର: ଦେଶରେ ଜନସଂଖ୍ୟା ନୀତି ଲାଗୁ ଉପରେ ପୁଣି ଜୋର ଦେଲେ RSS ମୁଖ୍ୟ ମୋହନ ଭାଗବତ। ଆଜି ନାଗପୁର ସ୍ଥିତ ସଂଘ ପ୍ରତିଷ୍ଠା ଦିବସରେ ଉଦ୍‌ବୋଧନ ଦେଇ ମୋହନ ଭାଗବତ କହିଛନ୍ତି, ଜନସଂଖ୍ୟା ପଲିସି ଉପରେ ପୁଣି ବିଚାର କରିବାର ଆବଶ୍ୟକତା ରହିଛି। ଜନସଂଖ୍ୟା ଅସମାନତା ସମସ୍ୟା ସୃଷ୍ଟି କରୁଛି। ଏଥିଯୋଗୁ  ୫୦ ବର୍ଷ ପାଇଁ ଜନସଂଖ୍ୟା ନୀତି କରିବା ଆବଶ୍ୟକ। ନୂଆ ନୀତି ହେଲେ ସମସ୍ତଙ୍କ ଉପରେ ସମାନ ଭାବେ ଲାଗୁ କରାଯିବା ଉଚିତ୍।

Advertisment

ଏହି ଅବସରରେ RSS ମୁଖ୍ୟ ମୋହନ ଭାଗବତ ତାଲିବାନ ପ୍ରସଙ୍ଗରେ ପାକିସ୍ତାନ ଓ ଚୀନର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,‘ସମୟ ସହ ବିଶ୍ୱରେ ଭାରତର ମହତ୍ୱ ଓ ସମ୍ମାନ ବଢ଼ିବାରେ ଲାଗିଛି। କିନ୍ତୁ ପୂର୍ବ ଇତିହାସକୁ ଯୁବପିଢ଼ି ବୁଝିବା ଜରୁରୀ। ଭାରତର ବିଭାଜନ ଏକ ଦୁଃଖଦ ଇତିହାସ ଥିଲା। ଯୁବପିଢ଼ି ଏସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ବୋଲି ଦୃଢ଼ତାର ସହ ମୋହନ ଭାଗବତ କହିଛନ୍ତି। ସମାଜରେ ଭେଦ ସୃଷ୍ଟି ଭଳି ନୁହେଁ ବରଂ ଲୋକଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯୋଡ଼ିବା ଭଳି ଭାଷା ପ୍ରୟୋଗ କରାଯିବା ଦରକାର।’

Advertisment

ତାଲିବାନ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନକୁ ଟାର୍ଗେଟ କରି ମୋହନ ଭାଗବତ କହିଛନ୍ତି, ‘ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି। ଆମେ ସାବଧାନ ରହିବା ଉଚିତ୍। ତାଲିବାନକୁ ଏବେବି ପାକିସ୍ତାନ, ଚୀନ୍ ସହଯୋଗ କରୁଛନ୍ତି। ଭାରତ ପ୍ରତି ଏହି ଦୁଇ ଦେଶର ମାନସିକତା ଏବେ ବି ବଦଳିନି। ଯଦିଓ ତାଲିବାନ ସମୟ ସହ ବଦଳିଛି। କିନ୍ତୁ ପାକିସ୍ତାନ ଏବଂ ଚୀନ ଏବେ ବି ନିଜ ସ୍ୱଭାବ ବଦଳାଇ ନାହାନ୍ତି।  ସମସ୍ୟାର ସମାଧାନ ପାଇଁ କଥାବାର୍ତ୍ତା, ଆଲୋଚନା ଜରୁରୀ। କିନ୍ତୁ ନିଜ ସୁରକ୍ଷାକୁ ପ୍ରଥମେ ଗୁରୁତ୍ୱ ଦେଇ ଆଲୋଚନା କରିବା ଜରୁରୀ। ସୀମା ସୁରକ୍ଷା ଆହୁରି କଡ଼ାକଡ଼ି ହେବାର ଆବଶ୍ୟକତା ରହିଛି।’

RSS Chief Mohan Bhagwat RSS
Advertisment
Advertisment