Advertisment

ସାପକୁ ହେଉଥିଲା ଶୋଷ, ଭୟ ନକରି ଜଣେ ବ୍ୟକ୍ତିଙ୍କ ହାତରୁ ଢକଢକ କରି ପିଇଲା ପାଣି...

ଖରାଦିନ ଆସିବା ପୂର୍ବରୁ ଆସିଲା ଏକ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଆଗକୁ ଗ୍ରୀଷ୍ମ ଋତୁ। ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖରା। ଯେମିତି ଲାଗୁଛି ପାଣି ବିନା ବଞ୍ଚି ହେବନି। ସେଥିପାଇଁ ଖରାଦିନେ ଜଳକୁ ଅମୃତ ଭାବରେ ବିବେଚନା କରାଯାଏ। ଯେତେବେଳେ ଯାହାକୁ ‌ଶୋଷ ଲାଗିଥାଏ, ସେତେବେଳେ ଆଗପଛ ନ ଭାବି ଯେକୌଣସି ଉପାୟରେ ନିଜର ଶୋଷ ମେଣ୍ଟାଇ ଦେଇଥାଏ। କିନ୍ତୁ କଥା କହି ପାରୁନଥିବା ପଶୁପକ୍ଷୀ ଖରାଦିନେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇଥାଆନ୍ତି। କିଛି ଲୋକ ଖରାଦିନେ ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ନିଜ ଘର ବାହାରେ ଓ ଛାତ ଉପରେ ଜଳକୁଣ୍ଡ ରଖି ଥାଆନ୍ତି। ଯାହାକୁ ପିଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି ପଶୁପକ୍ଷୀ।

Advertisment

ତେବେ ଖରାଦିନ ଆରମ୍ଭ ନହେଉଣୁ ଏକ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହା ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ଅତ୍ୟନ୍ତ ହୃଦୟସ୍ପୀର୍ଶୀ ବୋଲି କୁହାଯାଉଛି। ପ୍ରବଳ ଖରା ଯୋଗୁଁ ଶୋଷିଲା ସାପଟି  ଜଣେ ଲୋକର ହାତ ପାପୁଲିରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି । ଯେମିତି ପାଣି ପାଇଁ ଡହଳ ବିକଳ ହେଉଥିଲା ଏ ସାପଟି। ସାପର ଶୋଷ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ବାସ୍ତବ ଘଟଣା ହୋଇପାରେ କେହି ବିଶ୍ୱାସ କରିପାରୁ ନାହାନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳୁଛି, ଗଛରେ ଏକ ସବୁଜ ରଙ୍ଗର ସାପ ଝୁଲୁଛି। ଆଖପାଖରେ ତାର କୌଣସି ସ୍ଥାନରେ ପାଣି ନାହିଁ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାପୁଲିରେ ବୋତଲରୁ ପାଣି ଢ଼ାଳି ସାପକୁ ପିଆଇ ଦେଉଛନ୍ତି।

Advertisment

୪୯ ସେକେଣ୍ଡର ଏହି ଜବରଦସ୍ତ ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ସେୟାର କରି ସୁଶାନ୍ତ କ୍ୟାପସନରେ ଲେଖିଛନ୍ତି, ‘ଗ୍ରୀଷ୍ମ ଆସୁଛି। ଅଳ୍ପ କିଛି ବୁନ୍ଦା ଜଳ କାହାର ଜୀବନ ରକ୍ଷା କରିପାରିବ। ଆପଣ ନିଜ ବଗିଚାରେ ଏକ ପାତ୍ରରେ କିଛି ପାଣି ରଖି ଦିଅନ୍ତି। ଏହା ଅନେକ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିପାରିବ। ସୁଶାନ୍ତଙ୍କ ଏହି ଛୋଟିଆ ଭିଡିଓଟି ଏବେ ପଶୁପକ୍ଷୀପ୍ରେମୀଙ୍କ ମନ ଜିଣିନେଇଛି। ଆଜିଠାରୁ ଆପଣ ଏହି ଛୋଟିଆ ପ୍ରୟାସରେ ନିଜକୁ ସାମିଲ କରନ୍ତୁ।

Thirsty Snake
Advertisment
Advertisment