• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

rahul
ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେଜେପିକୁ ପ୍ରତିଜବାବ ଦେଇ ରାହୁଲ କହିଛନ୍ତି “ ୟୁପି ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ […]

  • Friday, 02 July 2021
samsung chairman
ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ସିଓଲ: ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ(ଚେୟାରମ୍ୟାନ୍‌) ଲି କୁନ୍‌-ହିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ୨୦୧୪ ମସିହାରେ ଦୃଦ୍‌ଘାତ ହେବାପରେ ତାଙ୍କର ସର୍ଜରୀ ହୋଇଥିଲା। ଲି କୁନ୍ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ସାମ୍‌ସଙ୍ଗ୍‌କୁ ଏକ ସ୍ଥାନୀୟ ବ୍ୟବସାୟରୁ ବିଶ୍ୱର ଅଗ୍ରଣୀ ଉଦ୍ଭାବକ ତଥା […]

  • Friday, 02 July 2021
pm-modi
ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ। କୃଷି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଏକ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟପ୍ରଦେଶର ଅତୁଲ ପଟ୍ଟିଦାର ଡିଜିଟାଲ୍‌ […]

  • Friday, 02 July 2021
rajnath-singh
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ଏଥିସହ ରାଜନାଥ ଦାର୍ଜିଂଲିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଛନ୍ତି। ଉପସ୍ଥିତ ସେନା ଅଧିକାରୀମାନଙ୍କ ଠାରୁ ଶସ୍ତ୍ରଚାଳନା […]

  • Friday, 02 July 2021
mohan-bhagabt
'ଭାରତର କଡ଼ା ଜବାବରେ ଭୟଭୀତ ଚାଇନା'

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର କଡ଼ା ଜବାବ ଚାଇନାକୁ ଭୟଭୀତ କରିଦେଇଛି ବୋଲି ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ବିଷୟରେ ଭାଗବତ କହିଛନ୍ତି “ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ […]

  • Friday, 02 July 2021
political-leader-1
ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

ପାଟନା: ନିର୍ବାଚନ ପ୍ରଚାର ସମୟରେ ଜନତା ଦଳ ରାଷ୍ଟ୍ରବାଦୀ(JDR) ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂକୁ ଗୁଳି କରି ହତ୍ୟା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ବିହାର ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ଶନିବାର ଦିନ ଶିହୋର ଜିଲ୍ଲା ହଥସାର ଗାଁରେ ଶ୍ରୀନାରାୟଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନା ଅନୁସାରେ, ଶ୍ରୀନାରାୟଣଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଦଳର କାର୍ଯ୍ୟକର୍ତ୍ତା ହୋଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏପରିକି ସେ ପ୍ରଚାର ସମୟରେ ଶ୍ରୀନାରାୟଣଙ୍କ ସପକ୍ଷରେ […]

  • Friday, 02 July 2021
husband kills wife
ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ରାଇପୁର: ନବରାତ୍ରରେ ୮ ଦିନ ଯାଏ ଉପବାସ ରଖିଥିବା ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳାଙ୍କ ମୃତଦେହ ନବରାତ୍ରର ୮ମ ଦିନ ରାତିରେ ପୂଜା ଘର ଭିତରୁ ମିଳିଥିବା ଜଣାପଡ଼ିଛି। ମୃତଦେହ ଉଦ୍ଧାର ହୋଇଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ୍‌ ଆଶଙ୍କା କରୁଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନରବଳି ଦେଇଛନ୍ତି। ହେଲେ ପ୍ରକୃତରେ କାହିଁକି ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼ର […]

  • Friday, 02 July 2021
covid-care-coach
ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ମୁମ୍ବାଇ: ଦେଶରେ ହୁହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରୁ ଡାକ୍ତରଖାନାରେ ବେଡ୍‌ ଅଭାବ ହେଲା। ଏହାପରେ ଆଇସୋଲେନସ ଓ ଚିକିତ୍ସା ପାଇଁ ରେଳ ଡବାକୁ କରୋନା ବେଡ୍‌ରେ ପରିଣତ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା। କିନ୍ତୁ ଦେଶର ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରରେ କୌଣସି ରୋଗୀ ରେଳ କୋଚ୍‌ରେ ଆଇସୋଲେସନ ୟୁନିଟ୍‌ରେ ଆଡ୍‌ମିଶନ ହୋଇ ନଥିବା ଜଣାପଡ଼ିଛି। ରାଜ୍ୟରେ ୯୦୦ ନନ୍‌ ଏସି […]

  • Friday, 02 July 2021
tejaswi
ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନୀ ମଇଦାନରେ ବିଭିନ୍ନ ଦଳ ବିରୋଧୀଙ୍କ ଉପରେ କଡ଼ା ଟିପ୍ପଣୀ କରିବା ସହିତ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି। ରବିବାର ନିର୍ବଚନୀ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ। ନୀତୀଶ କ୍ଲାନ୍ତ ହୋଇଯାଇଛନ୍ତି ବୋଲି କହିବା ସହିତ ବିହାର ଜନତା ତାଙ୍କୁ ଏବେ ଘୃଣା କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି। […]

  • Friday, 02 July 2021
dig
ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି । ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ […]

  • Friday, 02 July 2021
asaduddin-oseiswi
ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ। ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ ପାଖାପାଖି ୭୦ ମିନିଟ ଧରି ଭାଷଣ ଦେଇଥିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ଏହି ଭାଷଣରେ ସିଏଏ ଉପରେ ମନ୍ତବ୍ୟ ଦେଇ ଭାଗବତ କହିଥିଲେ “ସିଏଏ କୌଣସି […]

  • Friday, 02 July 2021
rbi
ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ନୂଆଦିଲ୍ଲୀ: ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସୋଲେସନ୍‌ରେ ରହି କାମ କରିବି। ସାଧାରଣ ଦିନ ଭଳି ଆର୍‌ବିଆଇ କାର୍ଯ୍ୟ ଚାଲୁ ରହିବ। ଟେଲିଫୋନ୍‌ ଓ ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଡେପୁଟି ଗଭର୍ଣ୍ଣର ଓ […]

  • Friday, 02 July 2021
0111
ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଆମର ଇଞ୍ଚେ ଜମି କେହି ନେଇପାରିବେ। ନାହଁ ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଆସୁଛି ବୋଲି ରାଜନାଥ କହିଛନ୍ତି। ଦାର୍ଜିଲିଂର ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ସେ ମନେ ପକାଇଥିଲେ ରାଜନାଥ। ଏଥିସହ ରାଜନାଥ ଅତ୍ୟାଧୁନିକ […]

  • Friday, 02 July 2021
reserve
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇଥିଲେ ବି ତାଙ୍କର କୌଣସି ଲକ୍ଷଣ ନାହିଁ । ସେ ଏବେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ ଟ୍ୱିଟ୍ ଯୋଗେ ଜଣାଇଛନ୍ତି। ସେ କହିଛନ୍ତି, ଆଇସୋଲେସନରେ ରହି କାମ କରିବି।  ଏହି ଅବସରରେ ସେ ଭିଡିଓ କନ୍ଫରେନ୍ସିଂରେ ଡେପୁଟି ଗଭର୍ଣ୍ଣର ମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି […]

  • Friday, 02 July 2021
dova
ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ନୂଆଦିଲ୍ଲୀ:   ପୂର୍ବ ଲଦାଖରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଚୀନ୍‌ ଭର୍ତ୍ସନା କରିଛନ୍ତି। ଇଶାରାରେ ଚୀନୀରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି। ଶତ୍ରୁ ଦେଶକୁ ଚେତାବନୀ ଦେଇ କହିଛନ୍ତି, ଯଦି ଦେଶ ପ୍ରତି କୌଣସି ବିପଦ ଆସେ, ତା ହେଲେ ତାର ଦୃଢ଼ ଜବାବ ଦିଆଯିବ ବୋଲି […]

  • Friday, 02 July 2021
ooli
ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

କାଠମାଣ୍ଡୁ: ଭାରତର ଗୁଇନ୍ଦା ଏଜେନ୍ସି RAW (Research and Analysis Wing)ର ମୁଖ୍ୟ ସାମନ୍ତ କୁମାର ଗୋୟଲଙ୍କୁ ଭେଟିବା ପରେ  ନେପାଳ  ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନରମିଥିବା ଦେଖିବାକୁ ମିଳୁଛି। ଓଲି ବିଜୟାଦଶମୀର ଶୁଭକାମନା ଜଣାଇବାବେଳେ ନିଜ ଫଟୋ ସହ ସୋଶାଲ ମିଡିଆରେ ନେପାଳର ପୁରୁଣା ନକ୍ସା ଶେୟାର କରିଛନ୍ତି । ଏହି ନକ୍ସାରେ କଳାପାଣି, ଲିପୁଲେଖ, ଲିମ୍ପିୟାଧୁରାକୁ ବାଦ୍‌ ଦିଆଯାଇଛି। ଅବଶ୍ୟ ବିରୋଧୀ ଦଳ ଏ  ନେଇ ପଚାରିବାରୁ ଓଲି ଭିନ୍ନ ଉତ୍ତର ଦେଇଛନ୍ତି। […]

  • Friday, 02 July 2021
nawaj
କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ କାରଗିଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କରିଛନ୍ତି। ‘ପିଏମଏଲ -ଏନ’ ର ମୁଖ୍ୟ ନବାଜ କହିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ପକ୍ଷରୁ ଆରମ୍ଭ ହୋଇ ନ ଥିଲା। ବରଂ ସେନାର କିଛି ଜେନେରାଲ ଏହି ଯୁଦ୍ଧକୁ ଆରମ୍ଭ କରିଥିଲେ। ଏହାଦ୍ୱାରା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହେଇଥିଲା। ନବାଜ ସରିଫ ଲଣ୍ଡନରୁ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଏହି ଯୁଦ୍ଧରେ ପାକିସ୍ତାନୀ ସେନାଙ୍କୁ […]

  • Friday, 02 July 2021
5
ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ନୂଆଦିଲ୍ଲୀ: ଦେଶରେ ପାଳିତ ହେଉଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପର୍ବ ଦଶହରା। କୋଭିଡ୍‌ର କଟକଣା ସତ୍ତ୍ୱେ ଗାଇଡ୍ ଲାଇନ୍‌କୁ ପାଳନ କରି ଦେଶର ବିଭିନ୍ନ କୋଣରେ ଜମୁଛି ନାଚ, ଗୀତ ଏବଂ ନାଟକର ଆସର। ଏହି ସମୟରେ ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଉପରେ ଆଧାରିତ ଗୀତିନାଟ୍ୟର ଆୟୋଜନ କରାଯାଉଛି। ତେବେ ମଞ୍ଚରେ ଚାଲିଥିବା ପୌରାଣିକ ନାଟକର ଏକ ଅଂଶ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ କଳାକାର ରାବଣର ଭୂମିକାରେ ଅଭିନୟ କରୁଛନ୍ତି। […]

  • Friday, 02 July 2021
modi
'ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ'

ନୂଆଦିଲ୍ଲୀ: ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ। ଅଗ୍ରାଧିକାର ଭିତ୍ତିରେ ଶକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଥିବା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଏନର୍ଜି ଫୋରମ୍‌ର ଭର୍ଚୁଆଲ୍ ମିଟିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି-ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ସପ୍ତ ଅଶ୍ୱଙ୍କ ଭଳି ଭାରତର ଶକ୍ତି ମାନଚିତ୍ରର ବିକାଶ ପାଇଁ ସାତଟି ମୁଖ୍ୟ ସୂତ୍ର ଆପଣାଯାଉଛି। ଯାହାମଧ୍ୟରେ ପ୍ରଦୂଷଣ ଶୂନ୍ୟ କୋଇଲା ଓ ପେଟ୍ରୋଲିୟମ୍‌ର ବ୍ୟବହାର, ଘରୋଇ ବ୍ୟବହାର ପାଇଁ ଜୈବ […]

  • Friday, 02 July 2021
see plane
କେରଳରେ ଲ୍ୟାଣ୍ଡ କଲା ସି ପ୍ଲେନ୍

ନୂଆଦିଲ୍ଲୀ: କେରଳରେ ଲ୍ୟାଣ୍ଡ କରିଛି ସି ପ୍ଲେନ୍ Twin Otter 300। ମାଲଦୀପରୁ ଉଡ଼ାଣ ନେବା ପରେ ଗତକାଲି କେରଳରେ ଓହ୍ଲାଇଛି ।  ଏହାପରେ କିଛି ସମୟ ପାଇଁ କେରଳ ଅନ୍ତଃରାଜ୍ୟ ଜଳପଥରେ ଭ୍ରମଣ କରିଥିଲା ସିପ୍ଲେନ୍। ଏହା ଉଡ଼ାଣ ଭରି ଏହା ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଥିଲା।  ସାବରମତୀ ନଦୀରେ ଷ୍ଟାଚୁ ଅଫ୍ ୟୁନିଟ୍ ପର୍ଯ୍ୟନ୍ତ ଜଳପଥରେ ଯାଇଥିଲା। ୧୯ ସିଟ୍‌ ବିଶିଷ୍ଟ ସି ପ୍ଲେନ୍Twin Otter-300 Spicejet ଜ୍ଞାନ କୌଶଳରେ ନିର୍ମାଣ ହୋଇଛି। ମାଲଦୀପରେ ଏହା […]

  • Friday, 02 July 2021
pakistan-blast
ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

ଇସଲାମାବାଦ: ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଖବର ଅନୁସାରେ, ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ପେଶାୱାର ଏକ କଲୋନୀରେ ଥିବା ମଦ୍ରାସାରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ରୟଟର୍ସକୁ ଦେଇଥିବା ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ବିସ୍‌ଫୋରକ ଥିବା ଏକ ପ୍ଲାଷ୍ଟିକ ବ୍ୟାଗ୍‌ ଆଣି ମଦ୍ରାସାରେ ରଖିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଛି। […]

  • Friday, 02 July 2021
sonu
ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମୁମ୍ବାଇ:କରୋନା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଦେଖା ଦେଇଥିବା ସଙ୍କଟ ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ବିଶେଷ କରି ଗରିବ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଥିଲେ। ଜଣେ ବା ଦୁଇଜଣ ନୁହେଁ, ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ କିଏ ତାଙ୍କୁ ଭଗବାନଙ୍କ ଅବତାର ବୋଲି କହୁଥିଲା ତ କିଏ ତାଙ୍କୁ ପ୍ରକୃତ ହିରୋ ବୋଲି କହୁଥିଲା। କିନ୍ତୁ […]

  • Friday, 02 July 2021
tejaswi
ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୪% ଙ୍କ ନାଁରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀମାନଙ୍କ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ବିହାର ଇଲେକ୍ସନ ୱାଚ୍‌ ଏବଂ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍ ରିଫୋର୍ମସ(ADR) ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରେ ୫୦୨(୩୪%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପୁଣି […]

  • Friday, 02 July 2021
america-india
ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଲୋଚନା କରୁଛନ୍ତି।  ଏହି ବୈଠକରେ BECA ଅର୍ଥାତ୍‌ ବେସିକ ଏକ୍ସଚେଞ୍ଜ ଆଣ୍ଡ କୋ-ଅପରେଶନ ଏଗ୍ରିମେଣ୍ଟ ଫର ଜିଓ ସ୍ପେଶିଆଲ କୋ-ଅପରେଶନ ପାଇଁ  ରାଜିନାମା ସ୍ୱାକ୍ଷର କରିବେ […]

  • Friday, 02 July 2021
new-terror
ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି।   କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି । […]

  • Friday, 02 July 2021