• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ସ୍ୱାମୀକୁ ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ । ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା । ଉତ୍ତରପ୍ରଦେଶ ମୀରଟରେ ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡ଼ିଓ । ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମଧ୍ୟ ମୁସ୍କାନର କୌଣସି ଅବଶୋଷ ନଥିଲା । ସ୍ବାମୀକୁ ମାରିବା ପରେ ବୟଫ୍ରଣ୍ଡ ସାହିଲ ସହ ବୁଲିବାକୁ ହିମାଚଳ ଯାଇଥିଲା ମୁସ୍କାନ ।

ସେଠାରେ ଦୁହେଁ ଖୁବ୍ ବୁଲାବୁଲି କରିଥିଲେ । ଆଉ ସାହିଲ ଜନ୍ମଦିନ ଅବସରରେ କେକ୍ କାଟିବା ସହ ରାତିରେ କ୍ଲବରେ ଦୁହେଁ ପାର୍ଟି ମଧ୍ୟ କରିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ସାହିଲକୁ କେକ୍ ଖୁଆଇ ଦେଉଛନ୍ତି ମୁସ୍କାନ । ଆଉ ପରେ ଦୁହେଁ ପବରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

Also Read

ଅଧିକ ପଢ଼ନ୍ତୁ: ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

ତେବେ ଏହାର ପରଦିନ ଏମାନେ ଖୁବ୍ ମଜାମସ୍ତିରେ ହୋଲି ଖେଳିବାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ମୁହଁରେ ରଙ୍ଗ ଲଗାଇ ରିଲ କରୁଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଗୋଟିଏ ମଣିଷ ମାରି ମଧ୍ୟ ଏମାନଙ୍କ ମନରେ ଟିକିଏ ବି ଅବଶୋଷ ନଥିଲା । ଦୁହିଁଙ୍କ ମୁହଁରେ ଟିକିଏ ବି ଭୟ ନଥିଲା । ସେମାନେ ନିର୍ଭୟରେ ମଉଜ ମସ୍ତି କରିବାରେ ବ୍ୟସ୍ତ ଥିଲେ । ଆଉ ମନଇଚ୍ଛା ପଇସା ଉଡାଇଥିଲେ । ହେଲେ କୁହନ୍ତି ନାଁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଶେଷରେ ପୋଲିସ ପଞ୍ଝାରେ ଧରା ପଡିଛନ୍ତି ମୁସ୍କାନ ଆଉ ସାହିଲ । ଆଉ ଜେଲର ଚାରିକାନ୍ଥ ଭିତରେ ସେମାନେ କରିଥିବା କୁକର୍ମକୁ ମନେ ପକାଉଛନ୍ତି ।

ସୂଚନାଯୋଗ୍ୟ, ଘର ଭିତରୁ ପ୍ଲାଷ୍ଟିକ୍ ଡ୍ରମରୁ ସମ୍ପୃକ୍ତ ମହିଳାଙ୍କ ମୃତଦେହ ମିଳିଥିଲା । ଏହି ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୃତକ ସୌରଭ ରାଜପୁତ ମର୍ଚ୍ଚାଣ୍ଟ ନେଭିରେ ଚାକିରି କରୁଥିଲେ । ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ହାତଥିବା ନେଇ ପୋଲିସ ସନ୍ଦେହ କରିଥିଲା । ଏହାପରେ ପୋଲିସ ଉଭୟଙ୍କୁ ଗିରଫ ମଧ୍ୟ କରିଥିଲା । ବିଶ୍ୱାସଘାତକତା, ନିଷ୍ଠୁରତାର ସବୁ ସୀମା ଟପିଯାଇଥିଲେ ଏହି ମହିଳା । ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ୧୮ ଖଣ୍ଡକରି ଏକ ଡ୍ରମରେ ରଖି ସିମେଣ୍ଟରେ ବନ୍ଦ କରିଦେଇଥିଲା ପତ୍ନୀ ।

ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ଉତ୍ତରପ୍ରଦେଶର ମୀରଟର ବ୍ରହ୍ମପୁରୀ ନିକଟସ୍ଥ ଇନ୍ଦିରାନଗରରେ ରହୁଥିଲେ । ସୌରଭ ରାଜପୁତ ଏବଂ ମୁସ୍କାନ ରସ୍ତୋଗୀ ୨୦୧୬ରେ ପରିବାର ସଦସ୍ୟଙ୍କ ବିନା ସହମତିରେ ପ୍ରେମ ବିବାହ କରିଥିଲେ । ଦୁହେଁ ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ହେଲା ଇନ୍ଦିରାନଗରରେ ରହୁଥିଲେ । ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା