/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742792594.jpg)
Kathua Encounter
ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାନ୍ତରେ ଥିବା ହିରାନଗର ସେକ୍ଟରର ସାନ୍ୟାଲ ଗାଁ ନିକଟରେ ଏହି ଗୁଳି ବିନିମୟ ହୋଇଛି ।
ରବିବାର ସଂଧ୍ୟାରେ ଗାଁ ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସନ୍ଦିଗ୍ଧମାନେ ସଶସ୍ତ୍ର ଆତଙ୍କବାଦୀ ହୋଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ।
ଏହାପରେ ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ଼ ପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ରାତିସାରା ସନ୍ଦିଗ୍ଧଙ୍କ ଘରକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇଥିବା ବେଳେ ଏବେ ବି ଗୁଳି ବିନିମୟ ଜାରି ରହିଛି । ଏହି ଅଞ୍ଚଳରେ ୩ରୁ ୫ ଜଣ ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି ।
ଘଟଣାସ୍ଥଳକୁ ଏବେ ଅଧିକ ସଂଖ୍ୟାରେ ଫୋର୍ସ ପଠାଯାଉଛି । ସେପଟେ ଗୁଳି ବିନିମୟ ବେଳେ ଜଣେ ନାବାଳିକା ଆହତ ହୋଇଥିବା ସୂଚନା ମିଳିଛି। ଜମ୍ମୁ ଓ କାଶ୍ମୀର ପୋଲିସ ଡିଜି ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଅପରସେନକୁ ମନିଟରିଂ ପାଇଁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଉଥିବା ସୂଚନା ମିଳିଛି ।
ଜମ୍ମୁରେ ଆତଙ୍କବାଦୀମାନେ ଗତ କିଛି ଦିନ ଧରି ଅନୁପ୍ରବେଶ କରୁଥିବା ଘଟଣା ସାମ୍ନାକୁ ଆସୁଛି । ମାର୍ଚ୍ଚ ୧୭ ତାରିଖରେ କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)