Advertisment

ଆପଣଙ୍କ ସ୍ପୋର୍ଟସ କୋଟା ଅଛି କି… CISFରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

CISF ହେଡ୍‌ କନ୍‌ଷ୍ଟେବଲ୍‌ ଜିଡି ସ୍ପୋର୍ଟସ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍‌ ୨୧୫ଟି ପଦବୀ ପୂରଣ ହେବ।

author-image
Pramod Behera
CISF Head Constable GD Sports Quota Recruitment 2023

CISF Head Constable GD Sports Quota Recruitment 2023

ସ୍ପୋର୍ଟସ କୋଟା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF) ହେଡ୍‌ କନ୍‌ଷ୍ଟେବଲ୍‌ ଜିଡି ସ୍ପୋର୍ଟସ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍‌ ୨୧୫ଟି ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ CISF ର ଅଫିସିଆଲ୍ ୱେବସାଇଟ୍ cisfrectt.cisf.gov.in ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଏହାର ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ CISF Head Constable GD Sports Quota Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲା‍ଇନ୍ ଆବେଦନ ଆରମ୍ଭ – ୩୦ ଅକ୍ଟୋବର ୨୦୨୩
  • ଅନ୍‌ଲା‍ଇନ୍ ଆବେଦନ ଶେଷ – ୨୮ ନଭେମ୍ବର ୨୦୨୩
Advertisment

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ, OBC/ EWS – ୧୦୦ ଟଙ୍କା
  • SC/ ST – ଦେୟମୁକ୍ତ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାଶ୍
  • କ୍ରୀଡା ଏବଂ ଆଥଲେଟିକ୍ସରେ ରାଜ୍ୟ / ଜାତୀୟ / ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ
  • ବୟସ ଗଣନା ୧ ଅଗଷ୍ଟ ୨୦୨୩ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ପ୍ରଥମ ପର୍ଯ୍ୟାୟ: ଟ୍ରାଏଲ୍ ଟେଷ୍ଟ୍, ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା (PST), ଏବଂ ଡକ୍ୟୁମେଣ୍ଟେସନ୍
  • ଦ୍ୱିତୀୟ ପର୍ଯ୍ୟାୟ: ଡାକ୍ତରୀ ପରୀକ୍ଷା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୫,୫୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୮୧,୧୦୦ ଟଙ୍କା

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • ଦଶମ ଶ୍ରେଣୀ ମାର୍କ ସିଟ୍
  • ଦ୍ୱାଦଶ ଶ୍ରେଣୀ ମାର୍କ ସିଟ୍
  • କ୍ରୀଡା ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍
  • ପ୍ରାର୍ଥୀଙ୍କ ଫଟୋ ଏବଂ ଦସ୍ତଖତ
  • ଜାତି ପ୍ରମାଣପତ୍ର
  • ପ୍ରାର୍ଥୀଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID
  • ଆଧାର କାର୍ଡ
  • ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେଇପାରିବେ ଯାହା ଦ୍ୱାରା ପ୍ରାର୍ଥୀ ଲାଭ ଚାହୁଁଛନ୍ତି

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍‌ cisfrectt.cisf.gov.inକୁ ଯାଆନ୍ତୁ
  • ଏହା ପରେ ହୋମ୍‌ପେଜ୍‌ରେ Recruitment ଉପରେ କ୍ଲିକ୍ କରନ୍ତୁ
  • ତା’ପରେ CISF Head Constable GD Sports Quota Recruitment 2023 ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ, CISF Head Constable GD Sports Quota Recruitment 2023ର ଅଫିସିଆଲ୍ ବିଜ୍ଞପ୍ତିକୁ ତା’ପରେ ଅନ୍‌ଲାଇନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମକୁ ସଠିକ୍ ଭାବରେ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍, ଫଟୋ ଏବଂ ଦସ୍ତଖତ ଅପଲୋଡ୍ କରନ୍ତୁ
  • ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ପୈଠ କରନ୍ତୁ
  • ଆବେଦନ ଫର୍ମକୁ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ
Govt Jobs CISF Jobs CISF Recruitment
Advertisment
Advertisment