Advertisment

ହେ ଭଗବାନ ! ରିପୋର୍ଟିଂ ବେଳେ ଶବ ଦେଖାଉଥିଲେ, ନିଜେ ଦେଖିଲେ ପରିବାର ଲୋକଙ୍କ ମୃତଦେହ

ଝିଅ ଓ ନାତୀକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ। ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଉଜୁଡି ଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
war

war

ନିଜ ଆତ୍ମୀୟଙ୍କୁ ଶରଣାର୍ଥୀ ଶିବିରରେ ରଖି କର୍ତ୍ତବ୍ୟ ପଥରେ ଆଗେଇ ଯାଇଥିଲେ ସାମ୍ବାଦିକ ୱେଲ ଅଲ ଦହଦୋହା। ଭାବିଥିଲେ ଫେରିଲେ, ଝିଅ ପୁଅଙ୍କୁ ଭେଟିବେ । ପତ୍ନୀଙ୍କ ହସରେ ହସ ମିଶେଇ ପୁଣି ଜୀବନକୁ ଆଗକୁ ବଢାଇବେ। ହେଲେ ବିଧିର ବିଧାନ ଥିଲା ଭିନ୍ନ। ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବ ଗଦାରେ ଭେଟିଥିଲେ, ନିଜ ପରିବାରକୁ। ହାତ ଥରିଥିଲା। ଟଳିପଡିଥିଲା କ୍ୟାମେରା। ଝିଅ ଓ ନାତୀକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ। ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଉଜୁଡି ଯାଇଛି।  

Advertisment

ଲୁହ ଆଉ ରକ୍ତ ଏକାକାର ହୋଇ ସତେ ଯେମିତି କହୁଥିଲା, ଏହା ଗୋଟିଏ ଘଟଣା ନୁହେଁ। ଏମିତି ଶହ ଶହ ଘଟଣା ଘଟିଛି। ଯୋଉଥିରେ ଘରଦ୍ବାର ଆଉ ସଂସାର ଉଜୁଡି ଯାଇଛି। ଯୁଦ୍ଧ କ୍ଷେତ୍ରରେ ବିଭିଷିକା ଭିତରେ ଏ ଦୁଃଖ ସାରା ବିଶ୍ବକୁ ଆଜି ସମଦୁଃଖି କରିଛି, ମ୍ରିୟମାଣ କରିଛି। 

୫୩ ବର୍ଷୀୟ ସାମ୍ବାଦିକ ୱେଲ ଅଲ ଦହଦୋହ। ଅଲ୍ ଜଜିରା ନ୍ୟୁଜ ଚ୍ୟାନେଲର ଜଣେ ଚର୍ଚ୍ଚିତ ସାମ୍ବାଦିକ। ହାତରୁ କ୍ୟାମେରା ଛାଡି ଯେତେବେଳେ ସେ ମୃତ ଝିଅ ପୁଅକୁ କୋଳେଇ ନେଇଥିଲେ, ସତେବେଳେ ଲାଗିଥିଲା ମୃତ୍ୟୁ କେଡେ ନିଷ୍ଠୁର । ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ ଦହଦୋହା। ଯାହାର ଚିତ୍ର ସବୁ ଅଲ୍ ଜଜିରା ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଗ୍ରାଉଣ୍ଡ ଜିରୋରୁ ରିପୋର୍ଟିଂ ବେଳର ଏ ଦୃଶ୍ୟ ଆଜି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 
ପ୍ରାପ୍ତ ଖବରରୁ ଜଣାପଡିଛି ଇସ୍ରାଏଲ ସେନା ବହୁ ସଂଖ୍ୟାରେ ଲୋକଙ୍କ ଘର ଉପରେ ବୋମାବର୍ଷଣ କରୁଛି ।

Advertisment

ଇସ୍ରାଏଲର ରକେଟ୍ ମାଡରେ ସାମ୍ବାଦିକ ଦହଦୋହଙ୍କ ୧୫ ବର୍ଷର ପୁଅ ଓ ସାତ ବର୍ଷର ଝିଅ ଏବଂ ଦୁଇ ବର୍ଷର ନାତୀ ପ୍ରାଣ ହରାଇଛନ୍ତି । ସେପଟେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆକ୍ରମଣ ବେଳେ ନିଜ ଜୀବନ ବଞ୍ଚାଇ ଉକ୍ତ ସ୍ଥାନରୁ ପଳାଇବାରେ ସକ୍ଷମ ହୋଇଛନ୍ତି। ଗାଜାରୁ ବିସ୍ଥାପିତ ହୋଇଥିବା ପରିବାରଙ୍କ ମଧ୍ୟରେ ସାମ୍ବାଦିକଙ୍କ ପରିବାର ମଧ୍ୟ ସାମିଲ ଥିଲା। ଗାଜା ଷ୍ଟ୍ରିପ୍ ଛାଡିବା ପରେ ସମସ୍ତେ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିଲେ । 

War
Advertisment
Advertisment