• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆବର୍ଷରେ ବଡ଼ ପରିବର୍ତ୍ତନ । ବିଶ୍ୱର ବହୁଚର୍ଚ୍ଚିତ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି ମାଗଣାରେ ହ୍ୱାଟ୍ସଆପ୍‌ ଚାଟ୍‌ ଓ ଭିଡିଓ ବ୍ୟାକଅପ୍‌ ରହିବ ନାହିଁ । ଅର୍ଥାତ ଗୁଗୁଲ ଡ୍ରାଇଭ୍‌ରେ ମିଳୁଥିବା ମାଗଣା ୧୫ ଜିବି ଷ୍ଟୋରେଜ୍‌କୁ ବନ୍ଦ କରିଦିଆଯିବ । ଏହିବର୍ଷଠୁ ଏହି ନିୟମ ଲାଗୁ କରାଯିବ ।

ହ୍ୱାଟ୍ସଆପ୍‌ ସହ ଦୁନିଆର କୋଟି କୋଟି ଲୋକ ଜଡ଼ିତ । ଏହାର ସାମାନ୍ୟ ପରିବର୍ତ୍ତନ ଲୋକଙ୍କ ଉପରେ ବେଶ୍‌ ପ୍ରଭାବ ପକାଇବ । ତେବେ ହ୍ୱାଟ୍ସଆପ୍‌ରେ ହୋଇଥିବା ବଡ଼ ପରିବର୍ତ୍ତନ ଏବେ ୟୁଜର୍ସଙ୍କୁ ପ୍ରଭାବିତ କରିଛି । ୟୁଜର୍ସ ନିଜର ଗୁରୁତ୍ୱପୂର୍ଣ୍ଣ ଚାଟ୍‌ ଓ ସ୍ମୃତିକୁ ସଂରକ୍ଷିତ ରଖିବା ପାଇଁ ଗୁଗୁଲ ଡ୍ରାଇଭ୍‌ ପକ୍ଷରୁ ମିଳୁଥିବା ୧୫ ଜିବି ଷ୍ଟୋରେଜ୍‌ ଉପରେ ନିର୍ଭର କରିଥାନ୍ତି । ଏହା ୟୁଜର୍ସଙ୍କୁ ବେଶ୍‌ ସହାୟକ ହୋଇଥାଏ । କିନ୍ତୁ ଏହିବର୍ଷଠୁ ଏହି ସୁବିଧା ଆଉ ଉପଲବ୍ଧ ହେବ ନାହିଁ ।

ଏହି ପରିବର୍ତ୍ତନ ହେତୁ ଉପଭୋକ୍ତାମାନେ ସେମାନଙ୍କର ମୂଲ୍ୟବାନ ଚାଟ୍ ଏବଂ ସ୍ମୃତିର ସୁରକ୍ଷା ପାଇଁ ଗୁଗୁଲ୍ ଡ୍ରାଇଭ୍ ଉପରେ ନିର୍ଭର କରି ରହିପାରିବେ ନାହିଁ । ବର୍ତ୍ତମାନ ହ୍ୱାଟ୍ସଆପ୍ ପାଇଁ ଗୁଗୁଲ୍ ୱାନ୍ ମାଧ୍ୟମରେ ଅଧିକ ଷ୍ଟୋରେଜ୍ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚିନ୍ତା କରିବାକୁ ପଡିବ ।

ଏହି ପରିବର୍ତ୍ତନ ପ୍ରଥମଥର ପାଇଁ ଆଣ୍ତ୍ରଏଡ୍‌ ମେବାଇଲ୍‌ରେ ଦେଖିବାକୁ ମିଳିବ । ପୂର୍ବରୁ ଏହା ଆଇଫୋନ୍‌ର iCloud ରେ ମଧ୍ୟ ରହିଛି । ଆଇଫୋନ୍‌ରେ ମଧ୍ୟ ଡାଟା ବ୍ୟାକଅପ୍‌ ଦେବା ପାଇଁ ଟଙ୍କା ଦେବାକୁ ପଡ଼େ । ଗୁଗୁଲ୍ ୱାନ୍ ନାମରେ ଗୁଗୁଲ୍ ଡ୍ରାଇଭ୍ ପାଇଁ ତିନୋଟି ପ୍ରାଥମିକ ସଦସ୍ୟତା ସ୍ତର ଉପଲବ୍ଧ ରହିଛି । ଯାହା ମାସିକ କିମ୍ବା ବାର୍ଷିକ କ୍ରୟ କରାଯାଇପାରିବ । ଅନ୍ୟଦେଶରେ ଏହାର ମାସିକ ଓ ବାର୍ଷିକ ଦେୟର ମୂଲ୍ୟ ସ୍ଥିର କରାଯାଇଛି । କିନ୍ତୁ ଭାରତରେ ଏହାର ମୂଲ୍ୟ ଏବେଯାଏଁ ପ୍ରକାଶ କରାଯାଇନାହିଁ ।

ଯଦି ଆପଣ ଟଙ୍କା ଦେଇ ଷ୍ଟୋରେଜ୍‌ କିଣିବାକୁ ଚାହୁଁନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ବିକଳ୍ପ ବାଟ ବି ରହିଛି । ହ୍ୱାଟ୍ସଆପ୍‌ରେ ଫଟୋ ଗୁଡ଼ିକ ଅଧିକ ଷ୍ଟୋରେଜ୍‌ ନେଇଥାଏ । ତେବେ ଆପଣ ହ୍ୱାଟ୍ସଆପ୍‌ ସେଟିଙ୍ଗ୍‌କୁ ଯାଆନ୍ତୁ, ଷ୍ଟୋରେଜ୍‌ ଓ ଡାଟାରେ କ୍ଲିକ୍‌ କରନ୍ତୁ । ଏହାପରେ ମ୍ୟାନେଜ୍‌ ଷ୍ଟୋରେଜ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ହ୍ୱାଟ୍ସଆପ୍‌ ଆପଣଙ୍କୁ ବିଭିନ୍ନ ବିକଳ୍ପ ଉପାୟ ଦେବ, ଯାହାଦ୍ୱାରା ଆପଣ ନିଜ ଷ୍ଟୋରେଜ୍‌କୁ ୧୫ ଜିବି ମଧ୍ୟରେ ସୀମିତ ରଖିପାରିବେ ।