ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନି ଦିନ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ୧ ତାରିଖରୁ ବଢିବ ବର୍ଷା। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲ୍ଲା କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆଉ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତାସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ […]
କେନ୍ଦୁଝର : ବଡ଼ବିଲ ଥାନା ବଙ୍ଗଳା ଛକ ମାଉସୀ ମା’ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଡମ୍ପର ଖସିବାରୁ ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳର କାହ୍ନୁ ବୋଲି ଜଣାପଡ଼ିଛି। ଡମ୍ପର ମାଲିକ ବଡ଼ବିଲ ଉପର ବସ୍ତି ଅଂଚଳର ଏମ୍ ଡି ତୁଫେଲ ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ ବଡ଼ବିଲ ପୁଲିକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ […]
ଭୁବନେଶ୍ୱର : ଓଡ଼ିଶା ଫେରିଲେ ଦୁବାଇରେ ଫସିଥିବା ଶ୍ରମିକ। ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ଫେରିଛନ୍ତି। ସେମାନେ ହେଲେ କାଳିଆ ଜେନା, ପବିତ୍ର ମଲ୍ଲିକ, ଟୁନା ମଲ୍ଲିକ, ଦିବାକର ନାହାକ, ରାଜୁ ଗଉଡ଼ ଓ ସାନ୍ତନୁ ପଲାଇ। ଅନ୍ୟ ୧୨ ଜଣ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିଛି। ୨୦୧୮ ନଭେମ୍ବରରେ ଗଞ୍ଜାମ ଜିଲ୍ଲାର ୧୮ ଜଣ ଶ୍ରମିକ କାର୍ତ୍ତିକ ଜେନା ନାମକ ସ୍ଥାନୀୟ ଏଜେଣ୍ଟ ଜରିଆରେ […]
କଟକ : କଟକ ସିରିଏଲ୍ ହତ୍ୟା ଘଟଣାରେ କମିଶନରେଟ ପୁଲିସକୁ ସୁରାକ୍ ମିଳିଛି। ଜଣେ ସାଇକିଆଟ୍ରିକ୍ ବ୍ୟକ୍ତି ହତ୍ୟା ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ SCBର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜରି ଗୋଟାଳି ହୋଇଥିବା ସୂଚନା ମିଳଛି। ଉଲ୍ଲେଖନୀୟ ଯେ, କିଛିଦିନ ତଳେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ସାଜିଛି। ଏହି ତିନିଟି ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ […]
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା। ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ରରେ ଏଭଳି ତଥ୍ୟ ପ୍ରକାଶ ପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ୱେତପତ୍ରରେ ରାଜ୍ୟ ସରକାର ବହୁତ ତଥ୍ୟ ଲୁଚାଇଛନ୍ତି ବୋଲି କହିଛନ୍ତି ନରସିଂହ। ଶ୍ୱେତପତ୍ରରେ ସରକାର କୌଣସି ତୁଳନାତ୍ମକ ତଥ୍ୟ ରଖିନାହାନ୍ତି। ଗୃହରେ ଖର୍ଚ୍ଚଦାବି ଆଲୋଚନା କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ,ଏ ନେଇ ସେ ସୂଚନା ଦେଇଛନ୍ତି। ବିଜେପି ବି ଏକା ପ୍ରସଙ୍ଗ ଉଠାଇଛି। […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନାହାନ୍ତି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏଥିରେ ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର […]
ମାଲକାନଗିରି( ଜିତେନ୍ଦ୍ର ବେଉରା) : ୭ ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ତିରିଆମାଚକଟ ଜଙ୍ଗଲରେ ୭ ମାଓବାଦୀଙ୍କୁ ଏନକାଉଣ୍ଟର କରିଛି ଛତିଶଗଡ଼ ପୁଲିସ। DRG ଏବଂ STF ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ସମସ୍ତ ମାଓବାଦୀ। ତିରିଆମାଚକଟ ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ୍ ଓ ୪ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି। ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ […]
ଉମରକୋଟ (କାର୍ତ୍ତିକ ମଲ୍ଲିକ) : ଶିକ୍ଷୟିତ୍ରୀଙ୍କ ମାଡ଼ରେ ୭ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଶବ୍ଦ ଉଚ୍ଚାରଣ ଠିକ୍ ଭାବେ କରି ନ ପାରିବାରୁ ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ୭ ଜଣ କୁନି କୁନି ଛାତ୍ର ଛାତ୍ରୀ । ଏଭଳି ଘଟଣା ଘଟିଛି ଆଦିବାସୀ ଅଧ୍ୟୁସିତ ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ଏସି ପ୍ରାଥମିକ ବିଦ୍ୟାଳୟରେ । ସହକାରୀ ଶିକ୍ଷୟିତ୍ରୀ ଜୟନ୍ତିମାଳା ଭତରା ତୃତୀୟ ଶ୍ରେଣୀର ଏହି ପିଲାଙ୍କୁ […]
ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଲାଗି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ପୁରୀରେ ବସ୍ ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସ୍ର ପରମିଟ୍ ରଦ୍ଦକୁ ବସ୍ ମାଲିକ ସଂଘ ବିରୋଧ କରିଛି। ତୁରନ୍ତ ପରମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ଆସନ୍ତା ୧୨ ତାରିଖରୁ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଲାଗି ସଂଘ ନିଷ୍ପତ୍ତି ନେଇଛି। ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଏହି […]
ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।
ଜଣେ ଯୁବତୀଙ୍କ ମୁହଁରେ କଳାକାର ଏମିତି କଳାକୃତି କରିଛନ୍ତି, ଯାହା ଦେଖିଲେ ଆପଣ କହିବେ ଯୁବତୀଙ୍କ ଆଖି, ନାକ, ଓଠ ଏସବୁ ଅସଲି ନା ନକଲି ? ଏହି କଳାକୃତି ଲୋକଙ୍କ ମନ ମଧ୍ୟରେ କନ୍ଫ୍ୟୁଜନ୍ ସୃଷ୍ଟି କରିଛି।
ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି।ଦୁଇଟି ଫ୍ଲୋରରେ ଚାଲିଛି ଏହି ହୋଟେଲ।
ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିବ ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା
SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର
ଶୀତଳଭଣ୍ଡାର ଓଡିଶାର ଅନେକ ଗାଁ ପାଇଁ ଏବେ ଏକ ସ୍ୱପ୍ନ ପରି । ତଥାପି କୋରାପୁଟର ଚାଷୀଙ୍କ ପାଇଁ ଏବେ ସବଜିକୁଲର ସାଜିଛି ବିକଳ୍ପ ପନ୍ଥା । କୃଷକ ମାନେ ସେମାନଙ୍କର ଉତ୍ପାଦକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିପାରୁଛନ୍ତି । ଯାହା ସେମାନଙ୍କୁ କ୍ଷତିର କଷ୍ଟରୁ ବଂଚାଉଛି ବୋଲି ଚାଷୀ କହିଛନ୍ତି ।
ଦୀର୍ଘଦିନ ପିଲାଙ୍କ ପାଠ ପଢା ପର ପିଣ୍ଢାରେ ତ କାହାର ଘରେ ଚାଲେ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢାରେ ଡୋର ବନ୍ଧା ନହେଲା । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ହେଉଛି । ତେଣୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ଆଶା ଥିବା ବେଳେ ମାଆ ମାନେ ଏକତ୍ରିତ ହୋଇ ବୈଠକ କରି ନିଜେ ଆଦାୟ କରି ଟଙ୍କା ଦେଲେ ଓ ମାଟି ଖୋଳି ବାଉଁଶ ବାନ୍ଧି ଅଙ୍ଗନୱାଡ଼ି କେନ୍ଦ୍ର ତିଆରି କରି ଏକ ଉଦାହରଣ ସୃଷ୍ଟି କଲେ
ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ ।
ସୀମାଞ୍ଚଳ ରଣା ବୟସ-୬୭ ଗାଁରେ ଡାକ ନାଁ ମୂଷା । ୪୦ ବର୍ଷ ତଳୁ ଯେଉଁ ନିଖୋଜ ମଣିଷର ନାଁଟିକୁ ଲୋକେ ଭୁଲି ଆସୁଥିଲେ, ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ତେବେ ଏହା ପଛରେ ରହିଛି ବଡ଼ କାହାଣୀ ।
କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ
ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି
ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ।
ଘରୋଇ ବସ୍ ମାଲିକ ସଂଘର ଦାବି ଥିଲା- ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।
ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ ଜୁଲାଇ ୨୦ରେ ତାଙ୍କ କର୍ମଚାରୀଙ୍କ ସହ ଏକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ହେଲେ ଗୌରବର କଥା ଏହା ଯେ ବେଜୋସଙ୍କ ଏହି ଗସ୍ତ ପାଇଁ ନିର୍ମିତ ରକେଟ୍ ତିଆରି କରିଥିବା ଦଳରେ ଭାରତର ଝିଅ ସଞ୍ଜଲ ଗାଭାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି।