• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଟ୍ରେନ୍‌ ଟିକେଟ୍ ବୁକିଂ ଆହୁରି ସହଜ ହେବ । ଖାଲି ଟ୍ରେନ୍‌ ଟିକେଟ୍ ବୁକିଂ ନୁହେଁ ବରଂ ଟ୍ରେନ୍‌ ଟ୍ରାକ୍‌ ବି ସହଜ ହେବ । କେଉଁଠି ଟ୍ରେନ୍‌ ପହଞ୍ଚିଛି, କେଉଁ ଟ୍ରେନ୍‌ କେଉଁ ଆଡ଼େ ଯାଉଛି । କେଉଁ ଷ୍ଟେସନ୍‌ ପରେ ଷ୍ଟପେଜ୍‌ ରହିଛି । ଏସବୁ ତଥ୍ୟ ଯାହା ଜଣେ ଯାତ୍ରୀଙ୍କ ପାଇଁ ଜରୁରୀ । ଏବେ ଖୁବ୍‌ ସହଜରେ ହାତ ପାହାନ୍ତାରେ ମିଳିପାରିବ । କାରଣ IRCTC ପକ୍ଷରୁ ଲଞ୍ଚ ହେବାକୁ ଯାଉଛି ଏମିତି ଏକ ‘ସୁପର ଆପ୍‌’ ଯେଉଁଥିରେ ଏସବୁର ତଥ୍ୟ ଖୁବ୍‌ ସହଜରେ ଉପଳବ୍ଧ ହେବ । କୁହାଯାଉଛି ଏହା ଯାତ୍ରୀଙ୍କ ପାଇଁ ପୂର୍ବ ଅପେକ୍ଷା ଅଧିକ ସେବା ଯୋଗାଇବ ।

ଏବେ ଏହି ସବୁ ସେବା ପାଇଁ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ୁଛି । ସେଗୁଡ଼ିକ ମଧ୍ୟ ସବୁବେଳେ ସଠିକ୍‌ ତଥ୍ୟ ଦେଇପାରୁନାହାନ୍ତି । ଏମିତିକି ସେହି ସବୁ ଆପ୍‌ ଅଥେଣ୍ଟିକ୍‌ ନୁହେଁ ବୋଲି କୁହାଯାଉଛି । ହେଲେ IRCTCର ଏହି ନୂଆ ‘ସୁପର ଆପ୍‌’ ଯଦି ଜଣେ ଯାତ୍ରୀ ଡାଉନ୍‌ଲୋଡ୍‌ କରିବେ ତେବେ ଖୁବ୍‌ ସହଜରେ ସବୁ ସେବା ପାଇପାରିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଆପ୍‌ର ସମ୍ପୂର୍ଣ୍ଣ ଦାୟିତ୍ୱ CRIS ନେଇଛି । ରେଳ ମନ୍ତ୍ରାଳୟର ଆଇଟି ବିଭାଗର ତତ୍ୱାବଧାନରେ ଏହା ଚାଲିବ ।

ଏକ ରିପୋର୍ଟ ଅନୁଯାୟୀ, ରେଲ୍‌ ମଦଦ୍, UTS, ନାସନାଲ ଟ୍ରେନ୍‌ ଇନ୍‌କ୍ୱାରୀ ସିଷ୍ଟମ ଭଳି ଆପ୍‌ ଯେଉଁ ସବୁ ସେବା ଯୋଗାଉଥିଲେ ସେହି ସବୁ ସେବା ଏହି ଗୋଟିଏ ‘ସୁପର ଆପ୍‌’ରେ ଉପଲବ୍ଧ ହେବ । ଖାଲି ସେତିକି ନୁହେଁ, ଏହି ଆପ୍ IRCTCର ରେଲ୍‌ କନେକ୍ଟ, IRCTCର ଇକ୍ୟାଟରିଂ ଫୁଡ୍‌ ଅନ୍‌ ଟ୍ରାକ୍ ଏବଂ IRCTC Air ଆପ୍‌ର ସୁବିଧା ମଧ୍ୟ ଏହି ନୂଆ ସୁପର ଆପ୍‌ ସେବା ଯୋଗାଇବ ।