• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ତିଆରି ହେବ ଆଇଫୋନ୍‌ । ଆଉ ଏହାକୁ ତିଆରି କରିବ ଟାଟା ଗ୍ରୁପ୍‌ । ଆଉ ଭାରତରୁ ସାରା ବିଶ୍ୱକୁ ଆଇଫୋନ୍‌ ରପ୍ତାନୀ କରିବ ଟାଟାଗ୍ରୁପ୍‌ । ଏନେଇ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେକ୍ନୋଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ସେ ଆହୁରି କହିଛନ୍ତି ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ ଏହି ଆଇଫୋନ୍‌ ବଜାରରେ ଉପଲବ୍ଧ ହେବ । ପୂର୍ବରୁ ବଜାରରେ ଉପଲବ୍ଧ ଆଇଫୋନ୍‌ ଗୁଡ଼ିକ ଚାଇନାରେ ତିଆରି ହେଉଥିଲା । କିନ୍ତୁ ଆଗକୁ ଭାରତରେ ଏହା ତିଆରି ହେବ । 

ଏବେ ୱିଷ୍ଟ୍ରନ୍‌ର ଭାରତୀୟ କାରଖାନା ଏହାର ୮ ଉତ୍ପାଦନ ଲାଇନରେ ଆଇଫୋନ୍ -୧୨ ଏବଂ ଆଇଫୋନ୍ -୧୪ ଉତ୍ପାଦନ କରୁଛି । ଟାଟା ଅଧିଗ୍ରହଣ ପରେ ୱିଷ୍ଟ୍ରନ୍ ଭାରତୀୟ ବଜାରରୁ ସମ୍ପୂର୍ଣ୍ଣ ବିଦା ହେବ । କାରଣ ଏହା ଭାରତରେ ଆପଲ୍ ପ୍ରଡକ୍ଟ ଉତ୍ପାଦନ କରୁଥିବା କମ୍ପାନୀର ଏକମାତ୍ର କାରଖାନା ।

ଟାଟାକୁ ଅଭିନନ୍ଦନ ଜଣାଇଛନ୍ତି ଆଇଟି ମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି, “ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟିସମ୍ପନ୍ନ PLI ଯୋଜନା, ଭାରତକୁ ପ୍ରଥମେ ସ୍ମାର୍ଟଫୋନ ଉତ୍ପାଦନ ଏବଂ ରପ୍ତାନି ପାଇଁ ଏକ ବିଶ୍ୱସ୍ଥ&nb ଏବଂ ପ୍ରମୁଖ ହବ୍ କରିସାରିଛି । ଏବେ ମାତ୍ର ଆଢ଼େଇ ବର୍ଷ ମଧ୍ୟରେ ଟାଟା କମ୍ପାନୀ, ଦେଶ ପାଇଁ ଏବଂ ବିଶ୍ୱ ବଜାର ପାଇଁ ଭାରତରୁ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିବ । ଏଥିପାଇଁ ଟଟା ଗ୍ରୁପ୍‌କୁ ବହୁତ ସାରା ଶୁଭେଚ୍ଛା ।

ବର୍ଷେ ହେବ ଚାଲିଥିଲା କଥାବାର୍ତ୍ତା

ୱିଷ୍ଟ୍ରନ୍ କାରଖାନା କର୍ଣ୍ଣାଟକର ଦକ୍ଷିଣ ପୂର୍ବରେ ରହିଛି । ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ୱିଷ୍ଟ୍ରନ୍ ଏହି କାରଖାନାରୁ ପ୍ରାୟ 1.8 ବିଲିୟନ ଡଲାର ମୂଲ୍ୟର ଆପଲ୍ ଆଇଫୋନ୍ ତିଆରି କରିବ । ଟାଟା ଏହି କାରଖାନାରୁ ବିଶ୍ୱ ବଜାର ପାଇଁ ଆଇଫୋନ୍ 15 ଉତ୍ପାଦନ କରିବ । ୱିଷ୍ଟ୍ରନ୍ କାରଖାନାର ମୂଲ୍ୟ ପ୍ରାୟ 600 ମିଲିୟନ୍ ଡଲାର୍ । ଏହି ଡିଲ୍ ସମ୍ବନ୍ଧରେ ଆଲୋଚନା ପ୍ରାୟ ଏକ ବର୍ଷ ଧରି ଚାଲିଥିଲା ।