• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣମାନେ ହଲିଉଡ୍‌ର ସ୍ପାଇଡର ମ୍ୟାନ୍‌ ଫିଲ୍ମ ତ ନିଶ୍ଚୟ ଦେଖିଥିବେ । ନଚେତ ସ୍ପାଇଡରମ୍ୟାନ୍‌ ଫିଲ୍ମ ବିଷୟରେ ଅଳ୍ପେ ବହୁତେ କିଛି ନା କିଛି ଜାଣିଥିବେ । ଆଉ ସ୍ପାଇଡର ମ୍ୟାନ୍‌ର ସୁପର ପାୱାର ବିଷୟରେ ଜାଣିଥିବେ । ହେଲେ ତାହା କେବଳ ଫିଲ୍ମରେ ଦେଖିଥିବେ । ଆମେ କିନ୍ତୁ ଆଜି ଆପଣଙ୍କୁ ଏମିତି କିଛି ସୁପର ପାୱାରଧାରୀ ଝିଅଙ୍କ ବିଷୟରେ କହିବୁ । ଯିଏ କି ରିଲ୍‌ରେ ନୁହେଁ ରିୟଲ୍‌ରେ ସ୍ପାଇଡର ମ୍ୟାନ୍‌ । ତାଙ୍କୁ ଆମେ ସ୍ପାଇଡର ମ୍ୟାନ୍‌ ନୁହେଁ ବରଂ ସ୍ପାଇଡର ଗାର୍ଲ କହିବା ଠିକ୍‌ ହେବ । 

ଏହି ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍‌ ଭଳି ସୁପର ପାୱାର । ଆଖି ପିଛୁଳାକେ ଚଢ଼ିଯାଉଛନ୍ତି କାନ୍ଥରେ । ଆଉ ତାହା ପୁଣି ବିନା କୌଣସି ସାହାରାରେ । ମନରେ ଟିକେ ବି ଡର ନାହିଁ କି ଭୟ ବି ନାହିଁ । ଖସିପଡ଼ିବାର ଆଶଙ୍କା ବି ନାହିଁ । ଆଉ ଗର୍ବର ସହ କହୁଛନ୍ତି କାନ୍ଥ ଯଦି ଆଉ ଟିକେ ଉଚ୍ଚ ହୋଇଥାନ୍ତା ତେବେ ଆମେ ଆହୁରି ଉପରକୁ ଚଢ଼ିନ୍ତୁ । ଏହି ଦୁଇ କୁନି ସ୍ପାଇଡର ଗାର୍ଲଙ୍କର କୌଣସି କଷ୍ଟ୍ୟୁମ୍‌ ବି ନାହିଁ । ଏମାନେ ପିଲା ଦିନୁ ବାପା ମାଆଙ୍କଠାରୁ ଲୁଚି କାନ୍ଥ ଚଢ଼ିବାକୁ ସାହସ କରିଥିଲେ । ଆଉ ଏବେ ପୁରା ଏକ୍ସପର୍ଟ । ଏହି ଦୁଇ ଭଉଣୀ ହେଲେ ବିହାରର ରାଜଧାନୀ ପାଟନା ଅଞ୍ଚଳର ।

ପାଟନା ଦାନାପୁରର ଦୁଇ ଭଉଣୀ ଅକ୍ଷୀତା ଗୁପ୍ତା ଓ କୃପିତ୍ତା ଗୁପ୍ତାଙ୍କ ନିକଟରେ ରହିଛି ଏଭଳି ସୁପର ପାୱାର । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା । ଅକ୍ଷୀତାଙ୍କ ବୟସ ମାତ୍ର ୧୧ ବର୍ଷ ହୋଇଥିବା ବେଳେ, କୃପିତ୍ତାଙ୍କ ବୟସ ୯ ବର୍ଷ ।

ଅକ୍ଷୀତାଙ୍କ ଆଶା, ସେ ବଡ଼ ହେଲେ ମାଉଣ୍ଟେନ୍‌ କ୍ଲାଇମ୍ବର ହେବେ । ତାଙ୍କୁ ଯଦି ତାଲିମ ଦିଆଯାଏ ତେବେ ସେ ନିଶ୍ଚୟ ପାହଡ଼ ଚଢ଼ିବେ । ହେଲେ କୃପିତ୍ତାଙ୍କର ଆଶା ସେ ବଡ଼ ହେଲେ ଆଙ୍କରିଂ କରିବେ। ତାଙ୍କୁ ଆଙ୍କରିଂ କରିବାରେ ଖୁସି ଲାଗେ । ବଡ଼ ଭଉଣୀକୁ ଦେଖି ସେ କାନ୍ଥ ଚଢ଼ିବା ଶିଖିଛନ୍ତି । ବାପା ମାଆଙ୍କ କହିବାନୁଯାୟୀ, ବଡ଼ ଝିଅ ଅକ୍ଷୀତା ଜନ୍ମରୁ ହିଁ ଭିନ୍ନ ଧରଣର । କୁନି ବୟସରୁ କାନ୍ଥ ଚଢ଼ିବାକୁ ସେ ଚେଷ୍ଟା କରିଛି ।