Advertisment

ଇନଷ୍ଟାରେ ଗିଲ୍‌ଙ୍କ ଭାବବିହ୍ୱଳ ପୋଷ୍ଟ..‘ଯାହା ଆଶା ଥିଲା, ପୂରଣ ହେଲାନି’

‘ଯାହା ଭାବିଥିଲି, ତାହା କିନ୍ତୁ ହେଲା ନାହିଁ’..ଏମିତି କିଛି ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି ଶୁବମନ ଗିଲ୍‌ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏଭଳି କିଛି ଲେଖି ଫଟୋ ସେୟାର କରିଛନ୍ତି ।

author-image
Manoranjan Behera
Shubman Gill

Shubman Gill

କ୍ରିକେଟ ହେଉ ବା ବ୍ୟକ୍ତିଗତ ଜୀବନ, ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଶୁବମନ୍‌ ଗିଲ୍‌ । ୨୦୨୩ ତାଙ୍କ ପାଇଁ ବେଶ୍‌ ସ୍ମରଣୀୟ ବର୍ଷ ରହିବ । କାହିଁକି ନା କ୍ରିକେଟ୍‌ ଜଗତରେ ଅନେକ କିର୍ତ୍ତୀମାନ ହାସଲ କରିଛନ୍ତି ଗିଲ୍‌ । କ୍ରିକେଟ୍‌ର ସବୁ ଫର୍ମାଟରେ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି । ହେଲେ ସେ କିନ୍ତୁ ୨୦୨୩ ବର୍ଷକୁ ନେଇ ଯେତେ ଖୁସି ସେତିକି ଦୁଃଖୀ ମଧ୍ୟ । ୨୦୨୩ ପାଇଁ ଭାବିଥିବା ତାଙ୍କ ସମସ୍ତ ଲକ୍ଷ୍ୟ ପୂରଣ ହୋଇନାହିଁ ।

Advertisment

‘ଯାହା ଭାବିଥିଲି, ତାହା କିନ୍ତୁ ହେଲା ନାହିଁ’..ଏମିତି କିଛି ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି ଶୁବମନ ଗିଲ୍‌ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏଭଳି କିଛି ଲେଖି ଏକ ହାତ ଲେଖା ଫଟୋ ସେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ୨୦୨୩ ବର୍ଷ ଆରମ୍ଭରୁ ଗିଲ୍‌ କରିଥିବା ସମସ୍ତ ସଂକଳ୍ପକୁ ସେ ଏକ ପେପର୍‌ରେ ଲେଖିଥିଲେ । ସେହି ଫଟୋକୁ ସେ ଗତକାଲି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଗିଲଙ୍କ ଦ୍ୱାରା ସେୟାର କରାଯାଇଥିବା ସେହି ପେପର୍‌ରେ ଲେଖାଯାଇଛି, ‘ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିବା, ପରିବାରକୁ ଖୁସି ରଖିବା, ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବା ଏବଂ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ହାସଲ କରି ଅରେଞ୍ଜ କ୍ୟାପ୍‌ ଜିତିବା’ ।

Advertisment

ଫଟୋ ସେୟାର କରିବା ସହ ଗିଲ୍‌ ଏକ ଭାବବିହ୍ୱଳ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, ‘ଠିକ୍‌ ବର୍ଷେ ତଳେ ମୁଁ ଏହି ବ୍ରହ୍ମାଣ୍ତରେ ପାଦ ଥାପିଲି । ୨୦୨୩ ବର୍ଷ ଶେଷ ହେବା ସହ ଅନେକ ଅନୁଭୂତି, କିଛି ମଜାମସ୍ତି ଏବଂ ଅନେକ ଶିକ୍ଷା ମଧ୍ୟ ପାଇଛି । ବର୍ଷ ଶେଷ ହୋଇଗଲା ସତ, କିନ୍ତୁ ମୁଁ କରିଥିବା ସମସ୍ତ ଯୋଜନା କିନ୍ତୁ ସଫଳ ହେଲା ନାହିଁ । ମୁଁ ଏତିକି ଗର୍ବରେ କହିପାରିବି କି ଆମେ ଆମ ଲକ୍ଷ୍ୟସ୍ଥଳର ନିକଟତର ଥିଲୁ । ଆଗାମୀ ବର୍ଷରେ ମଧ୍ୟ ଆମକୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ । ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ । ଏଥର ବି ଲକ୍ଷ୍ୟସ୍ଥଳ ନିକଟରେ ପହଞ୍ଚିବୁ । ମୁଁ ଆଶା କରୁଛି ନୂଆବର୍ଷ ଆପଣଙ୍କ ଜୀବନରେ ଖୁସି ଆଣୁ’ ।

ଗିଲ୍‌ ନିଜର ସମସ୍ତ ଯୋଜନାରେ ସଫଳ ହୋଇନଥିଲେ ମଧ୍ୟ ଏବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଆଇପିଏଲ୍‌ ୨୦୨୩ରେ ତିନୋଟି ଶତକ ସହ ମୋଟ ୧୭ଟି ଇନିଂସରେ ୮୯୦ ରନ୍‌ କରି ଅରେଞ୍ଜ କ୍ୟାପ୍‌ ଜିତିଥିଲେ । ଏହାଛଡ଼ା ଦିନିକିଆ ବିଶ୍ୱକପ୍‌ରେ ୩୫୪ ରନ୍‌ କରିଥିଲେ । ହାର୍ଦ୍ଦିକ ପାଣ୍ତ୍ୟା ଗୁଜରାଟ ଟାଇଟନ୍ସ ଦଳ ଛାଡ଼ିବା ପରେ ତାଙ୍କୁ ଆଗାମୀ ସଂସ୍କରଣ ପାଇଁ ଦଳ କ୍ୟାପଟେନସିପ୍‌ ଦାୟିତ୍ୱ ଦିଆଯାଇଛି ।

Shubman Gill
Advertisment
Advertisment