Advertisment

Mahendra Singh Dhoni: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ଆଇପିଏଲ ସିଜିନ୍ ଆରମ୍ଭ ହେବା ମାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ୨୦୨୫ ଆଇପିଏଲରେ ପୁଣି ଥରେ ସମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ଉତ୍ତର ରଖିଛନ୍ତି ଧୋନୀ। ଆଇପିଏଲ ଖେଳିବାରୁ ସେ କେବେ ଅବସର ନେବେ ସେନେଇ ବଡ଼ ଘୋଷଣା କରିଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
Mahendra Singh Dhoni

Mahendra Singh Dhoni

ଆଇପିଏଲ ସିଜିନ୍ ଆରମ୍ଭହେବା ମାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ଆଇପିଏଲର ପ୍ରତ୍ୟେକ ସିଜିନ୍‌ରେ ଧୋନୀଙ୍କୁ ମଧ୍ୟ ସମାନ ପ୍ରଶ୍ନର ସାମ୍ନା କରିବାକୁ ପଡ଼େ ।

Advertisment

ଯାହାକୁ ନିଜର କୁଲ୍ ଅନ୍ଦାଜରେ 'ଡେଫିନଟେଲି ନଟ୍' କହି ଉତ୍ତର ଦିଅନ୍ତି ମାହି । ତେବେ ଆଇପିଏଲ ୨୦୨୫ରେ ପୁଣି ଥରେ ସମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ଉତ୍ତର ରଖିଛନ୍ତି ଧୋନୀ ଆଉ ଆଇପିଏଲ ଖେଳିବାରୁ ସେ କେବେ ଅବସର ନେବେ ସେନେଇ ବଡ଼ ଘୋଷଣା କରିଛନ୍ତି ।

ଏକ ସାକ୍ଷାତକାରରେ, ସେ କହିଛନ୍ତି ମୁଁ ଯେତେଦିନ ଚାହିଁବି ସେତେଦିନ CSK ପାଇଁ ଖେଳିପାରିବି । ଏହା ମୋର ଫ୍ରାଞ୍ଚାଇଜ୍ । 'ମୁଁ ହ୍ୱିଲଚେୟାରରେ ଥିଲେ ମଧ୍ୟ, CSK ମୋତେ ଖୋଳିବା ପାଇଁ ଟାଣି ନେବ ।' ମୁଁ ଯେପର୍ଯ୍ୟନ୍ତ ଚାହିଁବି, ଏହି ଦଳ ପାଇଁ ଖେଳିପାରିବି । କାରଣ ଏହା ମୋର ଦଳ ।

Advertisment

ଧୋନିଙ୍କୁ ଏବେ ୪୩ ବର୍ଷ । ତଥାପି ଆଇପିଏଲ ୨୦୨୫ରେ ଧମାକା କରିବାକୁ ସେ ପ୍ରସ୍ତୁତ ହୋଇଛନ୍ତି । ସେ ଏଥର CSK ପାଇଁ ଜଣେ ଅନକ୍ୟାପ୍ ଖେଳାଳି ଭାବରେ ଖେଳୁଛନ୍ତି । ପୂର୍ବରୁ, ସେ CSKର ଅଧିନାୟକତ୍ୱ କରିବା ସମୟରେ, ଦଳକୁ ପାଞ୍ଚଥର ଟାଇଟଲ ବିଜୟୀ କରାଇଛନ୍ତି ।

ତେବେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ସହିତ ହିଁ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ । ମଝିରେ ଦୁଇଟି ସିଜିନ୍ ପାଇଁ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ୍ ପାଇଁ ମଧ୍ୟ ଖେଳିଥିଲେ । ସେ ଏପର୍ଯ୍ୟନ୍ତ ମୋଟ ୨୬୪ଟି ମ୍ୟାଚ୍ ଖେଳି ମୋଟ୍ ୫୨୪୩ ରନ୍ ସଂଗ୍ରହ କରିଛନ୍ତି । ଧୋନି ଆଇପିଏଲରେ ୧୩୭.୫୩ ଷ୍ଟ୍ରାଇକ୍ ରେଟରେ ରନ କରିଛନ୍ତି ଧୋନୀ । ତେବେ ଚଳିତ ସିଜିନ୍ ଧୋନୀଙ୍କ ଶେଷ ଆଇପିଏଲ ନାଁ ଆସନ୍ତାବର୍ଷ ତାଙ୍କୁ ପୁଣି ଥରେ ଷ୍ଟାଡିୟମରେ ଦେଖିବାକୁ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ଆଜି IPLରେ ଡବଲ୍‌ ଫାଇଟ୍‌; ମୁହାଁମୁହିଁ ହେବେ ରାଜସ୍ଥାନ-ହାଇଦ୍ରାବାଦ, ଚେନ୍ନାଇ-ମୁମ୍ବାଇ

CSK Mahendra Singh Dhoni IPL 2025
Advertisment
Advertisment