• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ଣ୍ଣର ନିଜର ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ହୋମ୍ ଗ୍ରାଉଣ୍ଡ ସିଡନିରେ ଖେଳୁଛନ୍ତି । ଟେଷ୍ଟ ଫେରୱେଲ ମ୍ୟାଚରେ ଭେଟେରାନ ଓପନର ୱାର୍ଣ୍ଣରଙ୍କ ନାଁରେ ଯୋଡ଼ି ହେବାକୁ ଯାଉଛି ଏକ ବିରଳ ରେକର୍ଡ । ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟରେ ୱାର୍ଣ୍ଣର ପ୍ରଥମ ସଟ୍ ଖେଳିବା କ୍ଷଣି, ବନିବାକୁ ଯାଉଛନ୍ତି ବର୍ତ୍ତମାନ ପିଢ଼ିର ସମ୍ଭବତଃ ମହାନତମ ଓପନର ।

ୱାର୍ଣ୍ଣର ୧୧୧ଟି ଟେଷ୍ଟରୁ ୪୪.୫୮ ଆଭରେଜରେ ୮,୬୯୫ ରନ୍ କରିଛନ୍ତି । ୨୦୩ଟି ଇଂନିସ ମଧ୍ୟରେ ରହିଛି ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକୀୟ ଇଂନିସ । ତାଙ୍କର ଶ୍ରେଷ୍ଠତମ ସ୍କୋର ହେଉଛି ଅପରାଜିତ ୩୩୫ । ଅଷ୍ଟ୍ରେଲିଆର ପଞ୍ଚମ ସର୍ବାଧିକ ଟେଷ୍ଟ ରନ ସଂଗ୍ରହକାରୀ ବ୍ୟାଟର ରହିଛନ୍ତି ୱାର୍ଣ୍ଣର । ତେବେ ୱାର୍ଣ୍ଣରଙ୍କ ସ୍ଥିର ପ୍ରଦର୍ଶନ ନେଇ ଏକ ମଜାଦାର ପରିସଂଖ୍ୟାନ ସାମ୍ନାକୁ ଆସିଛି, ଯାହାଦ୍ୱାରା ସେ କେବଳ ବିଶ୍ୱର ଏକାଧିକ ମହାନ ଖେଳାଳିଙ୍କୁ ପଛରେ ପକାଇ ନାହାନ୍ତି ବରଂ ଏକାଧିକ କ୍ରିକେଟ ଟିମକୁ ମଧ୍ୟ ପଛରେ ପକାଇଛନ୍ତି । ୱାର୍ଣ୍ଣର ଖେଳିଥିବା ୨୦୩ଟି ଇଂନିସରୁ ୨୬ଟି ଟେଷ୍ଟ ଶତକ ହାସଲ କରିଛନ୍ତି, ଅର୍ଥାତ ପ୍ରତି ୭.୭ ଇଂନିସରେ ଗୋଟିଏ ଶତକୀୟ ଇଂନିସ ଖେଳିଛନ୍ତି । 

୨୦୧୧ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ ପରଠାରୁ ୱାର୍ଣ୍ଣରଙ୍କ ଶତକ ହାର ଟେଷ୍ଟ ଖେଳୁଥିବା ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଅଧିକ ଓ ସ୍ଥିର ରହିଛି । ୱାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ ଠାରୁ ଭାରତୀୟ ଟିମର ଓପନରମାନେ ୪୨ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ଅର୍ଥାତ ୯.୬ ଟେଷ୍ଟ ଇଂନିସରେ ଗୋଟିଏ ଶତକ । ଏହାପରେ ତାଲିକାରେ ରହିଛନ୍ତି ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା । ୱାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ ଠାରୁ ଓଭୟ ଦେଶର ଓପନର ୩୧ଟି ଶତକ ହାସଲ କରିଛନ୍ତି । ଗୋଟିଏ ଶତକ ହାସଲ କରିବାକୁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ନେଇଛନ୍ତି ୧୧.୪ ଓ ୧୧.୭ ଇଂନିସ ।

ୱାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ ପରଠାରୁ ଅନ୍ୟ ଅଷ୍ଟ୍ରେଲୀୟ ଓପନର ୧୯ଟି ଶତକ ହାସଲ କରିଛନ୍ତି । ଯାହାକି ୧୪.୧ ଇଂନିସରେ ଗୋଟିଏ ଶତକ । ଶ୍ରୀଲଙ୍କାର ଓପନର ମଧ୍ୟ କ୍ରିକେଟର ଲମ୍ବା ଫର୍ମାଟରେ ସମାନ ହାରରେ ୨୯ଟି ଶତକ ହାସଲ କରିଛନ୍ତି । ସେହିପରି ଇଂଲଣ୍ଡ (୩୩ ଶତକ, ୧୭.୨ ଇଂନିସରେ ଗୋଟିଏ ଶତକ), ନ୍ୟୁଜିଲାଣ୍ଡ(୨୨ଟି ଶତକ, ୧୬.୪ ଇଂନିସରେ ଗୋଟିଏ ଶତକ ), ୱେଷ୍ଟଇଣ୍ଡିଜ ୧୮ଶତକ, ୨୦.୨ ଇଂନିସରେ ଗୋଟିଏ ଶତକ) ଓ ବାଂଲାଦେଶ ୧୨ଟି ଶତକ, ଶତକ ପିଛା ୨୨.୨ ଇଂନିସ) ମଧ୍ୟ ୱାର୍ଣ୍ଣରଙ୍କ ପଛରେ ରହିଛନ୍ତି ।