Advertisment

ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୧୪ ଯାତ୍ରୀଙ୍କ ଜୀବନ

୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Accident

Accident

ଆସାମ ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣ ମହିଳା ଓ ଜଣେ ନାବାଳିକଙ୍କ ସହ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨୭ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଷ୍ଟ୍ରୀୟ ରାଜମାର୍ଗ ୩୭ରେ ଡେରଗାଁଓରେ ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି ।

Advertisment

ସୂଚନା ଅନୁସାରେ ୪୫ ଯାତ୍ରୀ ପିକ୍‌ନିକ୍‌ କରିବାକୁ ଏକ ବସରେ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଏବଂ ବସ୍ ଉଭୟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଜୋରହାଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Bus Accident Odisha News Assam
Advertisment
Advertisment