Advertisment

Mumbai Indians IPL 2025: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ଚେନ୍ନାଇର ବିଜୟ ଅପେକ୍ଷା, ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବୋଲରଙ୍କ ବିଷୟରେ ବେଶ୍‌ ଆଲୋଚନା ହେଉଛି । ଯାହାଙ୍କ ନାମ ଏହି ମ୍ୟାଚ୍ ପୂର୍ବରୁ ବହୁତ କମ୍ ଲୋକ ଜାଣିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Mumbai Indians IPL 2025

Mumbai Indians IPL 2025

ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚେନ୍ନାଇ ମୁମ୍ବାଇକୁ ୪ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚ୍ ପରେ, ଚେନ୍ନାଇର ବିଜୟ ଅପେକ୍ଷା, ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବୋଲରଙ୍କ ବିଷୟରେ ବେଶ୍‌ ଆଲୋଚନା ହେଉଛି । ଯାହାଙ୍କ ନାମ ଏହି ମ୍ୟାଚ୍ ପୂର୍ବରୁ ବହୁତ କମ୍ ଲୋକ ଜାଣିଥିଲେ । ଏହି ବୋଲରଙ୍କ ନାମ ହେଉଛି ଭିଗ୍ନେଶ ପୁଥୁର, ଯିଏ ରୋହିତ ଶର୍ମାଙ୍କ ସ୍ଥାନରେ 'ଇମ୍ପାକ୍ଟ ଖେଳାଳି' ଭାବରେ ଆସିଥିଲେ ଏବଂ ଚେପକ୍‌ ଷ୍ଟାଡିୟମରେ ନିଜ ଛାପ ଛାଡ଼ିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ଚାଇନାମ୍ୟାନ୍ ବୋଲର ଭିଗ୍ନେଶ ପୁଥୁର ସେହି ୱିକେଟ୍‌ ଅକ୍ତିଆର କରି ମ୍ୟାଚ୍‌ରେ ଉତ୍ସାହ ଆଣିଥିଲେ ଏବଂ ଯାହାଫଳରେ ମ୍ୟାଚ୍‌ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା । ନଚେତ୍, ଗୋଟିଏ ସମୟରେ ଲାଗୁଥିଲା ଯେ CSK ସହଜରେ ମ୍ୟାଚ୍ ଜିତିବ । ଭିଗ୍ନେଶ ଲଗାତାର ତିନୋଟି ଓଭରରେ ଋତୁରାଜ ଗାୟକୱାଡ, ଶିବମ ଦୁବେ ଏବଂ ଦୀପକ ହୁଡାଙ୍କ ଭଳି ଶକ୍ତିଶାଳୀ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରି ମୁମ୍ବାଇକୁ ଖେଳକୁ ଫେରାଇ ଆଣିଥିଲେ। ଯଦି ମୁମ୍ବାଇ ଆଉ ୧୦-୧୫ ରନ୍ କରିଥାନ୍ତା, ତେବେ ହୁଏତ ସେମାନେ ମ୍ୟାଚ୍ ଜିତିପାରିଥାନ୍ତେ । ଆଇପିଏଲ ଡେବ୍ୟୁ ମ୍ୟାଚ୍‌ରେ ଭିଗ୍ନେଶ ୪ ଓଭରରେ ୩୨ ରନ ଦେଇ ତିନୋଟି ୱିକେଟ ନେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସରେ ଭିଗ୍ନେଶ ପୁଥୁରଙ୍କ ଏଣ୍ଟ୍ରି ବହୁତ ରୋଚକ ଅଟେ । ୨୪ ବର୍ଷୀୟ ଭିଗ୍ନେଶ କେରଳର ମଲାପ୍ପୁରମର ବାସିନ୍ଦା ଏବଂ ତାଙ୍କ ବାପା ଜଣେ ଅଟୋ ରିକ୍ସା ଚାଳକ । ବଡ଼ କଥା ହେଉଛି ଭିଗ୍ନେଶ ଏପର୍ଯ୍ୟନ୍ତ କେରଳ ପାଇଁ ବରିଷ୍ଠ ସ୍ତରରେ ଗୋଟିଏ ବି ମ୍ୟାଚ୍ ଖେଳିନାହାଁନ୍ତି। ଏପରି ପରିସ୍ଥିତିରେ, ତାଙ୍କର ପ୍ରଦର୍ଶନ ପ୍ରଶଂସାର ଯୋଗ୍ୟ । ଭିଗ୍ନେଶ ପ୍ରଥମେ ମଧ୍ୟମ ଗତିର ବୋଲିଂ କରୁଥିଲେ, କିନ୍ତୁ କେରଳର କ୍ରିକେଟର ମହମ୍ମଦ ସରିଫ୍ ତାଙ୍କୁ ସ୍ପିନର ହେବାକୁ ପରାମର୍ଶ ଦେଇଥିଲେ।

Advertisment

ତା’ପରେ ହିଁ ଭିଗ୍ନେଶ ପୁଥୁର ସ୍ପିନ୍ ବୋଲିଂ ଆରମ୍ଭ କଲେ । ଆଉ ସ୍ପିନ ବ୍ଲିଂ ତାଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ୍‌ ପ୍ରମାଣିତ ହୋଇଥିଲା । ସ୍ଥାନୀୟ ଲିଗ୍ ଏବଂ କଲେଜ ଟୁର୍ଣ୍ଣାମେଣ୍ଟରେ ନିରନ୍ତର ଅଭ୍ୟାସ ଯୋଗୁଁ ତାଙ୍କର ସ୍ପିନ୍ ବୋଲିଂରେ ଆହୁରି ଉନ୍ନତି ହୋଇଥିଲା । ତା'ପରେ ସେଣ୍ଟ୍‌ ଥମାସ କଲେଜ ଏବଂ ଜଲି ରୋଭର୍ସ କ୍ରିକେଟ୍ କ୍ଲବ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ ପରେ, ତାଙ୍କୁ କେରଳ ଟି-୨୦ ଲିଗର ପ୍ରଥମ ସିଜିନ୍ ପାଇଁ ମନୋନୀତ କରାଯାଇଥିଲା, ଯେଉଁଥିରେ ସେ ଆଲେପି ରିପଲ୍ସ ଦଳର ଅଂଶ ହୋଇଥିଲେ।

କେରଳ ଟି-୨୦ ଲିଗର ପ୍ରଥମ ସିଜିନରେ ଭିଗ୍ନେଶ ପୁଥୁର କେବଳ ତିନୋଟି ମ୍ୟାଚ୍ ଖେଳି ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ସ୍କାଉଟିଂ ଦଳର ଦୃଷ୍ଟି ଆକର୍ଷଣ କରିଥିଲେ। ତା'ପରେ MI ଦ୍ୱାରା ଭିଗ୍ନେଶଙ୍କୁ ଟେଷ୍ଟ ପାଇଁ ଡକାଗଲା। ପରୀକ୍ଷଣ ସମୟରେ, ଭିଗ୍ନେଶ ତାଙ୍କର ସଠିକତା ଏବଂ ଚାପରେ ମଧ୍ୟ ଶାନ୍ତ ରହିବାର କ୍ଷମତା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତା'ପରେ ଯେତେବେଳେ IPL 2025 ନିଲାମ ହେଲା, ମୁମ୍ବାଇ ତାଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ କିଣିଥିଲା ।

ଭିଗ୍ନେଶ ପୁଥୁରଙ୍କ ବୋଲିଂ ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ, ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ତାଙ୍କୁ ଦକ୍ଷିଣ ଆଫ୍ରିକା ପଠାଇଥିଲା । ଯେଉଁଠାରେ ସେ SA 20 ଲିଗ୍ ଦଳ MI କେପ୍ ଟାଉନ୍‌ରେ ଜଣେ ନେଟ୍ସ ବୋଲର ଭାବରେ ଯୋଗ ଦେଇଥିଲେ। ସେଠାରେ ସେ ରସିଦ ଖାନଙ୍କ ଭଳି ଖେଳାଳିଙ୍କ ସହ ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ କାମ କରିଥିଲେ । ଟି-୨୦ କ୍ରିକେଟର ଶ୍ରେଷ୍ଠ ଖେଳାଳିମାନଙ୍କ ସହ ଖେଳିବାର ଅମୂଲ୍ୟ ଅଭିଜ୍ଞତା ତାଙ୍କର ଆତ୍ମବିଶ୍ୱାସକୁ ଅତ୍ୟନ୍ତ ବୃଦ୍ଧି କରିଥିଲା। ତା'ପରେ ଭିଗ୍ନେଶ ମଧ୍ୟ IPL 2025 ଆରମ୍ଭ ହେବା ପୂର୍ବରୁ DY ପାଟିଲ T20 ଟୁର୍ଣ୍ଣାମେଣ୍ଟରେ ରିଲାଏନ୍ସ ଦଳ ପାଇଁ ତିନୋଟି ମ୍ୟାଚ୍ ଖେଳିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଏହି ଯୁବ ବୋଲରଙ୍କ ବିଷୟରେ କହିଛନ୍ତି, 'ଆମ ପାଖରେ ଏପରି ଖେଳାଳି ଅଛନ୍ତି ଯେଉଁମାନେ ପ୍ରତିଭାକୁ ଚିହ୍ନି ପାରିବେ । ମୁଁ ଭାବୁଛି MI ଅନ୍ୟ ଯେକୌଣସି ଜିନିଷ ଅପେକ୍ଷା ପ୍ରତିଭାକୁ ଅଧିକ ଗୁରୁତ୍ୱ ଦିଏ । ଯେତେବେଳେ ଆମେ ତାଙ୍କୁ ଟେଷ୍ଟ ପାଇଁ ଡାକିଲୁ, ଆମେ ତାଙ୍କ ଭିତରେ ସମ୍ଭାବନା ଦେଖିଲୁ । ସେ ଅତୀତରେ କେତେ କ୍ରିକେଟ ଖେଳିଛନ୍ତି ତାହା ଦେଖାଯାଏ ନାହିଁ। ଆମେ କେବଳ ଭାବୁଥିଲୁ ଯେ ତାଙ୍କ ପାଖରେ ପ୍ରତିଭା ଅଛି। ଆଉ ଏବେ ସେହି ପ୍ରତିଭାକୁ ଆଇପିଏଲ ମାଧ୍ୟମରେ ମଧ୍ୟ ସେ ଦେଖାଇଛନ୍ତି’ । ରବିବାର ଚେନ୍ନାଇ ଓ ମୁମ୍ବାଇ ମ୍ୟାଚ୍ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଯୁବ ସ୍ପିନରଙ୍କୁ ପ୍ରଶଂସା କରିଥିଲେ।

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା

Mumbai Indians CSK Vs MI IPL 2025
Advertisment
Advertisment