ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍ ଭଳି ସୁପର ପାୱାର ।
ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ଏହି ଅବସରରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।
ପ୍ରଫୁଲ୍ଲ ଓ ସ୍ତ୍ରୀ ମାନସୀ ଗତ ୨୦ ବର୍ଷ ଧରି ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ଲକଡାଉନ୍ ହେବାରୁ ଜୀବିକା ହରାଇ ଚେନ୍ନାଇରୁ ଘରକୁ ଫେରି ଆସିଲେ । ଅନ୍ୟଠୁ ଧାରକରଜ କରି ଗାଁରେ ଆରମ୍ଭ କଲେ ଏକ ମୂର୍ତ୍ତି ତିଆରି କାରଖାନା ।
ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଗଣ ବିବାହ ।
NISER କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି।
ପୋଲିସ ଜୁଲମ କରିବାକୁ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ରାଇରଙ୍ଗପୁରର ବିଷ୍ମୟ ବାଳକ ଆରୁଷ ସାହୁ। ଆଖିରେ ପଟ୍ଟି ବାନ୍ଧି ପାଠ ପଢିବା ସହ କରୁଛନ୍ତି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ପାଦ ସ୍ପର୍ଶରେ ଚିତ୍ର ଗୁଡ଼ିକୁ ଅତି ସହଜରେ ଚିହ୍ନି ପାରୁଛନ୍ତି।
ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...
ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଗଣ ବିବାହ । ବଡ କଥା ହେଲା ଜାତିର ବାଛବିଚାର ଛାଡ଼ି ବିନା ଜାତକରେ, ବିନା ଯୌତୁକରେ ବିବାହ ଅନୁଷ୍ଠିତ ହୋଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସର ଉଦ୍ୟମରେ ସାମିଲ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ।
ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ...
ବାହାରି ସାରିଛି ରେଜଲ୍ଟ। କିଏ ଜିତିଲା, କିଏ ହାରିଲା ଜଣାପଡିଗଲା। ଯିଏ ଜିତିଛି ତା ଛାତି ଫୁଲିବା କଥା। ଏଠି କିନ୍ତୁ ହାରିବା ଲୋକ ଛାତି ଫୁଲାଇବାରୁ...
ଏ କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ। ଗାଧେଇବା ପାଇଁ ସୁଇମିଂ ପୁଲ ଓ ଦୂରଯାତ୍ରା ପାଇଁ ହେଲିପ୍ୟାଡ୍ ରହିଛି। ଆଉ କଣ କଣ ରହିଛି ଜାଣନ୍ତୁ
ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି।
ଘର ନ ଦେଇ ଟଙ୍କା ଲୁଟୁଥିଲେ। ଏମିତି ଅନେକ ଘଟଣା ଆପଣଙ୍କ ନଜରକୁ ଆସିଥିଲା। ଏବେ କିନ୍ତୁ ଗୋମାତାଙ୍କ ଗୁହାଳ ଟଙ୍କାକୁ ଖାଇଗଲେ ଏମାନେ
ଖରାଦିନ ଆସିବା ପୂର୍ବରୁ ଆସିଲା ଏ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି, ଦେଖନ୍ତୁ। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି।
ଖରାଦିନ ଆସିବା ପୂର୍ବରୁ ଆସିଲା ଏକ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି।
ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି ଏ କୁନି ବେବି। ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ । କାହିଁକି ତାଙ୍କର ଏହି ଲୁକ୍
ରାଗ ତମ ତମ ହୋଇ ଇଆଡୁ ସିଆଡୁ କହିଲେ ବିଧାୟକ। ଶେଷରେ ପାଖରେ ଆସି ପହଂଚି ଗଲା କଇଁଚି। ଯାହାକୁ ଦେଖି ବିଧାୟକ ସବୁ କାଟି କରି ଦେଲେ ଗୁଣ୍ଡ...
ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି।
ପୁରୁଣା କାମରେ ନୂଆ ବିଲ୍ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।
ରାଲିରେ ବାଇକ ଉତ୍ପାତିଆଙ୍କୁ କମିଶନରେଟ ପୋଲିସର କଡା ଜବାବ । ବାଇକ୍ ସ୍ପିଡରରେ ଚଲାଇବା ସହ ଉଚ୍ଚ ଶବ୍ଦରେ ହର୍ନ ବଜାଇଲେ ବାଇକ ସିଜ ହୋଇପାରେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।
'ରିଓ ତିନ୍ତୋ' । ଯାହାର ଅର୍ଥ ଲାଲ୍ ନଦୀ । ଏହା ଦକ୍ଷିଣ ପଶ୍ଚିମର ଏକ ନଦୀ ଯାହା ଅନ୍ଦଲୁସୀୟା କ୍ଷେତ୍ରରେ ଥିବା ସିଏରୋ ମୋରେନା ପାହାଡ ଶୃଙ୍ଖଳାରୁ ଆରମ୍ଭ ହୋଇ କାଦୀଜ ଘାଟି ପର୍ଯ୍ୟନ୍ତ ଯାଇଛି । ସେଠାରେ ଏହା ଆଟଲାଣ୍ଟିକ୍ ମହାସାଗରେ ମିଶିଥାଏ । ଏହି ନଦୀ ନିଜର ଲାଲ-ନାରଙ୍ଗୀ ପାଣି ପାଇଁ ଦୁନିଆ ସାରା ପ୍ରସିଦ୍ଧ । ପ୍ରାଚୀନ ସମୟରେ ଏହି ନଦୀର ଆଖପାଖ ଅଂଚଳରେ ତମ୍ବା, ସୁନା, ଚାନ୍ଦି ତଥା ଅନ୍ୟାନ୍ୟ ପଦାର୍ଥର ଖଣି ଚାଲୁଥିଲା ।
ଦୀର୍ଘ ୨୦ ବର୍ଷ ହେବ ନିଶା ନିବାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଷ୍ଟାଫ୍ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି।