• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha artisian
୩୫ ବର୍ଷ ହେଲା କାଠ ପଥରରେ ଜୀବନ ଭରୁଛନ୍ତି ପ୍ରମୋଦ

୩୫ ବର୍ଷ ଧରି ସେ ନିଜର ଏକ ସ୍ୱତନ୍ତ୍ର ଦୁନିଆରେ ବଂଚୁଛନ୍ତି। ନିର୍ଜୀବ କାଠ ପଥର ଓ କାନଭାସ ସହ କଥା ହେଉଛନ୍ତି। ସେଇମାନଙ୍କ ଭିତରେ ଜୀବନ ଭରୁଛନ୍ତି। ଯୁବକ ଥିଲାବେଳେ, ଓଡ଼ିଶା ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଗଢ଼ିଥିବା ଶିଳ୍ପୀଗୋଷ୍ଠୀ ସହ ସେ ମଧ୍ୟ ଥିଲେ। ଆସନ୍ତୁ ଭେଟିବା ଏହି ଭାସ୍କର୍ଯ୍ଯ ଶିଳ୍ପୀଙ୍କୁ ।

India Book Of Records
୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ଶ୍ଲୋକ ଉଚ୍ଚାରଣ : ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି

last rite
ଅନନ୍ୟ ଉଦାହରଣ : ପୁଅର କର୍ତ୍ତବ୍ୟ କଲା ଝିଅ,ମା’ମୁହଁରେ ମୁଖାଗ୍ନି ଦେଲେ ସୀମା

ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ

Price Of Vegetables And Oil Spike
ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି: ହୁ ହୁ ହୋଇ ବଢ଼ୁଛି ତୈଳ ଦର, ଆକଶ ଛୁଆଁ ପରିବା ଦର

ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

No Networ No Vote
ନେଟଓ୍ୱର୍କ ନାହିଁ ତ ଭୋଟ୍ ନାହିଁ

ନେଟଓ୍ୱର୍କ ନାହିଁ ତ ଭୋଟ୍ ନାହିଁ। ମୋବାଇଲ୍ ନେଟଓ୍ୱର୍କ ଆସୁନଥିବାରୁ ତାତିଲେ କନ୍ଧମାଳ ରାଇକିଆର କରଡ଼ା ପଞ୍ଚାୟତବାସୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋବାଇଲ୍ ଟାଓ୍ୱାର ନ ବସିଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ।

Ex-Navy Personnel Cracks OPSC Civil Examinations
ନୌସେନାରୁ ଅବସର ପରେ OAS ପରୀକ୍ଷାରେ କୃତକାର୍ଯ୍ୟ

ନୌସେନାରୁ ଅବସର ପରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନବରଙ୍ଗପୁରର ଅଜୟ କୁମାର ମାଡାଙ୍ଗି । କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ ବୋଲି କୁହନ୍ତି ଅଜୟ ।

Vegetable
ଆକାଶ ଛୁଆଁ ପରିବା ଦରକୁ ଦେଖି ଚିନ୍ତାରେ ଖାଉଟି

ଆକାଶ ଛୁଆଁ ପରିବା ଦରକୁ ଦେଖି ଚିନ୍ତାରେ ଖାଉଟି। ସାରା ରାଜ୍ୟରେ ପରିବା ଦର ବୃଦ୍ଧିକୁନେଇ ମୁଣ୍ଡରେ ପଡିଲାଣି ଚଡକ।

Petrol Price Hike
ସାରା ରାଜ୍ୟରେ ପେଟ୍ରୋଲ ଦର ବଢୁଥିବା ନେଇ କଲବଲ ହେଲେଣି ଲୋକେ

ସାରା ରାଜ୍ୟରେ ପେଟ୍ରୋଲ ଦର ବଢୁଥିବା ନେଇ କଲବଲ ହେଲେଣି ଲୋକେ। ବେଲଗାମ ଦରକୁ ନେଇ ଚିନ୍ତାରେ ଖାଉଟି ।

MLA Pradeep Panigrahi House Raid
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧,୪୪୦ ଗ୍ରାମ ସୁନା ଜବତ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍‌ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।  

Ex-Navy Personnel Cracks OPSC Civil Examinations
ପଥ କଠିନ ଥିଲେ ବି ଶେଷରେ ମିଳିଲା ସଫଳତା: ନୌସେନା ଅଧିକାରୀରୁ OAS ଅଫିସର

ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।

Missing Lady Teacher Case
ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି।

Vigilance Raid In MLA Pradeep Panigrahi Hosue
୨୩ ଘଣ୍ଟା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍‌

ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।

petrol-diesel price
ଯାତ୍ରୀ ଜନତା ଆକ୍ତାମାକ୍ତା; ଲଗାମ ଛଡା ତୈଳ ଦର

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ ।

ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଭୂପେଶ
ଶ୍ରଦ୍ଧାଳୁଙ୍କ ଉପରେ କାର ମାଡ଼ିଯିବା ଘଟଣା: ଓଡ଼ିଶା ସରକାରଙ୍କୁ ଦୋଷ ଦେଲେ ଭୂପେଶ

ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି।

vigillance raid
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ ପରେ ଟାର୍ଗେଟ୍

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ I ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉI ବ୍ରହ୍ମପୁର ଓ ଭୁବନେଶ୍ୱର ସହ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

petrol price
ପାସେଞ୍ଜର ଅଭାବ ସହ ସେଞ୍ଚୁରୀ ପାର ତେଲରେ ଆକ୍ତାମାକ୍ତା ଅଟୋ ଚାଳକ

ଜନତାରୁ ଯାତ୍ରୀ, ସଭିଙ୍କୁ କଲବଲ କରୁଛି ମହଙ୍ଗା ତେଲI ପୁଣି ବସ୍ ଭଡ଼ା ବଢ଼ିବା ପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ I ବସ ମାଲିକ ସଂଘ କହିଲେ ଆମେ ଅସହାୟ । ପ୍ରତିଦିନ ତୈଳ ଦର ବୃଦ୍ଧିରେ ଲଗାମ ଲାଗୁନି । ବେହାଲ ହେଲେଣି ଯାତ୍ରୀ ।

Smuggling Of Ganja
ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇ

ମୁଖ୍ୟମନ୍ତ୍ରୀ ବଘେଲଙ୍କ ସାଂଘାତିକ ଅଭିଯୋଗ I ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇI ପ୍ରୋତ୍ସାହନ ଦେଉଛନ୍ତି ଶାସକ ଦଳ ନେତା ଓ ପ୍ରସାଶନିକ ଅଧିକାରୀ ।

girl teacher missing
ମମିତା ନିଖୋଜ ପଛର କାରଣ ଅନୈତିକ ସଂମ୍ପର୍କ?

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ପଛରେ କିଏ? ସମ୍ପର୍କୀୟ ଭାଇ ଓ ଶିକ୍ଷୟିତ୍ରୀଙ୍କ ଫୋନ୍ କଲରୁ ମିଳିଛି ସାଂଘାତିକ ତଥ୍ୟI ଝିଅଙ୍କ ସହ ଶିକ୍ଷାନୁଷ୍ଠାନ ସଭାପତିଙ୍କର ଥିଲା ଅନୈତିକ ସମ୍ପର୍କ।

fire breaks
ଅଗରବତୀ କାରଖାନାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ପାଉଁଶ

ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Three headed snake is something else
ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।

Woman slept near the corpse
ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

vigillance raid
ପୁଣି ଛନ୍ଦି ହେଲେଣି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଭୁବନେଶ୍ୱର ବାସଭବନରେ ଚଢ଼ାଉ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

doctor protest
୧୪ ବର୍ଷ ହେଲା ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଯାଇଛି

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।

India producing cheapest solar power
ଭାରତରେ ପ୍ରସ୍ତୁତ ହେଉଛି ବିଶ୍ୱର ଶସ୍ତା ସୋଲାର ବିଜୁଳି

ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି ପାରମ୍ପରିକ ଇନ୍ଧନକୁ ହ୍ରାସ କରିବା ନେଇ ଦାବି ହେଉଛି। ଏହି ଅବସରରେ ଦେଶରେ ଅକ୍ଷୟ ଶକ୍ତି କ୍ଷେତ୍ରରେ କାମ ହେଉଛି। ଅକ୍ଷୟ ଶକ୍ତିରେ ପବନ ଓ ସୂର୍ଯ୍ୟାଲୋକ ମୁଖ୍ୟ ଭୂମିକାରେ ରହିଛି।

Pilot Vehicle Of Odisha Minister Turns Turtle, 5 Policemen Injured
ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି

ଗଜପତିର ଅଡ଼ବା ଥାନା ଉଲିଆପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାI ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ିI ପାଇଲଟିଂ ଗାଡ଼ିର ଡ୍ରାଇଭର ସମେତ ୫ ଆହତ ।