Advertisment

ଚିଡିଆଖାନାରେ ଥିବା ୧୩ ଗରିଲା କରୋନା ସଂକ୍ରମିତ

ଆମେରିକାର ଏକ ଚିଡିଆଖାନାରେ ଥିବା ୬୦ଟି ଗରିଲାଙ୍କ ମଧ୍ୟରୁ ୧୩ ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପ୍ରାଣୀ ଉଦ୍ୟାନ ପ୍ରଶାସନ ଦୃଢଭାବରେ କହିଛି ଯେ କେତେକ କର୍ମଚାରୀଙ୍କ ଯୋଗୁଁ ସେମାନଙ୍କ ପାଖକୁ ଭାଇରସ୍‌ ଆସିଥିବ। ଯେତେବେଳେ ଚିଡିଆଖାନାର କର୍ମଚାରୀମାନେ ଗରିଲାଙ୍କ କାଶ ଓ ନାକରୁ ପାଣି ବୋହୁଥିବା ଦେଖିଲେ ସେତେବେଳେ ତାଙ୍କର ଯାଞ୍ଚ କରାଗଲା। ଏହା ସହିତ ସେମାନଙ୍କ ଭୋକ ମଧ୍ୟ ମରିଗଲା।

author-image
Pramod Behera
Gorillas covid-positive

Gorillas covid-positive

ଆମେରିକାର ଏକ ଚିଡିଆଖାନାରେ ଥିବା ୬୦ଟି ଗରିଲାଙ୍କ ମଧ୍ୟରୁ ୧୩ ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପ୍ରାଣୀ ଉଦ୍ୟାନ ପ୍ରଶାସନ ଦୃଢଭାବରେ କହିଛି ଯେ କେତେକ କର୍ମଚାରୀଙ୍କ ଯୋଗୁଁ ସେମାନଙ୍କ ପାଖକୁ ଭାଇରସ୍‌ ଆସିଥିବ। ଯେତେବେଳେ ଚିଡିଆଖାନାର କର୍ମଚାରୀମାନେ ଗରିଲାଙ୍କ କାଶ ଓ ନାକରୁ ପାଣି ବୋହୁଥିବା ଦେଖିଲେ ସେତେବେଳେ ତାଙ୍କର ଯାଞ୍ଚ କରାଗଲା। ଏହା ସହିତ ସେମାନଙ୍କ ଭୋକ ମଧ୍ୟ ମରିଗଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଗରିଲାମାନଙ୍କୁ କ’ଣ ଡେଲ୍ଟା ଭେରିଏଣ୍ଟ ଆକ୍ରମଣ କଲା କି?

Advertisment
Gorillas covid-positiveଗରିଲା କୋଭିଡ୍ ପଜିଟିଭ୍

ଏହି ସଂକ୍ରମିତ ଗରିଲା ଆମେରିଆର ଆଟଲାଣ୍ଟିକାସ୍ଥ ଚିଡିଆଖାନାରେ ରୁହନ୍ତି। ଏମାନଙ୍କୁ ୱେଷ୍ଟର୍ଣ୍ଣ ଲୋଲେଣ୍ଡ୍ ଗରିଲା କୁହାଯାଏ। ଏମାଙ୍କ ମଧ୍ୟରେ ଥିବା ସବୁଠାରୁ ବୟସ୍କ ଗରିଲା ଓଜୀର ବୟସ ହେଉଛି ୬୦। ଗରିଲାଙ୍କ ସ୍ୱାବର ସାମ୍ପଲ ଯାଞ୍ଚ ପାଇଁ ଜର୍ଜିଆ ବିଶ୍ୱବିଦ୍ୟାଳୟର ଭେଟରୀନାରୀ ଲ୍ୟାବକୁ ପଠାଯାଇଥିଲା। ଏଥିରେ ୧୩ ଗରିଲା ପଜିଟିଭ୍ ଥିବା ମିଳିଥିଲା। ବର୍ତ୍ତମାନ ଚିଡିଆଖାନାର ଅଧିକାରୀମାନେ ଆଇଓୱାସ୍ଥ ନେସ୍‌ନାଲ୍‌ ଭେଟରୀନରୀ ସର୍ଭିସେସ୍ ଲ୍ୟାବ୍‌ ରିପୋର୍ଟକୁ ଅପେକ୍ଷା କରିଛନ୍ତି।

Advertisment

ଚିଡିଆଖାନାର ଅଧିକାରୀଙ୍କ କହିବା କଥା ଗରିଲାଙ୍କୁ କରୋନା ସଂକ୍ରମଣ କାରଣରୁ ମୋନୋକ୍ଲୋନଲ୍ ଆଣ୍ଟିବଡିଜ୍ ବିକଶିତ ନେଇ ଅନେକ ସମସ୍ୟା ଆସିପାରେ। ଏନେଇ ଏଠାରେ ଥିବା ଅନ୍ୟ ଗରିଲାଙ୍କୁ ମଧ୍ୟ ଯାଞ୍ଚ କରାଯିବ।

ଚିଡିଆଖାନା ପ୍ରଶାସନ କହିଛି ଯେ ଜଣେ କର୍ମଚାରୀ ମାଧ୍ୟମରେ ଗରିଲାଙ୍କୁ କରୋନା ସଂକ୍ରମିତ ହୋଇଛି। ତେବେ ଏହି କର୍ମଚାରୀ ପୂରା ଟିକାକରଣ ହୋଇଥିବା ବେଳେ ସଂପୂର୍ଣ୍ଣ ସୁରକ୍ଷା କିଟ୍ ସହିତ ସେମାନଙ୍କ ଯତ୍ନ ନେଉଥିଲା। ଚିଡିଆଖାନାର ବରିଷ୍ଠ ପଶୁ ନିର୍ଦ୍ଦେଶକ ଡା. ସେମ୍ ରିଭେରା ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଆମେ ସବୁ ପ୍ରକାଶ ସଚେତନତା ପାଳନ କରିବା ପରେ ବି ୧୩ ଗରିଲାଙ୍କୁ କରୋନା ଭାଇରସ ହୋଇଗଲା। ତେବେ ସେମାନଙ୍କୁ ଠିକ କରିବା ନେଇ ପୂରା ଚେଷ୍ଟା ଚାଲିଥିବା ସେ କହିଛନ୍ତି।

Gorillas covid-positiveଗରିଲା କୋଭିଡ୍ ପଜିଟିଭ୍

ଦ୍ୱିତୀୟ ଥର ପାଇଁ ଗରିଲାଙ୍କୁ ସଂକ୍ରମଣ ହୋଇଥିବା ସେମ୍ ରିଭେରା କହିଛନ୍ତି। ଏହା ପୂର୍ବରୁ ସେନ୍ ଡିଓଗୋ ଜୁ ସଫାରୀର ୮ ଗରିଲାଙ୍କୁ କରୋନା ସଂକ୍ରମଣ ହୋଇଥିଲା। ଏଠାରେ ଗୋଟିଏ ସିଲଭରବେକ୍ ଗରିଲାକୁ ଏକ୍ସପେରିମେଣ୍ଟ୍ ଆଣ୍ଟିବଡି ରେଜିମେନ୍ ଦିଆଯାଇଥିଲା। ଏହା ପରେ ସବୁ ଗରିଲା ଠିକ ହୋଇଯାଇଥିଲେ।

ସେ କହିଛନ୍ତି ଯେ ଏହି ଗରିଲାମାନଙ୍କୁ ପଶୁମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କରୋନା ଟିକା ଦିଆଯିବ। ୬୦ ବର୍ଷୀୟ ଓଜୀକୁ କନୋନା ସଂକ୍ରମଣର କମ ଲକ୍ଷଣ ରହିଛି। ସେ ଖୁବ୍ ଶୀଘ୍ର ଭଲ ହୋଇଯିବ ବୋଲି ସେ କହିଛନ୍ତି।

Gorillas Test COVID-19 Positive America
Advertisment
Advertisment