Advertisment

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ସିରିଜ୍ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ପ୍ରଥମ ଟେଷ୍ଟରେ ମାତ୍ର ୩ ଦିନରେ ପରାଜୟ ବରଣ କରିଥିଲା ଭାରତ। ତେଣୁ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।

author-image
Santosh Kumar Sahoo
Ind vs Sa test Series

Ind vs Sa test Series

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ। କେପ୍‌ଟାଉନରେ ଦିନ ୨ଟାରେ ଆରମ୍ଭ ହେବ ଏହି ମ୍ୟାଚ୍ । କେପ୍‌ଟାଉନ୍‌ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ଟେଷ୍ଟରେ ମାତ୍ର ୩ ଦିନରେ ପରାଜୟ ବରଣ କରିଥିଲା ଭାରତ। ତେଣୁ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତର ଶୀର୍ଷକ୍ରମ ବ୍ୟାଟିଂ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସାମ୍ନାରେ ସଂଘର୍ଷ କରିଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ସେହି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ।

Advertisment

ଅନ୍ୟପକ୍ଷରେ ଘରୋଇ ମାଟିରେ ଜବରଦସ୍ତ ପରଫରମାନ୍ସ କରୁଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଟେଷ୍ଟରେ ବ୍ୟାଟିଂ ଓ ବୋଲିଂ ଉଭୟରେ ଦମଦାର ପ୍ରଦର୍ଶନ କରିଥିଲା ଘରୋଇ ଦଳ। ତେଣୁ ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ବି ସେହି ପ୍ରଦର୍ଶନ କରି ସିରିଜ୍‌ ଜିତିବାକୁ ଚେଷ୍ଟା କରିବ ସାଉଥ ଆଫ୍ରିକା।

ତେବେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଭାରତ ୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ୪ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ତେଣୁ ଆଜିର ମ୍ୟାଚ୍‌ରେ ଭାରତ ଏକ ବଡ଼ ଆହ୍ୱନର ସମ୍ମୁଖୀନ ହେବାକୁ ଯାଉଛି।

Advertisment
India South Africa
Advertisment
Advertisment