Advertisment

ପ୍ରେମରେ ପଡିଛନ୍ତି କି ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ; ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।

author-image
Pramod Behera
Netizens doubts annaya pandey aditya roy kapur relationship

Netizens doubts annaya pandey aditya roy kapur relationship

ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ କେବେବି ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିନାହାଁନ୍ତି। କିନ୍ତୁ ସେମାନଙ୍କ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଏଥିରୁ ଅନେକ ଲୋକ ଅନୁମାନ କରନ୍ତି ଯେ ଉଭୟ ପରସ୍ପରଙ୍କ ପ୍ରେମରେ ପଡିଛନ୍ତି।

Advertisment

ବର୍ତ୍ତମାନ ଉଭୟଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳେ। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।

Voompla ର ଇନଷ୍ଟାଗ୍ରାମ ପେଜ୍‌ରେ ଶେୟାର ହୋଇଥିବା ଏହି ଭିଡିଓ ଏକ ରେଷ୍ଟୁରାଣ୍ଟର ବୋଲି ଅନୁମାନ କରାଯାଉଛି। ଏଠାରେ ଦୁହେଁ ଠିଆ ହୋଇଥିବା ବେଳେ ପରସ୍ପରଙ୍କ ହାତ ଧରିଥିବା ବେଳେ ଅନନ୍ୟା ତାଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ଏହି ସମୟରେ ଆଦିତ୍ୟ ସାମ୍ନାରେ ଥିବା ଅନ୍ୟ କାହା ସହ କଥା ହେଉଥିବା ଦେଖିବାକୁ ମିଳେ।

Advertisment

ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ ବୋଲି କହୁଥିବା ଦେଖାଯାଏ। ଜଣେ ମଦଦେଇ ଲେଖିଛନ୍ତି, “ମୁଁ ବହୁତ ଈର୍ଷା କରୁଛି”। ଆଉ ଜଣେ ଲେଖିଛନ୍ତି, “ଏହି ଭିଡିଓ ଦର୍ଶାଉଛି ଯେ ଉଭୟ ପ୍ରେମରେ ପଡିଛନ୍ତି।” ଏହା ବ୍ୟତୀତ ଗୁପ୍ତରେ ନିଆଯାଇଥିବା ଏହି ଭିଡିଓ ଉପରେ ଅନେକ ପ୍ରଶଂସକ ତାରକାଙ୍କ ଗୋପନୀୟତା ଉପରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳେ।

ତେବେ ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେ ଏକାଠି ବୁଲିବା ବା ନଜର ଆସିବା ଏହା ନୂଆ କଥା ନୁହେଁ। ଏହା ପୂର୍ବରୁ ସେମାନେ ଅନେକ ଥର ଯାତ୍ରାକରିବା ଏବଂ ଏକାଠି ଛୁଟି କାଟୁବାର ଦେଖିବାକୁ ମିଳିଛି। ତେବେ ସେମାନଙ୍କ ଭିତରେ ଗୁପ୍‌ଚୁପ୍ ପ୍ରେମ ଅଛି କି ନାହିଁ ତାହା ସମୟ କହିବ।

Aditya Roy Kapur Ananya Panday Love Story Bollywood
Advertisment
Advertisment