Advertisment

ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍‌, ୫ ଲକ୍ଷ ଜରିମାନା

ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା।

author-image
Santosh Kumar Sahoo
Mukhtar Ansari

Mukhtar Ansari

ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ମୁଖତାର ଅନସାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ସେହିଭଳି ସୋନୁ ଯାଦବଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଓ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଗାଜିପୁର କୋର୍ଟ ଗୁରୁବାର ମାଫିଆ ଏବଂ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ମାମଲାରେ ମୁଖତାର୍ ଅନସାରୀ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ଦୁଇଟି ମାମଲାରେ ପୋଲିସ ମୁଖତାର ଅନସାରୀଙ୍କ ବିରୋଧରେ 120B ଅର୍ଥାତ୍ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲା, କିନ୍ତୁ ଏହି ଷଡଯନ୍ତ୍ରରେ ପୋଲିସ ତାଙ୍କର ସମ୍ପୃକ୍ତି ପ୍ରମାଣ କରିପାରିଲା ନାହିଁ। ଏହି କାରଣରୁ ଉଭୟ ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ କରିଛନ୍ତି।

Uttarpradesh
Advertisment
Advertisment