/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647239012.jpg)
Mass Wedding Ceremony
ଜନ୍ମରୁ ଦୃଷ୍ଟି ହୀନ କେବେ ବି କେହି କାହାକୁ ଦେଖି ନାହାନ୍ତି । ଟ୍ରେନିଂ ବେଳେ ଯାହା କେବଳ ପରସ୍ପର ମଧ୍ୟରେ ଭେଟ ହୋଇଥିଲା ଆଉ କଥାବାର୍ତ୍ତାରୁ ଭାବର ଆଦାନ ପ୍ରଦାନ ହୋଇଗଲା । ଆଉ ଶେଷରେ ବାନ୍ଧି ହୋଇଗଲେ ପ୍ରେମ ବନ୍ଧନରେ । ୩ ବର୍ଷର ପ୍ରେମ ସଂପର୍କ ପରେ ବିବାହ ପାଇଁ ଉଭୟ ପରିବାର ସହମତି ଥିଲା । ହେଲେ ବିବାହ ପାଇଁ ଅର୍ଥ ଥିଲା ପ୍ରତିବନ୍ଧକ ଏଥିପାଇଁ ପ୍ରୟାସ ସ୍ୱେଚ୍ଛାସେବୀ ସଂସ୍ଥାକୁ ଯୋଗାଯୋଗ କରିଥିଲେ । ଆଉ ପ୍ରୟାସ ଦ୍ୱାରା ଗଣବିବାହ କାର୍ଯ୍ୟକ୍ରମ ଦ୍ୱାରା ଉଭୟେ ସଂଜୟ ଓ ମଞ୍ଜୁ ଜୀବନସାଥି ହୋଇପାରିଛନ୍ତି ।
ଆଉ ଏ ହେଉଛନ୍ତି ଭଦ୍ରକର କାର୍ତ୍ତିକେଶ୍ୱର ସାହୁ, ଆଉ ପୁରୀର ରୂପାଲି ବାରିକ । ୮ ବର୍ଷ ହେଲା ପ୍ରେମ ସଂପର୍କ କାର୍ତ୍ତିକେଶ୍ୱର ଭୁବନେଶ୍ୱରରେ ରଙ୍ଗ କାମ କରନ୍ତି, ଆଉ ରୂପାଲିଙ୍କ ପରିବାର ବି ଅଭାବି । ତେଣୁ ୨ବର୍ଷ ହେବ ବିବାହ କରିବାକୁ ଚିନ୍ତା କରିଥିଲେ ମଧ୍ୟ ହୋଇପାରୁ ନଥିଲା । ପ୍ରୟାସ ଦ୍ୱାରା ବିବାହ ବନ୍ଧନରେ ବାନ୍ଧି ହୋଇ ବେସ୍ ଖୁସ୍ ।
ଏମାନଙ୍କ ପରି ମୋଟ ୨୫ ଯୋଡି ହାତକୁ ଦି ହାତ ହୋଇଛନ୍ତି । ଅନେକ ସମୟରେ ପରିବାରର ଅସହମତି, ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇପାରୁ ନାହାନ୍ତି । ତେବେ ସେହି ଯୁବକ ଯୁବତୀଙ୍କୁ ନେଇ ସମ୍ପୁର୍ଣ୍ଣ ରୀତିନୀତି ଅନୁସାରେ ସାମାଜିକ ସ୍କୃତି ଦେଇ ବିବାହ ବନ୍ଧନରେ ଆବଦ୍ଧ କରିବାର ଦାୟିତ୍ୱ ନେଇଛି ପ୍ରୟାସ ।
କେବଳ ପ୍ରୟାସ ନୁହେଁ କିଛି ସମାଜସେବୀ ଓ ବୁଦ୍ଧିଜୀବୀ ମଧ୍ୟ ଏହି ମାଙ୍ଗଳିକ କାଯର୍ୟରେ ସାହାଯ୍ୟ କରିଛନ୍ତି । ଦୀର୍ଘ ୮ ବର୍ଷ ହେଲା ୨୦୨ଟି ବିବାହ ପ୍ରୟାସ ଦ୍ୱାରା ସପର୍ଣ୍ଣ ହୋଇଥିବା ବେଳେ ପ୍ରାୟ ଏମିତି ଏକ ହଜାର ବିବାହ କରିବାକୁ ଲକ୍ଷ୍ୟ ରଖିଛି ପ୍ରୟାସ ଅନୁଷ୍ଠାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)