/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742807261.jpg)
Salman khan movie sikandar intense trailer released
ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ସିକନ୍ଦର'ର ବିସ୍ଫୋରକ ଟ୍ରେଲର ସାମ୍ନାକୁ ଆସିଯାଇଛି। ଏହା ୨୦୨୫ର ସବୁଠାରୁ ଆକର୍ଷଣୀୟ ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଆକ୍ସନ୍ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ନିର୍ମାତା ଆର୍ ମୁରୁଗଦାସ୍ ଦେଇଛନ୍ତି।
ମାର୍ଚ୍ଚ ୩୦ରେ ଇଦ୍-ଉଲ୍-ଫିତର ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ରିଲିଜ୍ ହେବା ମାତ୍ରେ ଫିଲ୍ମର ଟ୍ରେଲର ଛାଇଯାଇଛି। ସଲମାନ ଖାନଙ୍କ ପ୍ରଶଂସକମାନେ ମତ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ରିଲିଜ୍ ହେବା ପୂର୍ବରୁ ମଧ୍ୟ ସେମାନେ ଫିଲ୍ମକୁ ଏକ ବ୍ଲକବଷ୍ଟର ବୋଲି କହୁଛନ୍ତି।
‘ସିକନ୍ଦର’ର ଟ୍ରେଲର୍ରୁ ଅନୁମାନ କରାଯାଉଛି ଯେ ଫିଲ୍ମ ଏକ ଧମାକାଦାର ଏବଂ ଦମଦାର କାହାଣୀ ଉପରେ ଆଧାରିତ। ଜଣେ ଏହି ଫିଲ୍ମର ଟ୍ରେଲର ଦେଖି ମତ ଦେଇଛନ୍ତି ଯେ – ଜବରଦସ୍ତ, ଧମାଲ୍, ଆଉଟ୍ଷ୍ଟାଣ୍ଡିଂ ଏବଂ ସଲମାନ ଭାଇଙ୍କ ଆକ୍ସନ୍ ପ୍ୟାକ୍ ପର୍ଫର୍ମାନ୍ସ। ଆଉ ଜଣେ ଲେଖିଛନ୍ତି – ବ୍ଲକ୍ବଷ୍ଟର ଭାଇ।
ଅଧିକ ପଢ଼ନ୍ତୁ: ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ
ଫିଲ୍ମର ସବୁଠାରୁ ବିଶେଷ କଥା ହେଉଛି ଏହା କୌଣସି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ ପରି ମନେ ହେଉ ନାହିଁ। ସଲମାନ ଖାନଙ୍କ ସ୍ୱାଗ୍ ସହିତ ରଶ୍ମିକା ମନ୍ଦାନାଙ୍କ ସୌନ୍ଦର୍ଯ୍ୟ ଏହାକୁ ଚମତ୍କାର କରିଦେଇଛି।
ନିର୍ଦ୍ଦେଶକ ଆର୍ ମୁରୁଗଦାସ୍ ଫିଲ୍ମ 'ଗଜନୀ' ସହିତ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଆମିର ଖାନ ଏବଂ ଆସିନଙ୍କ ଅଭିନୀତ ଏହି ବ୍ଲକବଷ୍ଟର ଫିଲ୍ମ ଅନେକ ରେକର୍ଡ ଭାଙ୍ଗି ୨୦୦୮ରେ ୧୦୦ କୋଟି ଟଙ୍କାର ଓପେନିଂ କରିଥିଲା।
ସେ ୨୦୧୪ ରେ ଅକ୍ଷୟ କୁମାରଙ୍କ ସହ 'ହଲିଡେ' ଏବଂ ୨୦୧୬ ରେ ସୋନାକ୍ଷୀ ସିହ୍ନାଙ୍କ ସହ 'ଅକିରା' କରିଥିଲେ। ସେ ବର୍ତ୍ତମାନ 'ସିକନ୍ଦର' ସହିତ ନଅ ବର୍ଷ ପରେ ବଲିଉଡ୍କୁ ଫେରୁଛନ୍ତି।
'ସିକନ୍ଦର'ର ନୂଆ ପୋଷ୍ଟରରେ ସଲମାନ ଖାନ, ରଶ୍ମିକା ମନ୍ଦାନା, ପ୍ରତୀକ ବାବର, ସତ୍ୟରାଜ, କାଜଲ ଅଗ୍ରୱାଲ, ଅଞ୍ଜିନି ଧାୱନ ଏବଂ ଶର୍ମନ ଯୋଶୀଙ୍କ ସମେତ ପୂରା କାଷ୍ଟକୁ ଦେଖାଯାଇଛି। ଏହା ପ୍ରଥମ ଥର ଯାହାକୁ ନିର୍ମାତା ପୋଷ୍ଟର ମାଧ୍ୟମରେ ପୂରା କାଷ୍ଟକୁ ଦେଖାଇପାରିଛନ୍ତି।
ଏହା ୨୦୨୫ ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ଭାବରେ ଗଣା। ଏହି ଫିଲ୍ମଟି ହାଇଦ୍ରାବାଦ ଏବଂ ମୁମ୍ବାଇରେ ସୁଟିଂ କରାଯାଇଛି ଏବଂ ଏଥିରେ ସଲମାନ ଖାନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଏବଂ କାଜଲ ଅଗ୍ରୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)