ଦିଲ୍ଲୀର ଏକ ନ୍ୟୁଜ୍ ପୋର୍ଟାଲରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ସାମ୍ବାଦିକାଙ୍କୁ ତ୍ରିପୁରାରେ ଅଟକ ରଖାଯାଇଛି। ଅଟକ ଓଡ଼ିଆ ସାମ୍ବାଦିକାଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି।
ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ଘୋଷଣା କରାଯାଇଛି। ବର୍ଷା ଓ କୁହୁଡ଼ି ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ ଘୋଷଣା କରିଛନ୍ତି।
ହୀରାକୁଦ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦୂର ପାହାଡ଼ ସୁନ୍ଦର ପରି ଏବେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକର ସ୍ଥିତି । ମାଷ୍ଟର କ୍ୟାଣ୍ଟିନ ଘୋଡାକୁ ନୂଆ ରୂପ ଦେବାକୁ ଯାଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପୂରା ଛକର ବଦଳାଇ ଦେଇଛି ନକ୍ସା । ଯାହାର ଫଳସ୍ୱରୂପ ଟ୍ରାଫିକ୍ ସମସ୍ୟା ସାଙ୍ଗକୁ ବଢିବାରେ ଲାଗିଛି ଦୁର୍ଘଟଣା ଭୟ। ଦେଖନ୍ତୁ ଏହି ରିପୋର୍ଟ ।
ବର୍ଷା ଓ କୁହୁଡ଼ି ଯୋଗୁ ପର୍ଯ୍ୟଟକଙ୍କ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି।
ନିଆଳି ବ୍ଲକ ରାଣୀଓଳା ପଂଚାୟତର ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାଟିରକୁ ଯାହାର ଅବସ୍ଥା ନକହିବା ଭଲ । ବିଭିନ୍ନ ହାଟ, ସ୍କୁଲ, ମେଡିକାଲକୁ ଯିବାକୁ ଏଇ ବାଟ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ରାସ୍ତା ଅବସ୍ଥା କିପରି ଅଛି ଆପଣ ଦେଖନ୍ତୁ । ଏବଂ କୁହନ୍ତୁ ଏହା ରାସ୍ତା ନା ମରଣଜନ୍ତା ।
୨୬ ବର୍ଷ ତଳେ ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲା ପୁଅ । ହେଲେ ଦଇବର ଖେଳ ଖାଲି କରିଦେଇଥିବା ମା କୋଳକୁ ୨୬ ବର୍ଷର ପରେ ପୁଣିଥରେ ପୁରା କରିଦେଇଛନ୍ତି ଭଗବାନ । ଦେଖନ୍ତୁ ଏହି ଘଟଣାର ପୁରା ଖବର ..।
କେତେବେଳେ ମୌସୁମୀର ଲୁଚକାଳି ଖେଳ ତ, କେତେବେଳେ ପାଣି ଓ କେତେବେଳେ ବିହନ ସମସ୍ୟା। ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।
କେତେବେଳେ ମୌସୁମୀର ଲୁଚକାଳି ଖେଳ, କେତେବେଳେ ପାଣି ତ କେତେବେଳେ ବିହନ ସମସ୍ୟା ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି । ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଶୁଣନ୍ତୁ ନିଜସ୍ୱ ଚେଷ୍ଟା ଓ ପରିଶ୍ରମରେ ପିଜୁଳି ଚାଷ କରି କିପରି ଲାଭବାନ ହେଉଛନ୍ତି ଗୁଣପୁରର ଲକ୍ଷ୍ମୀନାରାୟଣ ଏବଂ ଭଦ୍ରକର ଅନ୍ତର୍ଯାମୀ ।
ଯେଉଁ ବୟସରେ ସେ ଅନ୍ୟକୁ ସାହାରା ଦେବା କଥା ଆଜି ସେ ନିଜେ ସାହାରା ଖୋଜୁଛନ୍ତି। ୩୪ ବର୍ଷ ଛୁଇଁଲାଣି, କିନ୍ତୁ ଗୋଟିଏ ପାହୁଲ ଚାଲିବା ପାଇଁ ବଳ ନାହିଁ। ସଂସାର କରିବା ବୟସରେ ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଆଳିତ ମୀନାକ୍ଷୀ....ଟ୍ୟୁମର ଜୀବନକୁ କରିଦେଇଛି ଦୁର୍ବିପାକ...ଝିଅର ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ପରିବାର
କାଳିଆ ଟିକେ ଦର୍ଶନ ଦେଏ । କାହିଁ କେତେ ଦୂରରୁ ଆସିଛି ତୋ ଚକା ନୟନକୁ ମନ ଭରି ଦେଖିବା ପାଇଁ । ଖୋଲି ଦିଏ ତୋ ସିଂହଦ୍ୱାର ଦେଖିନିଏ ତୋ କଳା ବଦନ । ଏମିତି ଭାବି କାନ୍ଦୁଛି ଜଣେ ଭକ୍ତ । ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଏଥିପାଇଁ ଶ୍ରୀମନ୍ଦିରର ସମ୍ମୁଖରେ ଭକ୍ତଙ୍କ ଭିଡ ଲାଗିଛି । କିନ୍ତୁ ଆଜିର ଦିନ ଜଗା ଦର୍ଶନ ବନ୍ଦ ରଖିବାକୁ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ।
ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ସ଼ଡକ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ଗଛରେ ତ କେଉଁଠି ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟି ହେବା ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଛି।
ଚାକିରି ପଛରେ ଗୋଡ଼େଇଲେ ନାହିଁ। ନିଜ ଘର ପାଖରେ କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା। ନିଜେ ଆତ୍ମନିର୍ଭର ହେବା ସହ ପାଖଆଖ ଯୁବକଙ୍କୁ ଦେଉଛନ୍ତି ଚାକିରି...ଦେଖନ୍ତୁ କେମିତି ଏକା ସାଙ୍ଗରେ ଚାଲିଛି ତିନୋଟି ଚାଷ
ଯିଏ ସବୁ କରିପାରିଥାଆନ୍ତେ, ଯାହାଙ୍କୁ ସୁଯୋଗ ସବୁ ଅନେଇ ବସିଥିଲେ ସିଏ ସନ୍ଧ୍ୟା ଦେବାନାଥ। ଆଜିକୁ ୫୦ ବର୍ଷ ତଳେ ସିଏ ଓଡ଼ିଶୀ ନୃତ୍ୟରେ ପାଇଥିଲେ ନୃତ୍ୟ ଆଚାର୍ଯ୍ୟ ସାର୍ଟିଫିକେଟ୍। ସମ୍ବଲପୁର ଛାଡ଼ି ଆସିଥିଲେ ଭୁବନେଶ୍ୱର। ଏକାଧିକ ସିନେମା, ଏକାଧିକ ନିଯୁକ୍ତି ସୁଯୋଗ ସବୁ କିଛି ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ଆମ ସମାଜର ଚିରାଚରିତ ରକ୍ଷଣଶୀଳ ମାନସିତକା ପାଇଁ। ତଥାପି ଆଜି ପରିଣତ ବୟସରେ ନୃତ୍ୟୁକୁ ନିଜ ମନମନ୍ଦିରରେ ସଜେଇ ରଖିଛନ୍ତି ନୃତ୍ୟଗୁରୁ ସନ୍ଧ୍ୟାଦେବୀ।
୫ ମାସ ତଳେ ଯେଉଁ ପୁଅ-ବୋହୂ ବୁଢ଼ା ବାପାକୁ ଧକ୍କା ମାରି ଘରୁ ବାହାର କରିଦେଇଥିଲା, ଆଜି ଖବର ପ୍ରସାରଣ ପରେ ଫୁଲମାଳ ଦେଇ ଘରକୁ ନେଲେ। ନିଜ ଦୋଷକୁ ସ୍ୱୀକାର କରିବା ସହ ଆଗକୁ ପୂର୍ଣ୍ଣଚନ୍ଦ୍ରଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଯାଜପୁରର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...
ଆପଣ ସବୁଜ କଲରା ଖାଇଛନ୍ତି। ଟୁପୁସି କଲରା ଖାଇଛନ୍ତି। ହେଲେ କେବେ ଦେଖିଛନ୍ତି କି ଧଳା କଲରା ? କେମିତି ଚାଷ ହେଉଛି ଏ ଧଳା କଲରା ? ଏ କଲରାରର ଦାମ୍ କେତେ? ଚାଲନ୍ତୁ ଦେଖିବା କୋରାପୁଟରୁ ଏହି ସ୍ୱତନ୍ତ୍ର ରିପୋର୍ଟ
କଥାରେ ଅଛି, ଭଗବାନ ଯଦି ଚାହିଁବେ ତା’ହେଲେ ଅସମ୍ଭବ ଜିନିଷ ବି ସମ୍ଭବପର ହୋଇପାରିବ। ଏମିତି କିଛି ଚମତ୍କାର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୨୬ ବର୍ଷ ପରେ ମା’ କୋଳକୁ ଫେରିଛି ନିଖୋଜ ପୁଅ।
ଏ ଦୁନିଆରେ ଏମିତି ଏକ ଅଞ୍ଚଳ ରହିଛି ଯେଉଁଠି ପ୍ରତ୍ୟେକ ଲୋକ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏଠାର ମହିଳାମାନେ ୮୦ ବର୍ଷରେ ବି ଯୁବତୀଙ୍କ ଭଳି ଦେଖାଯାଆନ୍ତି ଏବଂ ୭୦ ବର୍ଷରେ ବି ମା ହେବାର କ୍ଷମତା ରଖନ୍ତି।
କରୋନା ଭାଇରସରୁ ଏବେ ବି ବିଶ୍ୱ ମୁକୁଳି ପାରିନି। ସବୁ ଦେଶ ଏହାର ବିକଳ୍ପ ଚିନ୍ତାରେ ଲାଗିପଡିଛନ୍ତି। ଏହାରି ଭିତରେ ଏକ ଖବର ଆସୁଛି ଯେ ଛତୁରେ ରହିଛି କରୋନା ବିରୋଧରେ ଲଢେଇ କରିବାର କ୍ଷମତା। ଏହାକୁ ନେଇ ଔଷଧ ପ୍ରସ୍ତୁତ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।
କାହିଁକି ଲୋକଙ୍କ ବିରୋଧ ପରେ ଖରସ୍ରୋତା ପ୍ରକଳ୍ପ କାମ ଆରମ୍ଭ କରିବାକୁ ତରତର ହେଉଛନ୍ତି ସରକାର?
ଗୁଣପୁର ଅଂଚଳରେ ଏଯାଏଁ ଖୋଲିନି କପା ମଣ୍ଡି I କପା ଅମଳ ସରିଥିବାବେଳେ ବିକ୍ରିକୁ ନେଇ ବଢୁଛି ଚିନ୍ତା I ବିକ୍ରିବଟା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଚାଷୀଙ୍କ ଅଭିଯୋଗ
ଅଟୋ ବାଲା ଭୁଲିଗଲା ମାନବିକତା, ଆମ୍ୱୁଲାନ୍ସବି ନିଜ କର୍ତ୍ତବ୍ୟ ଭୁଲିଗଲା। ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଥିବା ବେଳେ ହସ୍ପିଟାଲ ନେବାକୁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ଅସହାୟ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲେ ଉପଜିଲ୍ଲାପାଳ I
ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତୁ ଚାଲିବ ଶୀତକାଳୀନ ଅଧିବେଶନI ଅଧିବେଶନ ରେ ୨୬ଟି କାର୍ଯ୍ୟଦିବସ, ୫ଟି ଛୁଟି ଦିବସ
ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ।
ଓଟିଭିରେ ଖବର ପ୍ରସାରଣ ହେବା ପରେ ଚେତିଲେ ପୁଅ ଓ ବୋହୂ, ସ୍କୁଲ ପିଣ୍ଡାରୁ ଘରକୁ ଫେରାଇ ନେଲେ ବୁଢ଼ା ବାପାଙ୍କୁ