Advertisment

ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

author-image
Santosh Kumar Sahoo
Suicide

Suicide

ଆର୍ଥିକ ସମସ୍ୟା ଯୋଗୁ ପ୍ରଥମେ ପରିବାର ସଦସ୍ୟଙ୍କୁ ବିଷପାନ କରାଇ ଓ ପରେ ନିଜେ ଝୁଲି ଜୀବନ ହାରିଲେ ଗୃହକର୍ତ୍ତା। ଚରମ ପଦକ୍ଷେପ ଯୋଗୁ ସେହି ପରିବାରର ସାତ ସାତ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ନିରୀହ ଶିଶୁ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି, ଗୁଜରାଟ ସୁରତର ପାଲନପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି । ଆଜି ସକାଳେ ଘଟିଛି ଏହି ଅଘଟଣ। ଆଜି ସକାଳେ ମନିଷ ସୋଲାଙ୍କିଙ୍କ ପାଖରେ କାମ କରୁଥିବା କର୍ମଚାରୀ ଫୋନ କରିଥିଲେ। କିନ୍ତୁ ଫୋନ୍ ରିସିଭ୍ ନ କରିବାରୁ ତାଙ୍କ ଘରକୁ ଯାଇଥିଲେ। ତେବେ ଘର ଭିତର ପଟୁ ବନ୍ଦ ଥିଲା ଏବଂ ବାରମ୍ବାର ଡାକିବା ସତ୍ତ୍ୱେ ନ ଶୁଣିବାରୁ ଘର ପଛପଟ ଝରକା ପଟୁ ଭିତରକୁ ଦେଖିଲା ବେଳକୁ ୭ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ କର୍ମଚାରୀ।

ଟଙ୍କା କାରବାରରୁ କୌଣସି ସମସ୍ୟା ଉପୁଜିଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି। କାରଣ ଘଟଣାସ୍ଥଳରୁ ମିଳିଥିବା ଏକ ହାତଲେଖା କାଗଜରେ ଆର୍ଥିକ କାରବାର କଥା ଉଲ୍ଲେଖ ରହିଛି। ୩୭ ବର୍ଷିୟ ମନୀଷ ସୋଲାଙ୍କି ଜଣେ ଫର୍ଣ୍ଣିଚର ବ୍ୟବସାୟୀ। ତାଙ୍କ ପାଖରେ ୩୫ ଜଣ କାର୍ପେଣ୍ଟର ଏବଂ ଏକାଧିକ ଶ୍ରମିକ କାମ କରୁଥିଲେ। ମନୀଷ ବ୍ୟବସାୟ ପାଇଁ ଧାରକରଜ କରିଥିବା ବି ସୂଚନା ମିଳିଛି । ତେଣୁ ଋଣ ଆଣି ଫେରସ୍ତ କରିବାକୁ ଅକ୍ଷମ ହେବାରୁ ପରିବାର ସହ ଜୀବନ ହାରିଥିବା କଥା ହାତଲେଖା ଏକ ଚିଠିରେ ଉଲ୍ଲେଖ ଥିବା କହିଛି ପୋଲିସ। ମୃତଦେହକୁ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

Advertisment
India News Gujarat Surat
Advertisment
Advertisment