Advertisment

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି, ଭୁବନେଶ୍ୱରରେ ରହିଛି ଏକାଧିକ ବିଲ୍ଡିଂ

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଭିଜିଲାନ୍ସ ଟିମ୍‌ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Anganwadi Worker In Vigilance Net

Anganwadi Worker In Vigilance Net

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଭିଜିଲାନ୍ସ ଟିମ୍‌ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର କେଶୁରାରେ କବିତାଙ୍କ ୨ ମହଲା ବିଲ୍ଡିଂ ଥିବାବେଳେ ଝାରପଡ଼ାରେ ୨ଟି ସ୍ଥାନରେ ୨ଟି ୩ ମହଲା ଓ ଗୋଟିଏ ସ୍ଥାନରେ ୧ ମହଲା ବିଲ୍ଡିଂ ରହିଛି। ଏସବୁ ସମ୍ପତିର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି କବିତାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଜଗତସିଂହପୁର ବାଲିକୁଦାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛନ୍ତି।

ଘଟଣାକୁ ନେଇ କବିତା ମାଥନ କହିଛନ୍ତି, ‘ମୋର ଏତେ ପରିମାଣର ସମ୍ପତ୍ତି ନାହିଁ। ମୁଁ ବହୁତ ସଂଘର୍ଷ କରିଛି। ମୋ ଦରମା ୭,୫୦୦ ଟଙ୍କା। ଏହାର ଅର୍ଥ ନୁହେଁ ଆମେ ଅଲଗା କିଛି ବ୍ୟବସାୟ କରୁନୁ। ମୋ ସ୍ୱାମୀଙ୍କ ନାଁରେ ଧୂପ ଫିନାଇଲ୍‌ ଫ୍ୟାକ୍ଟ୍ରି ଅଛି। ସ୍କୁଲ୍‌ରେ ଥିବାବେଳେ ମୁଁ ସ୍କୁଲ୍‌ରେ ଏକ କ୍ୟାଣ୍ଟିନ୍‌ କରିଥିଲି। ଆଜି ପର୍ଯ୍ୟନ୍ତ ବେଆଇନ୍‌ ଭାବେ ମୁଁ କିଛି କରି ନାହିଁ। ଆମ୍ଭେମନେ କଠିନ ପରିଶ୍ରମ କରି ଏସବୁ କରିଛୁ, ହେଲେ ଲୋକେ ଏହାକୁ ଦେଖି ସହି ପାରୁ ନାହାନ୍ତି। ଫଳରେ ଆମ୍ଭମାନଙ୍କରେ ନାଁରେ ଅଭିଯୋଗ କରିଛନ୍ତି। ହୁଏତ ମୋତେ କେହି ଫସାଇ ଦେଇଛନ୍ତି।

Advertisment
Bhubaneswar Odisha Vigilance Raid Anganwadi Worker
Advertisment
Advertisment