/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647177446.jpg)
Liquor free village
ଲମତାପୁଟ(ଜଗତ ଜୀବନ): ନିଜ ଗ୍ରାମକୁ ନିଶାମୁକ୍ତ ଗ୍ରାମ କରିବା ପାଇଁ ୫ମାସ ତଳେ ଗାଁ ଲୋକେ ଶପଥ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡ଼ା ପଞ୍ଚାୟତର ମାଳିଭିମଡଲ ଗାଁରେ ନିଶାମୁକ୍ତ ଫଳକ ଲଗାଇ ନିଶା ମୁକ୍ତ ଗାଁ ଘୋଷଣା କରିଛନ୍ତି ଗାଁ ଲୋକେ। ମାଳିଭିମଡ଼ଲ ଗାଁରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ୫ମାସ ତଳେ ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ, ବୈଶାଖୀ ପରିବାର ଓଡ଼ିଶା ନିଶା ନିବାରଣ ମଞ୍ଚ ପକ୍ଷରୁ ମାଳିଭିମଡୋଲ ଗାଁ ଲୋକଙ୍କୁ ନିଶା ସେବନ ନ କରିବା ନେଇ ସଚେତନତା କରାଯାଇଥିଲା।
୫ ମାସ ହେଲା ଗାଁଲୋକେ ନିଶା ସେବନରୁ ଦୁରେଇ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାଲିଭିମଡୋଲ ଗାଁକୁ ନିଶାମୁକ୍ତ ଗାଁ ଭାବରେ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ଓ ସଂକୀର୍ତ୍ତନ ମାଧ୍ୟମରେ ଏବେ ଗାଁ ପରିବେଶ। ଦୀର୍ଘ ୨୦ ବର୍ଷ ହେଲା ନିଶାମୁକ୍ତ ଗାଁ ଗଠନ କରିବା ନେଇ ଲୋକଙ୍କୁ ଜାଗରଣ ସୃଷ୍ଟି କରି ଆସିଛନ୍ତି ନାରାୟଣ ପଣ୍ଡା ସୃତି ସାହିତ୍ୟ ସଂସଦ ବୈଶାଖୀ ପରିବାରର ଆବାହକ ବିଚିତ୍ରାନନ୍ଦ ପଣ୍ଡା।
ଦୀର୍ଘ ୨୦ ବର୍ଷ ହେବ ନିଶା ନିବାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆନ୍ଦୋଳନ ମାଧ୍ୟମରେ ନୁହେଁ, ଚେତନା ଓ ଆଧ୍ୟାତ୍ମିକ ମାଧ୍ୟମରେ ଲୋକେ ସେଚେତନତା କରାଯାଇଥିଲା। ନନ୍ଦପୁର ବ୍ଲକର ୨୪ଖଣ୍ଡ ଗାଁରେ ଗ୍ରାମସଭା କରାଯାଇଛି। ଗତ ବର୍ଷ ଆଭାସପୁଟ ଗାଁକୁ ମଧ୍ୟ ନିଶା ମୁକ୍ତ ଗାଁ ଭାବରେ ଘୋଷଣା କରିଥିଲେ। ୮୦ପ୍ରତିଶତ ସଫଳ ହୋଇଛି।
ନିଶା ମୁକ୍ତ ଗାଁ ଘୋଷଣା କାର୍ଯ୍ୟକ୍ରମରେ ନନ୍ଦପୁର SDPO ସଂଜୟ ମହାପାତ୍ର, ତହସିଲଦାର ନରସିଂହ ଗଦବା,ପାଡୁଆ ଥାନା ଅଧିକାରୀ ସୋରାଜ ମହଳିକ, ଅପର୍ଣ୍ଣା ନାୟକ ସମେତ ବୈଶାଖୀ ପରିବାର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ଗ୍ରାମର ମହିଳା ଏବଂ ପୁରୁଷ ମାନେ ମଧ୍ୟ ନିଶା ମୁକ୍ତ ଗାଁ ଘୋଷଣା ହେବ ପରେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି। ନିଶା ମୁକ୍ତ କାର୍ଯ୍ୟକ୍ରମକୁ ନନ୍ଦପୁର SDPO ମଧ୍ୟ ସ୍ୱାଗତ କରିବା ସହ ଏହା ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବ ବୋଲି କହିଛନ୍ତି। ମଦ ବିଷ ସଦୃଶ, ଏସବୁକୁ ତ୍ୟାଗ କରିବା ପାଇଁ ଶପଥ ନେଇଥିବା ଗାଁ ଲୋକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)