• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା(Global Hunger Index- GHI)ରେ ୧୦୧ତମ ସ୍ଥାନକୁ ଖସିଛି ଦେଶ। ୨୦୨୦ରେ ୯୪ତମ ସ୍ଥାନରେ ଥିଲା ଭାରତ। 

ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛନ୍ତି। ତାଲିକାର ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ, ୭୧ରେ ମିଆଁମାର, ୯୨ରେ ପାକିସ୍ତାନ ରହିଛି। ଚଳିତ ଥର ଭାରତର ହଙ୍ଗର ପଏଣ୍ଟ ୩୮.୮ରୁ ଖସି ୨.୮ରେ ପହଞ୍ଚିଛି। ସମାନ ଅବସ୍ଥା ୨୦୧୨ରେ ବି GHIରେ ପରିଲକ୍ଷିତ ହୋଇଥିଲା। ଚୀନ, ବ୍ରାଜିଲ, କୁଏତ ଭଳି ୧୮ଟି ରାଷ୍ଟ୍ର ଏହି ତାଲିକାର ଶୀର୍ଷ ୫ରେ ରହିଛନ୍ତି।

ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି, ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ନେଇ GHI ତାଲିକା ପ୍ରସ୍ତୁତ କରାଯାଇଥାଏ। ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି। ଗତ ଦୁଇ ବର୍ଷ ଧରି କରୋନା ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତରେ ବି କରୋନା ମହାମାରୀ କାୟା ବିସ୍ତାର କରିବା ପରେ ସ୍ଥିତି ବିଗିଡ଼ିଥିଲା।