• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ସୂଚନା ମିଳିଛି । ଆଜି ସକାଳେ ପୂର୍ବ ସିରିଆରେ ରହୁଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ-IRGS ଉପରେ ଆମେରିକା ସେନା ଏୟାରଷ୍ଟ୍ରାଇକ୍ କରିଛନ୍ତି । 

ପୂର୍ବ ସିରିଆରେ ରହୁଥିବା IRGS ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣା ଉପରେ ଏହି ଏୟାରଷ୍ଟ୍ରାଇକ୍‌ ହୋଇଛି। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି। ସିରିଆରେ ଆମେରିକୀୟ ସୈନ୍ୟଙ୍କ ଉପରେ ହେଉଥିବା ଆକ୍ରମଣର ଜବାବ ଦେବାକୁ ଯାଇ ଆମେରିକା ଏହି ଆକ୍ରମଣ କରିଛି ।

ପେଣ୍ଟାଗନ୍‌ର ସୂଚନା ଅନୁସାରେ, ଅକ୍ଟୋବର ୧୭ ପରେ ଇରାକରେ ରହୁଥିବା ଆମେରିକୀୟ ଠିକଣା ସ୍ଥାନ ଓ ସେନା ଉପରେ ଅତି କମ୍‌ରେ ୧୨ ଏବଂ ସିରିଆରେ ୪ ଥର ହମ୍‌ଲା ହୋଇଛି । ଏହି ଆକ୍ରମଣରେ ୨୧ ଜଣ ଆମେରିକୀୟ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଇରାକରେ ଅଲ୍‌-ଅସଦ ଏୟାରବେସ୍‌ ଓ ସିରିଆରେ ଅଲ୍‌-ତନଫ ଗାରିସନ୍‌କୁ ଟାର୍ଗେଟ୍‌ କରି ଡ୍ରୋନ୍‌ ବ୍ୟବହାର କରାଯାଇଥିଲା ।

ଆମେରିକା ଅଭିଯୋଗ ଆଣିଛି ଯେ, ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ଇରାକ ଓ ସିରିଆରେ ଆମେରିକା ସୈନ୍ୟଙ୍କ ଉପରେ ଅକ୍ଟୋବର ୧୭ରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆମେରିକୀୟ କର୍ମଚାରୀ ଆହତ ହୋଇଥିଲେ ।