• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପୁଣି ବିବାଦରେ ହାସ୍ୟ ଅଭିନେତା କୁନାଲ କାମରା । ନିଜ କମେଡି ପାଇଁ ବିବାଦରେ ଛନ୍ଦି ହୋଇଯାଇଛନ୍ତି କୁନାଲ କାମରା । ଏକନାଥ ସିନ୍ଦେଙ୍କ ଉପରେ କମେଡି କରି ଅଡ଼ୁଆରେ ପଡିଛନ୍ତି ଏହି ଅଭିନେତା ।

ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାସ୍ୟ ଅଭିନେତା କୁନାଲ କାମରା ଏକ 'ଷ୍ଟାଣ୍ଡ-ଅପ୍ ଶୋ’ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ପରିବର୍ତ୍ତନ କରିବା ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏହାପରେ କମେଡିଆନଙ୍କ ଟିପ୍ପଣୀକୁ ସହଜରେ ଗ୍ରହଣ କରିନାହାନ୍ତି ଶିବସେନା କର୍ମକର୍ତ୍ତା । କାର୍ଯ୍ୟକ୍ରମ ସ୍ଥଳ 'ଦ ୟୁନିକଣ୍ଟିନେଣ୍ଟାଲ' ମୁମ୍ବାଇ ହୋଟେଲକୁ ଆସି ବ୍ୟାପକ ଭଙ୍ଗାରୁଜା କରିଥିଲେ ଶିବସେନା କର୍ମକର୍ତ୍ତା । ଏହାସହ କାମରାଙ୍କ ବିରୁଦ୍ଧରେ ଏକ ଏଫଆଇଆର ଦାୟର କରାଯାଇଛି ।

Also Read

ଅପରପକ୍ଷେ ଏହା 'ସିନ୍ଦେଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର' ବୋଲି ଅଭିଯୋଗ କରି ଶିବସେନା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶିବଶେନା(UBT) ନେତା ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛି । 'ଷ୍ଟାଣ୍ଡ-ଅପ୍ ଶୋ’ର କୁନାଲ କାମରା ନିଜେ ସେୟାର କରିଥିବା ଏକ ଭିଡିଓ କ୍ଲିପ୍‌ରେ 'ଦିଲ୍ ତୋ ପାଗଲ୍ ହୈ'ର ଏକ ମଜାଦାର ଗୀତ ଗାଉଥିବା ଦେଖିବାକୁ ମିଳିଛି ।

ଯେଉଁଥିରେ ସେ ସିନ୍ଦେଙ୍କ ଶରୀର ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସହ ତାଙ୍କ ସମୀକରଣ ଉପରେ ମନ୍ତବ୍ୟ ଦେଇଛନ୍ତି । ଏପରିକି ଏହି 'ଶୋ' ରେ ସେ ସିନ୍ଦେଙ୍କୁ ଦେଶଦ୍ରୋହୀ କହିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଏହାପରେ ଆରମ୍ଭ ହୋଇଥିଲା ବିବାଦ । ଶିବସେନା କର୍ମୀମାନେ ମୁମ୍ବାଇରେ ମଧ୍ୟ ହାସ୍ୟ ଅଭିନେତାଙ୍କ ଫଟୋ ପୋଡ଼ି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାନ୍ତରେ ଏନକାଉଣ୍ଟର; ନାବାଳିକା ଆହତ

ଶିବସେନା ନେତା ରାହୁଲ କାନାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗରେ ଏହାକୁ ‘ପୂର୍ବ ଯୋଜନାବଦ୍ଧ’ ଅପରାଧିକ ଷଡ଼ଯନ୍ତ୍ର ଏବଂ ସିନ୍ଦେଙ୍କ ପ୍ରତିଷ୍ଠା, ପ୍ରତିଛବି ଏବଂ ସଦିଚ୍ଛାକୁ ଖରାପ କରିବାପାଇଁ 'ଦେୟଯୁକ୍ତ ଅଭିଯାନ' ବୋଲି କୁହାଯାଇଛି ।

ଶିବସେନା ବିଧାୟକ ମୁରୁଜି ପଟେଲଙ୍କ ଅଭିଯୋଗ ଉପରେ କାମରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ ନେଇ ବରିଷ୍ଠ ଶିବସେନା ନେତା ସଞ୍ଜୟ ନିରୁପମ କହିଛନ୍ତି, ‘ଆମେ କାଲି ସକାଳ ୧୧ଟାରେ କୁନାଲ କାମରାଙ୍କୁ ପିଟିବୁ’।

ଅପରପକ୍ଷେ ଶିବସେନା ସାଂସଦ ନରେଶ ମହସ୍କେ କାମରାଙ୍କୁ ଭିଡିଓ ବାର୍ତ୍ତାରେ ଚେତାବନୀ ଦେଇଛନ୍ତି । ଉଦ୍ଧବ ସେନା କାମରାଙ୍କ ଷ୍ଟୁଡିଓରେ ହୋଇଥିବା ଭଙ୍ଗାରୁଜାକୁ ନିନ୍ଦା କରିବା ସହିତ ସରକାରଙ୍କୁ ସମାଲୋଚନା କରିଛି ଶିବସେନା (UBT) । ଶିବସେନା (UBT) ନେତା ସଞ୍ଜୟ ରାଉତ ଆକ୍ରମଣର ଏକ ଭିଡିଓ ସେୟାର କରି ଫଡନାଭିସଙ୍କୁ ଜଣେ ଦୁର୍ବଳ ଗୃହମନ୍ତ୍ରୀ ବୋଲି କହିଛନ୍ତି । କାମରା ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି , ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେବା ନେଇ ହାସ୍ୟ ଅଭିନେତା କୁନାଲ କାମରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାମରା ତାଙ୍କ ଅପମାନ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ଏକନାଥ ସିନ୍ଦେଜୀଙ୍କୁ ଅପମାନିତ କରାଯାଇଛି । ଏହାକୁ ବରଦାସ୍ତ କରାଯିବ ନାହିଁ ।

ଅଧିକ ପଢ଼ନ୍ତୁ: ସୁଶାନ୍ତ ସିଂହ ମୃତ୍ୟୁ: କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ