ଟିମ୍ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।
କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।
ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।
ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।
CISF ହେଡ୍ କନ୍ଷ୍ଟେବଲ୍ ଜିଡି ସ୍ପୋର୍ଟସ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୧୫ଟି ପଦବୀ ପୂରଣ ହେବ।
ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର।
ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।
ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।
୭ ରାଉଣ୍ଡର ଗେମ୍ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।
ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।
ବର୍ଷକରେ ଦେଶର ଜନସଂଖ୍ୟା ୧ ଲକ୍ଷ ୭୯ ହଜାର ହ୍ରାସ.. କୁହାଯାଉଛି ପ୍ରଜନନକ୍ଷମ ମହିଳାଙ୍କ ଅଭାବ ଜନସଂଖ୍ୟା ଶିଶୁ ଜନ୍ମହାର ହ୍ରାସର ମୁଖ୍ୟ କାରଣ।
ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂ ଅକଟୋବର ୩୧ରେ ଅବସର ନେଉଛନ୍ତି ।
ପୂର୍ବରୁ ବଜାରରେ ଉପଲବ୍ଧ ଆଇଫୋନ୍ ଗୁଡ଼ିକ ଚାଇନାରେ ତିଆରି ହେଉଥିଲା । କିନ୍ତୁ ଆଗକୁ ଭାରତରେ ଏହା ତିଆରି ହେବ ।
ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେବ।
ଗତ ବର୍ଷ ଅକଟୋବରରେ 5Gର ଉଦଘାଟନ କରାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ମଧ୍ୟରେ ଦେଶରେ ୫ଲକ୍ଷ 5G ବେସ୍ ଷ୍ଟେସନ ନିର୍ମାଣ ହୋଇଛି ।
ଝିଅ ଓ ନାତୀକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ। ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଉଜୁଡି ଯାଇଛି।
ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା।
୨୦୨୧ରେ ଜର୍ଜିଆରେ ଜଣେ ମହିଳା କଫି ପିଇବାକୁ ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ଆସିଥିଲେ। ସେଠାରେ ୱେଟରଜଣଙ୍କ ମହିଳାଙ୍କୁ କଫି ଦେଉଥିବାବେଳେ ହଠାତ ଗରମ କଫି ତାଙ୍କ ଉପରେ ଢ଼ାଳି ଯାଇଥିଲା।
ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି ଅପହରଣ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲା କାର୍ ଡ୍ରାଇଭର । ଚେକ୍ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ କନଷ୍ଟେବଲ ।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାତାର ଅଦାଲତ ଦ୍ୱାରା ଯେଉଁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଯାଇଛି ସେଥିରେ ଆମେ ସ୍ତବ୍ଧ। ପରିବାର ସଦସ୍ୟ ଓ ଆଇନ ଦଳ ସହ ଯୋଗାଯୋଗ କରାଯାଉଛି। ସମସ୍ତ ଆଇନଗତ ବିକଳ୍ପ ମଧ୍ୟ ବିଚାର କରାଯାଉଛି।
ଲଗାତାର ୬ ଦିନ ଧରି ଖସିବା ପରେ ଆଜି ଷ୍ଟକ ମାର୍କେଟରେ ଉତ୍ସାହ । କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପାଇଁ ନିରନ୍ତର ଭାବେ ଖସିବାରେ ଲାଗିଥିଲା ଷ୍ଟକ ମାର୍କେଟ ।
ପୂର୍ବ ସିରିଆରେ ରହୁଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ- IRGS ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍ କରିଛି ।
ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା ।
ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।