• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗିରଫ ଧମକ ଦେଉଥିଲେ ଖାକି ବର୍ଦ୍ଦିଧାରୀ ବାବୁ । ସହିହେଲାନି ବୋଲି ଆତ୍ମହତ୍ୟା କରିଦେଲେ ନାବାଳିକା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ପୋଲିସ ବିରୋଧରେ । ଜଗତସିଂହପୁର ପଲି ପଞ୍ଚାୟତ ହାବେଳି ଗାଁର ନାବାଳିକା ପୋଲିସର ଗିରଫ ଧମକ ଯୋଗୁ ଆତ୍ମହତ୍ୟା କରିଥିବା ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି ।

ନାବାଳିକାଙ୍କ ମୃତଦେହ ରଖି ସ୍ଥାନୀୟ ଲୋକେ ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ କରିଛନ୍ତି । ନିର୍ବାଚନ ଗଣ୍ଡଗୋଳକୁ ନେଇ ବାପା, ମାଆ ନାଁରେ ପୋଲିସ ମାମଲା କରିଥିଲା । ଆଉ ଏଥିପାଇଁ ବାରମ୍ବାର ପୋଲିସ ଘରକୁ ଯାଇ ଜୁଲମ କରିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ନିର୍ବାଚନ ଗଣ୍ଡଗୋଳ ଯୋଗୁଁ ମାସେ ହେଲା ଗାଁରେ କେହି ରହୁନଥିଲେ । ସମସ୍ତେ ଲୁଚିବାକୁ ଚାଲିଯାଇଥିଲେ । ଆମେ ତିନି ଜଣ ଥିଲୁ । ଗତକାଲି ରାତିରେ ଥାନା ବାଲା ଆସିଥିଲେ । କବାଟ ବାଡ଼େଇଲେ । ହେଲେ ଆମେ ଭୟରେ କବାଟ ଖୋଲିଲୁନି । କବାଟ ନଖୋଲିବା ପରେ ପୋଲିସ୍‌ ବାବୁ ରାଗି ଯାଇଥିଲେ । କାଲି ସକାଳେ ଉଠାଇ ନେଇଯିବୁ ବୋଲି କହିଥିଲେ । ହେଲେ ରାତିରେ କେତେବେଳେ ଦେଇ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ଆମେ ଜାଣିନୁ । ପୋଲିସ୍ ପାଇଁ ହିଁ ଦିଦି ଦଉଡ଼ି ଦେଇଦେଇଛି ବୋଲି କହିଛନ୍ତି ମୃତକଙ୍କ ଭଉଣୀ ।

ପଞ୍ଚାୟତ ନିର୍ବାଚନ ପୂର୍ବ ରାତିରେ ପୁଲିସ ଗ୍ରାମବାସୀ ଖଣ୍ଡଯୁଦ୍ଧ ହୋଇଥିଲା । ଏହି ମାମଲାରେ ପୋଲିସ ନାବାଳିକାର ବାପା ମାଆଙ୍କୁ ଖୋଜୁଥିଲା । ଏହି ବାହାନାରେ ଘରକୁ ଆସି ପୋଲିସ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗ ପରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।