• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଲିରେ ବାଇକ ଉତ୍ପାତିଆଙ୍କୁ କମିଶନରେଟ ପୋଲିସର କଡା ଜବାବ । ବାଇକ୍ ସ୍ପିଡରରେ ଚଲାଇବା ସହ ଉଚ୍ଚ ଶବ୍ଦରେ ହର୍ନ ବଜାଇଲେ ବାଇକ ସିଜ ହୋଇପାରେ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି । କେବେଳ ଏତିକି ନୁହେଁ ଫାଇନ ଭରିବା ସହ ଏଥିଲାଗି ଏକ whats up ନମ୍ବର ୮୦୩୯୦୨୮୧୦୭ ଜାରି କରିଛି କମିଶନରେଟ ପୋଲିସ ।

ପରିବହନ ବିଭାଗ 52- A ସେକ୍ସନ ଅନୁଯାୟୀ RTO ଅନୁମତି ର ଆବଶ୍ୟକତା ରହିଛି । RTO ଆକ୍ଟ ଅନୁସାରେ ଗାଡିର ସାଇଲେନ୍ସର ମୋଡିଫାଏ କରିପାରିବେ ନାହିଁ । ପ୍ରଦୂଷଣ ଅନୁଯାୟୀ ୮୦ ଡେସିବଲରୁ ଅଧିକ ହେଲେ ତାହା ନିୟମ ଉଲଂଘନ ଧରାଯିବ । ଏହି ନିୟମ ଉଲ୍ଲଙ୍ଘନ କରିଥିବା ୧୧ଟି ଗାଡିକୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ନିକଟରେ ରାଜଧାନୀ ଭୁବନେଶ୍ୱରରେ ୫୦ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ୭ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା ହୋଇଥିଲା । ବାରମ୍ବାର ନିୟମ ଉଲ୍ଲଂଘନ କଲେ ଲାଇସେନ୍ସ ମଧ୍ୟ ରଦ୍ଦ ହେବ ବୋଲି କୁହାଯାଇଥିଲା। ଭୁବନେଶ୍ୱର ସିଟି ଭିତରେ ଓଭର ସ୍ପିଡିଂ ଉପରେ ଅଙ୍କୁଶ ଲଗାଇବାକୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ ଏବଂ ଟ୍ରାଫିକ ପୋଲିସ । ଦ୍ରୁତଚାଳକଙ୍କୁ ଜଗିବାକୁ ଟ୍ରାଫିକ ଛକରେ ଏଥିପାଇଁ ଅତ୍ୟାଧୁନିକ ଡିଭାଇସ୍ ଲଗାଇଯାଇଛି ।

ଭୁବନେଶ୍ୱର ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ । ବେଗ ଘଣ୍ଟାପ୍ରତି ୫୦କିମିରୁ ଅଧିକ ହେଲେ ସିଧା ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମୋବାଇଲକୁ SMS ଯୋଗେ ପଠାଯିବ ଚାଲାଣ ।

ଏଥିପାଇଁ ଜରିମାନା ବାବଦରେ ଚାଳକକୁ ଗଣିବାକୁ ପଡିବ ୭ ହଜାର ଟଙ୍କା । ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଦେଖାଇଲେ ଜରିମାନା ରାଶି ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ । ଯଦି ଏଭଳି ତିନି ଥର ନିୟମ ଉଲ୍ଲଂଘନ କରନ୍ତି ତାହେଲେ ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସଂପୂର୍ଣ୍ଣ ରଦ୍ଦ ହୋଇଯିବ । ସେହିପରି ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍‌ରେ କଥା ହେଉଥିଲେ ମଧ୍ୟ ଚାଲାଣ କଟିବ ।