Advertisment

ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଗିରଫ

ଦିଲ୍ଲୀର ଏକ ନ୍ୟୁଜ୍‌ ପୋର୍ଟାଲରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ସାମ୍ବାଦିକାଙ୍କୁ ତ୍ରିପୁରାରେ ଅଟକ ରଖାଯାଇଛି। ଅଟକ ଓଡ଼ିଆ ସାମ୍ବାଦିକାଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Women Journalists Detained

Women Journalists Detained

ଭୁବନେଶ୍ୱର: ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରକାଶ ଅଭିଯୋଗରେ ଗିରଫ ହେଲେ ୨ ମହିଳା ସାମ୍ବାଦିକା। ସାମ୍ବାଦିକ ସମୃଦ୍ଧି ଶାକୁନିଆ ଓ ସ୍ୱର୍ଣ୍ଣା ଝାଙ୍କୁ ଆସାମ ପୋଲିସ ଗିରଫ କରିବା ପରେ ଉଭୟଙ୍କୁ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରିଛି। ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଓ ତାଙ୍କର ଜଣେ ସହଯୋଗୀଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା। ଅଟକ ଓଡ଼ିଆ ସାମ୍ବାଦିକା ଜଣକ ହେଲେ ଝାରସୁଗୁଡ଼ାର ସମୃଦ୍ଧି କେ ସାକୁନିଆ ଓ ତାଙ୍କ ସହଯୋଗୀ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା। ପରେ ୨ ମହିଳା ସାମ୍ବାଦିକଙ୍କୁ ଜାମିନ ଦେଇଛନ୍ତି ତ୍ରିପୁରା ଗୋମତି ଜିଲ୍ଲାର ଏକ କୋର୍ଟ।  

Advertisment

ଦିଲ୍ଲୀର ଏକ ନ୍ୟୁଜ୍‌ ପୋର୍ଟାଲରେ କାର୍ଯ୍ୟ କରୁଥିବା ସାକୁନି‌ଆ ଓ ତାଙ୍କ ସହଯୋଗୀ ସ୍ୱର୍ଣ୍ଣ ଝା ରିପୋର୍ଟିଂ ପାଇଁ ତ୍ରିପୁରା ଯାଉଥିଲେ। ଗୌହାଟି ଅଭିମୁଖେ ଯାତ୍ରା କରୁଥିବାବେଳେ ଆସାମର କରିମଗଞ୍ଜରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ଏହା ପୂର୍ବରୁ ହିଂସାକୁ ଉସୁକାଇବା ଅଭିଯୋଗରେ ଗତକାଲି ସକାଳେ ସେମାନଙ୍କୁ ତ୍ରିପୁରା ପୋଲିସ ଧାରା ୧୫୩ (କ)ରେ ନୋଟିସ ଜାରି କରିଥିଲା।

ଏନେଇ ଦୁହିଁଙ୍କ ବିରୋଧରେ ଉନାକୋଟି ଜିଲ୍ଲାର ଫଟିକରୟ ଥାନାରେ ୧୨୦ (ଖ) ଆଇପିସିରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାସହ ଅଗରତାଲା ପୋଲିସ ନିକଟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା।

Advertisment

ରିପୋର୍ଟିଂ ପାଇଁ ଅଗରତାଲା ଯାଉଥିବା ସାକୁନିଆ ଓ ସ୍ୱର୍ଣ୍ଣ ପୋଲିସ ନଜରରୁ ବର୍ତ୍ତିବା ଲାଗି କୁମରଘାଟରେ ରାସ୍ତା ବଦଳାଇ ଆସାମର ଗୌହାଟୀ ଯାତ୍ରା କରିଥିଲେ ବୋଲି ପୋଲିସ କହିଛି। ଏନେଇ ଅଗରତାଲା ପୋଲିସ ଆସାମ ପୋଲିସକୁ ଜଣାଇବା ପରେ ସେମାନଙ୍କୁ ଅଟକ ରଖାଯାଇଥିଲା।

ସାକୁନିଆ ଓ ସ୍ୱର୍ଣ୍ଣଙ୍କୁ ନିଲମବଜାର ଥାନାରେ ତ୍ରିପୁରା ପୋଲିସକୁ ହସ୍ତାନ୍ତର କରାଯାଇଛି। ପରେ ସେମାନଙ୍କୁ ଉଦୟପୁର ନିଆଯାଇ ଜେରା କରାଯାଉଛି ବୋଲି ଜଣାପଡ଼ିଛି। ପୋଲିସ ସେମାନଙ୍କୁ ଅଟକ ରଖିଥିବା ନେଇ ସାକୁନିଆ ଟ୍ୱିଟ୍ କରି ଜଣାଇଥିଲେ। 

Tripura Odia Journalist Detained Journalists Detained
Advertisment
Advertisment