• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରଙ୍ଗୀନ୍ ବିଷାକ୍ତ ନଦୀ

'ରିଓ ତିନ୍ତୋ' ନଦୀର କେବେ ନାଁ ଶୁଣିଛନ୍ତି । ଏହି ନଦୀଟି ରହିଛି ସ୍ପେନରେ । ଯାହା ନିଜର ଲାଲ- ନାରଙ୍ଗୀ ରଙ୍ଗର ପାଣି ପାଇଁ ବେଶ୍‌ ପରିଚିତ । ତେବେ ଏହି ନଦୀରେ ପାଣିର ରଙ୍ଗ ଏଭଳି ରଙ୍ଗରେ ରଙ୍ଗୀନ କିଭଳି । କଣ ରହିଛି ଏହି ନଦୀର ବିଶେଷତ୍ତ୍ୱ । ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ… ଚାଲନ୍ତୁ ଜାଣିବା ।

ଖ୍ରୀଷ୍ଟ ପୂର୍ବ ୩୦୦୦ ମସିହାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଭ୍ୟତା ଏହି ଖଣି ଗୁଡିକୁ ଚଳାଇ ଆସୁଥିଲେ । ଏହାପରେ କିଛି ସମୟ ପାଇଁ ଏଠାରେ କାମ ବନ୍ଦ ହୋଇଯାଇଥିଲା । କିନ୍ତୁ ୧୭୨୪ ଖ୍ରୀଷ୍ଟାବ୍ଦରେ ସ୍ପେନ୍ ସରକାର ଦ୍ୱାରା ଏହା ପୁଣିଥରେ ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ବର୍ଷ ଧରି ଖନନ କାରଣରୁ ଏହି ନଦୀର ପାଣିରେ ଏସିଡ ଅଂଶର ମାତ୍ରା ବଢିଯାଇଛି ।

କିଛି ସ୍ଥାନରେ ଏହି ନଦୀ ପାଣିର ପିଏଚ୍‌ ୨ ମଧ୍ୟ ରହିଥାଏ । ଏହି ନଦୀ ପାଣିରେ ଏତେ ମାତ୍ରାରେ ଲୌହ ମିଶ୍ରିତ ହୋଇଯାଇଛି ଯେ, ଏହାର ରଙ୍ଗ ଲାଲ ନାରଙ୍ଗୀ ହୋଇସାରିଛି । ଆଉ ଏହି କାରଣରୁ ହି ଏହି ନଦୀର ନାମ ରିଓ ତିନେ୍ତା ଅର୍ଥାତ୍‌ ଲାଲ ରଙ୍ଗର ନଦୀ ବୋଲି ରଖାଗଲା ।

 ୧୮୭୩ରେ ଏହି ନଦୀ ସହ ଧାତୁ ଖଣି ଗୁଡିକୁ ଚଳାଇବା ପାଇଁ ରିଓ ତିନେ୍ତା କମ୍ପାନୀ ନାମକ ଉଦେ୍ୟାଗ ଆରମ୍ଭ ହୋଇଥିଲା । ସେବେ ଠାରୁ ଏହି କମ୍ପାନୀ ସମଗ୍ର ଦୁନିଆରେ ପ୍ରସିଦ୍ଧ ହୋଇଗଲା । ଭାରତରେ ମଧ୍ୟ ଏହି କମ୍ପାନୀ ବେଶ୍‌ ସକ୍ରିୟ । ତେବେ ନଦୀର ନୀଳ ରଙ୍ଗ ସମସ୍ତଙ୍କୁ ବେଶ୍‌ ପସନ୍ଦ ।