/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698417244.jpg)
Rashmi Ranjan Swain
ଓଡ଼ିଆ ପୁଅକୁ ବଡ଼ ଦାୟିତ୍ୱ । ଜାମ୍ମୁ କାଶ୍ମୀର ପରି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ । ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁ ଓ କାଶ୍ମୀରର ଇନଚାର୍ଜ ଡିଜି ଦାୟିତ୍ୱ । ଓଡିଶାର ରଶ୍ମି ରଂଜନ ନଭେମ୍ବର ପହିଲାରୁ ଦାୟିତ୍ୱ ନେବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅରୁଣାଚଳପ୍ରଦେଶ, ଗୋଆ, ମିଜେରାମ ଓ କେନ୍ଦ୍ରଶାସିତ ଅଂଚଳ ୧୯୯୧ ବ୍ୟାଚ୍ ଅଫିସର ରଶ୍ମୀ ରଂଜନ ସ୍ୱାଇଁ ଏବେ ଜମ୍ମୁ ଓ କାଶ୍ମୀରର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ଅଛନ୍ତି । ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂ ଅକଟୋବର ୩୧ରେ ଅବସର ନେଉଛନ୍ତି ।
Advertisment
ଓଡ଼ିଆ IPS ଆର. ଆର ସ୍ୱାଇଁଙ୍କୁ ଜମ୍ମୁ ଓ କାଶ୍ମୀରର ଡିଜିପି ଦାୟିତ୍ୱ..ଜମ୍ମୁ ଓ କାଶ୍ମୀର CIDର ସ୍ପେଶାଲ ଡିଜି ଅଛନ୍ତି ଆର. ଆର ସ୍ୱାଇଁ#IPS#JammuKashmir#OTVpic.twitter.com/aRwVtQldUo
— ଓଟିଭି (@otvkhabar) October 27, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)