ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି ।
ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର
ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର ଓ ତାଙ୍କ ବାପା ଗୁଲେଖ ମେହେର । ବାପା ଗୀତ ରଚନା କରନ୍ତି ଏବଂ ଝିଅ ତାଙ୍କୁ ସୁମଧୁର ସ୍ୱରରେ ଗାଇଥାନ୍ତି ।
ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ ।
୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍ ବେଡ୍ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ। ଆଖି ବୁଜିଦେଲେ। ଏବେ ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?
ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।
ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ
ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ ।
ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି।
ଆନ୍ଧ୍ରପ୍ରଦେଶରୁ କଦଳିଆପାଳ ଗାଁରେ ପହଞ୍ଚିଛି ୨୫ ବର୍ଷୀୟ ବାପୁନ ନାଏକକ ଶବ । ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆନ୍ଧ୍ରପ୍ରଦେଶରୁ ଅଣାଯାଇଛି ।
କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ ।
ପୁରୀ: ୨୭-୦୨-୨୦୨୧ ଶ୍ରୀକ୍ଷେତ୍ରର ବିକାଶ ଲାଗି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ତିନି ତିନିଟି ସଂକଳ୍ପ ପାରିତ ହୋଇଥିଲା। ସେ ଭିତରୁ ଗୋଟିଏ ସଂକଳ୍ପ ଶ୍ରୀମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ପାଇଁ ଥିଲା। ଆଉ ଏହାର ଠିକ୍ ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷେ ଟଙ୍କା ଦାନ କରି ମହାପ୍ରଭୁଙ୍କ ବିକାଶ ପ୍ରକ୍ରିୟାରେ ଯୋଡ଼ି ହୋଇଥିଲେ ଓ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ ବି ଦେଇଥିଲେ। ହେଲେ ଗତକାଲି ଶ୍ରୀମନ୍ଦିର ବିକାଶ ପାଇଁ […]
କଟକ: ଜାଗରଯାତ୍ରା ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ତିଥି ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୧ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ […]
ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ନେଇ ରାଜନୀତି ଜୋର୍ ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓବିସି ସର୍ଭେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ହିଁ ସମ୍ବିଧାନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କାହିଁକି ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଏହାସହ କେନ୍ଦ୍ର […]
ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ୧୮/ ୫/୨୦୨୧ରେ ଆରମ୍ଭ ହୋଇ ୧୨/୬/୨୦୨୧ ପରୀକ୍ଷା […]
କୋରାପୁଟ: କୋଟିଆରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେ ସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି। କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି […]
ଭୁବନେଶ୍ୱର; ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଲୁଟେରାଙ୍କ କବଳରୁ ଲୁଟ୍ର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଫେରିଛି ୩ ଲକ୍ଷ ଟଙ୍କା। ମୋବାଇଲ ଟାଓ୍ୱାର ବସାଇବା ଆଳରେ ଅନୁଗୁଳର ଯୁବକ ବସନ୍ତ ଛତରଙ୍କଠାରୁ ୩୦ ଥରରେ ସମୁଦାୟ ୩ ଲକ୍ଷ ୧୭ ହଜାର ଟଙ୍କା ଲୁଟିଥିଲେ ଅନ୍ଲାଇନ୍ ଠକ। ଏନେଇ ବସନ୍ତ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମିଶନରେଟ୍ ପୋଲିସ ଉଦ୍ୟମରେ ବସନ୍ତ ଛତର ୩ ଲକ୍ଷ ଟଙ୍କା […]
ଟପ୍ ନ୍ୟୁଜ୍ ସଂକ୍ଷେପରେ… ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ ରାଜ୍ୟରେ ବଢ଼ିଛି ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ଘଟଣା ଏବେ ହୋଇନପାରେ ପୌର ନିର୍ବାଚନ ନିର୍ବାଚନ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ବଢ଼ିଛି କରୋନା ସଂକ୍ରମଣ ଚିନ୍ତା
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ । ଏହାଦ୍ୱାରା ମାରିଟାଇମ ବୋର୍ଡ଼ ଗଠନ ହେବ, ଯେଉଁଥିରେ ୧୨ ଜଣ ସଦସ୍ୟ ଏବଂ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ସେହିପରି ସଦସ୍ୟ ସଚିବ ରହିବେ ବାଣିଜ୍ୟ ପରିବହନ ସଚିବ। ଶିଳ୍ପ, ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ, ନୌସେନାର ଜଣେ ପ୍ରତିନିଧି , ପୋର୍ଟ କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯିବ। ଏହି ବୋର୍ଡ଼ ପିପିପି […]
ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୬% ଅଧିକ। ତେବେ ରାଜ୍ୟ ସରକାର କେଉଁଠୁ ଏତେ ଅର୍ଥ ଆଣିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଡକ୍ୟୁମେଣ୍ଟ କହୁଛି, ନିଜସ୍ୱ ରାଜସ୍ୱ ତଥା କେନ୍ଦ୍ରୀୟ ହସ୍ତାନ୍ତରରୁ ଲକ୍ଷେ ୨୫ ହଜାର କୋଟି ରାଜ୍ୟକୁ ମିଳିବ। ବଳକା ଚାହିଦା ପୂରଣ […]
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ଆଗରୁ ଆମ୍ଭ ହୋଇଗଲାଣି ପ୍ରକଳ୍ପ ପଲଟିକ୍ସ। ପ୍ରଗତି ପଥେ ପିପିଲିର ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ପିପିଲି-ଡେଲାଙ୍ଗର ବିକାଶ ପାଇଁ ଭର୍ଚୁଆଲ୍ରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଛି। ପ୍ରକଳ୍ପ ଘୋଷଣା ପଛରେ ବିରୋଧୀ ନିର୍ବାଚନୀ ଗନ୍ଧ ବାରିବା ସହ ବିଜେପୁର ଏବଂ ତିର୍ତ୍ତୋଲ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ପିପିଲିର ପରବର୍ତ୍ତୀ ଦାବିଦାର […]