ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।
ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।
କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ ।
ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା ।
ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।
ମିଜୋରାମ ରାଜ୍ୟପାଳ ତାଙ୍କୁ ADC ଭାବେ ଦେଲେ ନିଯୁକ୍ତି... ସ୍କ୍ୱାର୍ଡନ ଲିଡର ମନୀଷା ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ....ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି...
ଲମ୍ବା କେଶ ରଖିବା ନିଶାରେ ୧୪ ବର୍ଷ ବୟସରୁ କାଟି ନାହାନ୍ତି ଚୁଟି ... ବିନ୍ୟାସ ପାଇଁ ସପ୍ତାହକୁ ଦୁଇ ଥରରେ ଦିଅନ୍ତି ୬ ଘଣ୍ଟାରୁ ଅଧିକ ସମୟ ...
ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...
ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...
ଉତ୍ତରକାଶୀ ସଫଳ ଟନେଲ୍ ଅପରେସନକୁ ନେଇ ଆଶ୍ୱସ୍ତ ଦେଶ । 'ଚିନୁକ'ରେ ଶ୍ରମିକଙ୍କୁ ନିଆଗଲା ରିଷିକେଶ AIIMS ।
ଭଇରାଲ ହେଉଥିବା ଡିପ୍ଫେକ୍ ଭିଡିଓରେ ଆଲିଆଙ୍କୁ ଅଜବ ତରିକାରେ ପ୍ରସାରିତ କରାଯାଇଛି । ପୂର୍ବରୁ ଅଭିନେତ୍ରୀମାନଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ ହେବାପରେ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।
ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'କୁ ଲାଗିଲା ସେନ୍ସର୍ ବୋର୍ଡ ଝଟ୍କା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବର୍ଷର ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ଏ' ପ୍ରମାଣପତ୍ର ଦିଆଯାଇଛି। ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ ବି ରହିଛି।
ଶ୍ରମିକଙ୍କମାନଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକର ମୋବାଇଲରେ ୧୩ ହଜାରରୁ ଅଧିକ ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହି ଯୁବତୀଙ୍କ ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲରେ ଅନ୍ୟ କେତେକ ଝିଅଙ୍କ ଆପତ୍ତିଜନକ ଫଟୋ ମଧ୍ୟ ରହିଥିଲା। ସେମାନେ ସମସ୍ତେ ଏହି ଯୁବତୀଙ୍କ ସହକର୍ମୀ। ଏହି ଯୁବତୀ ଜଣଙ୍କ ଏକ କଲ୍ ସେଣ୍ଟରରେ କାମ କରନ୍ତି।
ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ।
ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ ରୁବିନା ଯାଆଁଳା ଶିଶୁର ମା’ ହେବେ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ ମନ ହଉନି କି? ଝିଅଟି ଉତ୍ତରରେ କହୁଛି ବିଲ୍କୁଲ୍ ମନ ହେଉନି। ଯେତେବେଳେ ତାକୁ ପଚରାଯାଉଛି ଯେ କ’ଣ କରିବାକୁ ମନ ହେଉଛି? ସେ କହୁଛି ଖାଲି ଖାଇବାକୁ ମନ ହେଉଛି।
ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।
ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍ରେ ରାଟ୍ ହୋଲ୍ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍ ହୋଲ୍ ମାଇନର୍ସ ।
ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।
ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍ ।
ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ ।
ଟନେଲ୍ ଭିତରୁ ଶ୍ରମିକକୁ କରାଯାଉଛି ଉଦ୍ଧାର । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ ।