/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742725557.jpg)
Father-in-law Murder By Daughter-in-law
ଉତ୍ତର ପ୍ରଦେଶର ଗଜିଆବାଦରେ ଘଟିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ବୋହୂ ବୃଦ୍ଧ ବୟସରେ ଶ୍ୱଶୁରଙ୍କ ସାହାରା ପାଲଟିବା ବଦଳରେ କ୍ରିକେଟ୍ ବ୍ୟାଟରେ ପିଟି ଶ୍ବଶୁରଙ୍କ ଜୀବନ ନେଇଯାଇଛନ୍ତି । ପୋଲିସର ସୂଚନା ଅନୁସାରେ କବି ନଗର ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଏହାପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । କିନ୍ତୁ ଏଭଳି ଅଭାବନୀୟ ଘଟଣାର ରହିଛି ଅନ୍ୟ ଏକ ଦିଗ । ଏହି ଦିଗ ସମ୍ପର୍କରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।
ଆସନ୍ତୁ ଜାଣିବା ୬୩ ବର୍ଷୀୟ ଶ୍ୱଶୁରଙ୍କୁ କାହିଁକି ଏମିତି ନିର୍ମମ ଭାବେ ହତ୍ୟା କଲେ ମହିଳା ?
ଅଧିକ ପଢ଼ନ୍ତୁ: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ବଖାଣିଲେ ଲୋମ ଟାଙ୍କୁରା କାହାଣୀ
ଅଭିଯୁକ୍ତ ଆରତୀଙ୍କ ସ୍ୱାମୀ ୪ ବର୍ଷ ପୂର୍ବେ ତାଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲେ । ଏହାପରେ ଏକା ହୋଇଯାଇଥିଲେ ଅଭିଯୁକ୍ତ ମହିଳା । ମୃତ୍ୟୁବରଣ କରିଥିବା ପତିରାମ (୬୩), ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ଅବସର ନେଇଥିଲେ । ଅଭିଯୁକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ କବି ନଗର ଅଞ୍ଚଳର ଗୋବିନ୍ଦପୁରମ କଲୋନି ନିବାସୀ ପତିରାମଙ୍କ ପୁଅ ଜିତେନ୍ଦ୍ର ସିଂହଙ୍କ ବିଧବା ପତ୍ନୀ ଆରତୀ ଘର ଝାଡୁ କରୁଥିବା ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅସଦାଚାରଣ କରିଥିଲେ ।
ଅଭିଯୁକ୍ତ ମହିଳା ଅଭିଯୋଗ କରିଛନ୍ତି, ଅନେକ ମହିଳାଙ୍କ ସହିତ ଶ୍ୱଶୁରଙ୍କର ଅବୈଧ ସମ୍ପର୍କ ଥିଲା । ସେ ତାଙ୍କୁ ସମ୍ପତ୍ତିରୁ ଭାଗ ଦେବାକୁ ପ୍ରସ୍ତୁତ ନଥିଲେ । ପୋଲିସ ନିକଟରେ ଦେଇଥିବା ସୂଚନାରେ ମହିଳା ଜଣକ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ ମହିଳାଜଣକ କୋର୍ଟଙ୍କ ନିର୍ଦ୍ଦେଶ ପରେ ଘରକୁ ଫେରିଥିଲେ । ଦିନେ ସକାଳେ ଏହି ମହିଳାଙ୍କ ପ୍ରତି ଶ୍ୱଶୁର ଦୁର୍ବ୍ୟବହାର କରିଥିଲେ । ପରେ ସଂଧ୍ୟାରେ ଅସଦାଚରଣ ଉଦ୍ୟମ କରିଥିଲେ ଶ୍ୱଶୁର । ତେଣୁ ଅଭିଯୁକ୍ତ ବୋହୂ ରାଗିଯାଇ ଶ୍ବଶୁରଙ୍କ ମୁଣ୍ଡକୁ କ୍ରିକେଟ୍ ବ୍ୟାଟରେ ତିନି ଥର ଆଘାତ କରିଥିଲେ ।
ପୋଲିସ କହିଛି ଯେ, ଆକ୍ରମଣ ସମୟରେ ପତିରାମ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆରତୀ ତାଙ୍କୁ ପୁନର୍ବାର ଆକ୍ରମଣ କରିଥିଲେ । ଏହାପରେ ପତିରାମ ତଳେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି । ଏହାପରେ ଆରତୀ ନିଜକୁ ପୋଲିସ କବଳରୁ ବଞ୍ଚେଇବା ପାଇଁ ଆରମ୍ଭ କରିଦେଇଥିଲେ କସରତ । ରକ୍ତ ଦାଗ ପୋଛିଦେବା ସହ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ପୋଷାକ ବଦଳାଇ ଦେଇଥିଲେ ଏବଂ ବ୍ୟାଟକୁ ଲୁଚାଇ ରଖିଥିଲେ । କିନ୍ତୁ, ସିସିଟିଭି ଭିଜୁଆଲ୍ ଆଧାରରେ ପ୍ରମାଣ ଯୋଗାଡ଼ କରି ଅଭିଯୁକ୍ତ ମହିଳାଙ୍କୁ ବାନ୍ଧିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)