• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

delhi
ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ […]

  • Thursday, 01 July 2021
1
୩୦ ହଜାର ତଳକୁ ଖସିଲା ଦୈନିକ କରୋନା ପଜିଟିଭ୍ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ […]

  • Thursday, 01 July 2021
vaccine
ଜାନୁଆରୀରେ ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଜାନୁଆରୀରେ ଆସିପାରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି. କେ. ପଲ୍। ସେ କହିଛନ୍ତି ଅକ୍ସଫୋର୍ଡ, ଆଷ୍ଟ୍ରାଜେନେକା ଓ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ଫେଜ-୩ ପଞ୍ଜୀକରଣ ସରିଛି । ଆମ ଦେଶରେ ଯେଉଁ ଫେଜ୍-୩ ପରୀକ୍ଷା ହୋଇଛି ତାହାର ଫଳାଫଳ ଜାନୁଆରୀରେ ଜଣାପଡ଼ିବ । ତେବେ ଏହି ଟିକା ଅନ୍ୟ ଦେଶରେ ମଧ୍ୟ ପରୀକ୍ଷା ଚାଲିଛି। […]

  • Thursday, 01 July 2021
corona--vaccined
ଫାଇନାଲ୍‌ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ ୪୧ ହଜାରରୁ ଅଧିକ ଲୋକଙ୍କ ଦେହରେ ଟିକାର ଦୁଇଟି ଡୋଜ୍ ପ୍ରୟୋଗ କରିବା ପରେ ଏହି ରେଜଲ୍ଟ ଆସିଛି। ଫାଇଜର ଖୁବଶୀଘ୍ର ସର୍ବସାଧାରଣଙ୍କୁ ଟିକା ପ୍ରୟୋଗ ପାଇଁ […]

  • Thursday, 01 July 2021
kejariwal
ବଢ଼ିଲା ଜରିମାନା; ମାସ୍କ ନପିନ୍ଧିଲେ ଗଣିବେ ୨ ହଜାର

  ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ଜରିମାନା ୫୦୦ରୁ ୨ ହଜାରକୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସବୁବେଳେ ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। […]

  • Thursday, 01 July 2021
night curfew
ଆଜିଠୁ ଏହି ସହରରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ

ଅହମ୍ମଦାବାଦ: ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଅହମ୍ମଦାବାଦରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]

  • Thursday, 01 July 2021
vaccine
ଏପ୍ରିଲ ସୁଦ୍ଧା ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା !

ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି  ଟିକା ୨ଟି ଡୋଜର ଦାମ  ପ୍ରାୟ ହଜାରରୁ ୧୨ ଶହ ଟଙ୍କା  ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା। ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି […]

  • Thursday, 01 July 2021
night-curfue
୩ ସହରରେ ଲାଗିଲା ରାତ୍ରୀକାଳିନ କର୍ଫ୍ୟୁ

ଅହମଦାବାଦ: କରୋନା ଭାଇରସ ସଂଖ୍ୟା ବଢ଼ିବାରୁ ଗୁଜରାଟ ସରକାର ଗତକାଲି ଅହମଦାବାଦ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ। ଏବେ ଅହମଦାବାଦ ସହିତ ସୁରତ, ଭଦୋଦରା ଓ ରାଜକୋଟ୍‌ରେ ବି ରାତ୍ରୀକାଳିନ କର୍ଫ୍ୟୁ ଲଗାଇଛନ୍ତି ଗୁଜରାଟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ଏହି ୩ ସହରରେ ପାଇଁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବ। ଏନେଇ ଶୁକ୍ରବାର ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ୍‌ ସୂଚନା ଦେଇଛନ୍ତି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ […]

  • Thursday, 01 July 2021
interpoll
କରୋନାକୁ ନେଇ ଚାଲିଛି ବଡ଼ଧରଣର ଷଡ଼ଯନ୍ତ୍ର; ଖୁଲାସା କଲା ଇଣ୍ଟରପୋଲ୍‌

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ଆତଙ୍କରେ ଥରୁଛି। ଏହାର ପ୍ରକୋପରେ ୧୮୦ଟି ଦେଶର ଲୋକେ ପ୍ରଭାବିତ ହୋଇଛନ୍ତି। ଏବେ କରୋନାକୁ ନେଇ ଏକ ବଡ ଷଡଯନ୍ତ୍ର ସାମ୍ନାକୁ ଆସିଛି। ବିଶ୍ୱର ବଡ ବଡ ନେତାଙ୍କ ବିରୋଧରେ ଶତ୍ରୁମାନେ COVID-19 ପ୍ରୟୋଗ କରୁଛନ୍ତି। ଇଣ୍ଟରପୋଲ ସବୁ ଦେଶର ପ୍ରମୁଖ ଏଜେନ୍ସମାନଙ୍କୁ ଏ ନେଇ ଚେତାବନୀ ଦେଇ କହିଛି, ନେତାମାନଙ୍କ ପାଖକୁ କରୋନା ସଂକ୍ରମିତ ଚିଠି ଆସିବାର ଆଶଙ୍କା ରହିଛି। ବିଶେଷକରି ବିଶ୍ୱସ୍ତରୀୟ ନେତାଙ୍କୁ ଟାର୍ଗେଟ ରଖି ଏପରି […]

  • Thursday, 01 July 2021
coronavirus
ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ନୂଆ ମୃତ ସଂଖ୍ୟାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୨ ହଜାର ୭୨୬ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ […]

  • Thursday, 01 July 2021
moderna
ମହଙ୍ଗା ହୋଇପାରେ ମଡର୍ଣ୍ଣା ଟିକା

ଫ୍ରାଙ୍କଫର୍ଟ: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ପାଇଁ ଆଲୋଚନା ଚାଲିଛି। ପ୍ରତି ଡୋଜ୍‌ ପାଇଁ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ଟିକା ଯୋଗାଇ ଦିଆଯିବ ବୋଲି ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ୍‌ ଷ୍ଟିଭେନ୍ ବନ୍‌ସଲ୍‌ ସୂଚନା ଦେଇଛନ୍ତି। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୮୫୪ ଟଙ୍କାରୁ ୨୭୪୪ ଟଙ୍କା ମଧ୍ୟରେ ରହିବ। ୟୁରୋପୀୟ […]

  • Thursday, 01 July 2021
pfizer
ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏନେଇ ଘୋଷଣା କରିଛି ଆମେରିକାର ଫାଇଜର ଫାର୍ମା କଂପାନି। ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ଜର୍ମାନୀର ବାଇନଟେକ୍‌ କମ୍ପାନୀ ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । ଏହାର ବ୍ୟବହାର ପାଇଁ ଏକ ଆବେଦନ ମଧ୍ୟ ହୋଇସାରିଛି।  କଂପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ […]

  • Thursday, 01 July 2021
odisha
ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ୪ ରାଜ୍ୟକୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଠାରେ ବର୍ତ୍ତମାନର କରୋନା ସ୍ଥିତି, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଚାଳନା ସହ ସ୍ଥିତି ନିୟନ୍ତ୍ରଣ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ […]

  • Thursday, 01 July 2021
vaccine
ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭାକ୍ସିନକୁ ନେଇ ଆସିଲା ଖୁସି ଖବର।  ଆସନ୍ତା ଜାନୁଆରୀ ସୁଦ୍ଧା କରୋନା ଟିକା କୋଭିସିଲ୍ଡର ଶହେ ମିଲିୟନ୍ ଡୋଜ୍ ପ୍ରସ୍ତୁତ ହୋଇ ସାରିଥିବ। ଅର୍ଥାତ ୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ କୋଭିସିଲ୍ଡର ୧୦ କୋଟି ଡୋଜ୍ ପ୍ରସ୍ତୁତ କରିବ।  ଏନେଇ ସୂଚନା ଦେଇଛନ୍ତି ସେରମ୍ ଇନ୍‌ଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରୋନା ଟିକା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି ପୁନାୱାଲା। ସେ କହିଛନ୍ତି, ପୂର୍ବ ସୂଚନା ମୁତାବକ […]

governer
କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡ଼ୁନ୍‌: ଉତ୍ତାରାଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରାଖଣ୍ଡର ଗଭର୍ଣ୍ଣର ବେବି ରାନୀ ମୌର୍ଯ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ଆଇସୋଲେସନରେ ରହିଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସୋମବାର ବେବୀ ରାନୀ ମୌର୍ଯ୍ୟ ଋଷିକେଷ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ଜଣେ ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ନିଜର କରୋନା ଟେଷ୍ଟ […]

  • Thursday, 01 July 2021
moid
କରୋନା ଟିକା ନେଇ କ'ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ଦେଶର କୋଭିଡ-୧୯ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ଦେଶରେ କୋଭିଡ ସ୍ଥିତି ଭଲ ରହିଛି। କେତେକ ସ୍ଥାନରେ କରୋନା ସ୍ଥିତି ବଢ଼ିନାହିଁ ବୋଲି ଅନ୍‌ଲାଇନ୍ ବୈଠକରେ ପରେ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି “କେନ୍ଦ୍ର ଓ ରାଜ୍ୟର ମିଳିତ ପଦକ୍ଷେପରେ ଭାରତ ବର୍ତ୍ତମାନ ମୃତ୍ୟୁ ଓ ସୁସ୍ଥ ହାରରେ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଭଲ ସ୍ଥିତିରେ ରହିଛି।” ସେହିପରି କୋଭିଡ-୧୯ […]

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍। ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାକୁ ନେଇ ଏବେ ଏପରି କିଛି ନୂଆ ସାମ୍ନାକୁ ତଥ୍ୟ ଆସିଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡର ରିସର୍ଚ୍ଚ ଅନୁସାରେ, ବ୍ୟାଙ୍କରୁ ଦିଆଯାଉଥିବା ନୋଟ୍‌ରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍‌ ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ପାଖରୁ ନୋଟ୍, ଭୂତାଣୁ ସଂସ୍ପର୍ଶରେ ‌ଆସେ ତେବେ ଏହା କେବଳ କିଛି ଘଣ୍ଟା ପାଇଁ ସକ୍ରିୟ […]

  • Thursday, 01 July 2021
unlocke
କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

ନୂଆଦିଲ୍ଲୀ: ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରାଳୟ। ଏଥଅ କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଅଧିକ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯାଇଛି। ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ କର୍ଫ୍ୟୁ […]

covid hospital
କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ଗାନ୍ଧିନଗର: ଗୁଜରାଟ ରାଜକୋଟ ସ୍ଥିତ ଶିବାନନ୍ଦ କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ହସ୍ପିଟାଲ୍‌ର ଆଇସିୟୁରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଆଇସିୟୁରେ ୧୧ଜଣ କରୋନା ଆକ୍ରାନ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଥିଲା ତାହା ଜଣାପଡ଼ି […]

  • Wednesday, 30 June 2021
sleeep
ରାତିରେ ନଖାଇ ଶୋଇଲେ ଶରୀରରେ ଦେଖାଦେବ ଏସବୁ ସମସ୍ୟା

ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ…

  • Wednesday, 30 June 2021
lau-chana
ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ…

  • Wednesday, 30 June 2021
corona-virus
ଦେଶରେ ଏବେ ବି ଗମ୍ଭୀର କରୋନା ସ୍ଥିତି

ନୂଆଦିଲ୍ଲୀ: ଏବେ ବି ଦେଶରେ କରୋନା ସ୍ଥିତି ଗମ୍ବୀର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୬ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୨,୯୨୦ ହୋଇଛି। ସେହିଭଳି ୪୯୬ ନୂଆ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୬,୬୯୬କୁ ବୃଦ୍ଧି ହୋଇଛି। ସେହିଭଳି ୪,୫୫,୯୫୬ ଆକ୍ଟିଭ୍ କେସ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ  ସୂଚନା ଦେଇଛି। ଗତ […]

  • Wednesday, 30 June 2021
serum
ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍‌ଡ ନେଇଥିବା ସ୍ୱେଚ୍ଛାସେବୀଙ୍କ ବିରୋଧରେ ହୋଇଛି ୧୦୦ କୋଟିର ମାନହାନି ମୋକଦ୍ଦମା।  କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ କରିବାରୁ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟ୍ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛି । ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅପରିପକ୍ୱ କହି ସେରମ ଇନଷ୍ଟିଚ୍ୟୁଟ୍ ମୋକଦ୍ଦମା କରିଛି। ଏକ ଘରୋଇ ଟିଭି ଚ୍ୟାନେଲକୁ ବିବୃତି ଦେଇ ସେରମ  […]

  • Wednesday, 30 June 2021
modi-12
କୋଭିଡ ଟିକା ପ୍ରସ୍ତୁତକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ଟିକା ପ୍ରସ୍ତୁତକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନ୍ସିଂରେ ହୋଇଛି ଏହି ଆଲୋଚନା। ଜେନୋଭା ବାଓଫାର୍ମାସୁଟିକାଲ୍, ବାଓଲଜିକାଲ-E ଏବଂ ଡର ରେଡ୍ଡି କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଭ୍ୟାକସିନ୍ ନିର୍ମାଣରେ ଲାଗିଥିବା ବୈଜ୍ଞାନିକ ଓ ଗବେଷକଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ। ଖାଲି ଭ୍ୟାକସିନ୍ ନିର୍ମାଣ ନୁହେଁ ଏହାକୁ ସାଧାରଣଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବି କମ୍ପାନିକୁ ଗୁରୁତ୍ୱ ଦେଇଛନ୍ତି। ଏହାସହ […]

  • Wednesday, 30 June 2021