• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଇପିଏଲ ସିଜିନ୍‌-୧୮ର ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ । ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧ ୱିକେଟ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦୁଇ ଯୁବ ତାରକାଙ୍କ ଧୁଆଁଧାର ବ୍ୟାଟିଂ ଦିଲ୍ଲୀ ଏକ ଅସମ୍ଭବ ମ୍ୟାଚ୍‌କୁ ନିଜ ନାଁରେ କରିଛି ।

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ସୂଚନା ଅନୁସାରେ ଆଜି ବିଶାଖାପାଟଣାରେ ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ତେବେ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ମିଚେଲ୍‌ ମାର୍ସ ଓ ନିକୋଲାସ୍ ପୁରନ ଦମଦାର ବ୍ୟାଟିଂ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହେବା ପରେ ଲକ୍ଷ୍ନୌ ଭଲ ଫିନିସ୍‌ କରିପାରିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ଲକ୍ଷ୍ନୌ ୨୦୯ ରନ୍‌ କରିଥିଲା । ଲକ୍ଷ୍ନୌ ପକ୍ଷରୁ ପୁରନ ୭୫ ଓ ମାର୍ସ ୭୨ ରନ୍‌ କରିଥିଲେ । ସେହିପରି ଦିଲ୍ଲୀ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ୩ଟି ଓ କୁଲଦୀପ ଯାଦବ ଦୁଇଟି ୱିକେଟ୍‌ ନେଇଥିଲେ ।

୨୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଥିଲା ଦିଲ୍ଲୀ । କିନ୍ତୁ ଆରମ୍ଭରୁ ୱିକେଟ୍‌ ଅକ୍ତିଆର କରି ଦିଲ୍ଲୀକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଲକ୍ଷ୍ନୌ । ମାତ୍ର ୬୫ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍‌ ହରାଇ ସାରିଥିଲା । ଏହା ପରେ ଟ୍ରିଷ୍ଟାନ୍‌ ଷ୍ଟବ୍ସ୍‌ ୩୪ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍‌ ଆଶୁତୋଷ ଶର୍ମା ଓ ବିପରାଜ୍‌ ନିଗମ । ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ୫୫ ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦିଲ୍ଲୀ ଏକ ଅସମ୍ଭବ ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା । ଦିଲ୍ଲୀ ପକ୍ଷରୁ ଆଶୁତୋଷ ମିଶ୍ର ଅପରାଜିତ ୬୬ ରନ୍‌ କରିଥିବା ବେଳେ ବିପରାଜ୍‌ ନିଗମ ୧୫ ବଲ୍‌ ୩୯ ରନ୍‌ କରିଥିଲେ ।