Advertisment

Viral Video: ଆକାଶରେ ପ୍ରକଟ ହେଲେ ଭଗବାନ ଶଙ୍କର; ହର ହର ମହାଦେବରେ କମ୍ପିଲା ମେଦିନି

ଯେତେବେଳେ ଆକାଶରେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’। ଦେଖନ୍ତୁ ଏହି ଭିଡିଓ।

author-image
Pramod Behera
ଅଦ୍ୟତନ ହୋଇଛି
Lord shiva statue appeared in the sky

Lord shiva statue appeared in the sky

ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଏବଂ ଭକ୍ତି ଆମ ଦେଶର ପରିଚୟ। ଭଗବାନ ଶଙ୍କର ନିଜର ଦୈବୀ ରୂପ ଆଉ ଭକ୍ତ ପ୍ରତି ଅସୀମ ଦୟା ପାଇଁ ଖୁବ ଜଣାଶୁଣା। ତାଙ୍କ ପ୍ରତି ଭକ୍ତଙ୍କ ବିଶ୍ୱାସ ମଧ୍ୟ ଆଶ୍ଚର୍ଯ୍ୟଜନକ। ସୋସିଆଲ ମିଡିଆରେ ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଯେତେବେଳେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’।

Advertisment

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ sarath_p_s__ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହି ଭିଡିଓ ଆକାଶରୁ ଚନ୍ଦ୍ରମା ଓ ତିନୋଟି ବିନ୍ଦୁରୁ ଆରମ୍ଭ ହୁଏ ଏବଂ ଦେଖୁ ଦେଖୁ ଭଗବାନ ଶଙ୍କରଙ୍କ ଦିବ୍ୟ ରୂପ ପ୍ରକଟ ହୁଏ। ଏହି ତିନୋଟି ବିନ୍ଦୁ ଶଙ୍କରଙ୍କ କୁଣ୍ଡଳ ଏବଂ ତୃତୀୟ ଆଖି ଥିଲା। ମୁଣ୍ଡରେ ଚନ୍ଦ୍ରମା ଓ ବେକରେ ନାଗ ସହିତ ପ୍ରକଟ ହୋଇଯାଆନ୍ତି ଭଗବାନ ଶଙ୍କର।

ଏହି ବିଶାଳ ପ୍ରତିଛବି ତଳେ ଠିଆ ହୋଇଥିବା ଲୋକମାନେ ମୋବାଇଲ୍ ଫ୍ଲାସ୍ ଲାଇଟ୍ ହଲାଇବା ସହ ହର-ହର ମହାଦେବ ଜପ କରୁଥିବା ଦେଖାଯାଏ। ସୋସିଆଲ ମିଡିଆ ଅନୁଯାୟୀ, ଏହି ଭିଡିଓ ହେଉଛି ଇଶା ଫାଉଣ୍ଡେସନ ଦ୍ୱାରା କୋଏମ୍ବାଟୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମର।

Advertisment

ତିନି ସପ୍ତାହ ପୂର୍ବରୁ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଖବର ଲେଖାହେବା ବେଳକୁ ୭୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ନିଜ ନିଜ ମତ ଦେଇଛନ୍ତି।

Social Media Viral Video Ajab Gajab
Advertisment
Advertisment