• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା । କିଛି ସ୍ଥାନରେ ୬୦ ଟଙ୍କାରେ ମଧ୍ୟ ବ୍ୟବସାୟୀ ବିକ୍ରି କରୁଛନ୍ତି ।

ଅନ୍ୟାନ୍ୟ ପରିବା ଦର ବୃଦ୍ଧି ମଧ୍ୟରେ ପିଆଜ ହଠାତ୍ ବଢିଯିବା ଦ୍ୱାରା ଗ୍ରାହକ ଅସୁବିଧାରେ ପଡ଼ିଛନ୍ତି । ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି । ନଭେମ୍ବର ମାସରେ ନୂଆ ପିଆଜ ଆସିଲେ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି । 

ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇଥିଲା । ୨ ସପ୍ତାହରେ ପିଆଜ ଦର ପାଖାପାଖି ୧୦ ଟଙ୍କା ବୃଦ୍ଧି ପାଇଥିଲା । ସେଥିପାଇଁ ଆଗୁଆ ସତର୍କ ହୋଇ ପିଆଜ ଉପରେ ରପ୍ତାନୀ ଶୁଳ୍କକୁ ୪୦ ପ୍ରତିଶତ ବଢ଼ାଇଥିଲେ କେନ୍ଦ୍ର ସରକାର । 

ଅନ୍ୟପକ୍ଷେ, ପିଆଜ ଦର ବୃଦ୍ଧି ପରେ ଚିନ୍ତାରେ ଖାଉଟି । ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।