Advertisment

ପୁରୁଣା କାମରେ ନୂଆ ବିଲ୍‌ ! ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

ପୁରୁଣା କାମରେ ନୂଆ ବିଲ୍‌ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Gross Irregularities Come Up In Construction Of Check Dam

Gross Irregularities Come Up In Construction Of Check Dam

ପୁରୁଣା କାମରେ ନୂଆ ବିଲ୍‌ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଡମ୍ବଗୁଡ଼ା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ଡମ୍ବଗୁଡ଼ା ପଞ୍ଚାୟତ ବୁଢ଼ାନିଲ୍ଡି ଗାଁ ନିକଟରେ ଡାବିକୁଆଁ ନାଳ ଉପରେ ୨୦୧୫-୧୬ରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ ହୋଇଥିଲା। ଏହି ପୁରୁଣା ଚେକ୍‌ ଡ୍ୟାମ୍‌ରେ ନୂଆ କାମ ଦର୍ଶାଇ ୩ ଲକ୍ଷ ଟଙ୍କାର କିଛି କାମ କରାଯାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। 

୨୦୨୦-୨୧ରେ ଗାଁରେ ପଲ୍ଲୀସଭା କରାଯାଇ ବାଂଜାଗାଡ଼ାରେ ନୂଆ ଚେକ୍ ଡ୍ୟାମ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ସ୍ଥାନରେ ଚେକ୍‌ ଡ୍ୟାମ୍‌ ନିର୍ମାଣ ନକରାଯାଇ ସମ୍ପୃକ୍ତ ଯନ୍ତ୍ରୀ ଡାବିକୁଆଁର ପୁରୁଣା ଚେକ୍ ଡ୍ୟାମରେ କିଛି କାମ କରି ବିଲ୍‌ କରି ଅର୍ଥ ଆତ୍ମସାତ କରିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଅଭିଯୋଗର ତଦନ୍ତ କରିବା ଲାଗି ମୋହନା ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Check Dam
Advertisment
Advertisment