• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତ୍ରିକୋଣାସନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧିୟ ସମସ୍ୟା ଦୂର ହୋଇଥାଏ

  • ତାଡାସନ କରିବା ଦ୍ୱାରା ଫୁସଫୁସର କ୍ଷମତା ବଢିଥାଏ

କଥାରେ ଅଛି ରୋଗ ପାଇଁ ଯୋଗ । ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।

  • ତ୍ରିକୋଣାସନ-ଏହି ଆସନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧିୟ ସମସ୍ୟା ଦୂର ହୋଇଥାଏ । ଏହି ଆସନ କରିବା ପାଇଁ ସିଧା ଠିଆ ହୋଇ ଯାଆନ୍ତୁ । ଏହାପରେ ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ଧୀରେ ଧୀରେ ପ୍ରଶ୍ୱାସ ଛାଡ଼ନ୍ତୁ । ଏହାପରେ ଗୋଟିଏ ହାତ ତଳକୁ ଆଣି ପାଦକୁ ଛୁଅନ୍ତୁ ଓ ଅନ୍ୟ ହାତଟିକୁ ଉପରକୁ ଟେକନ୍ତୁ ।
  • ତାଡାସନ-ଏହି ଆସନ କରିବା ଦ୍ୱାରା ଫୁସଫୁସର କ୍ଷମତା ବଢିଥାଏ । ଏହି ଆସନ ପାଇଁ ଆପଣ ସିଧା ସଳଖ ଠିଆ ହୋଇ ନିଜ ହାତକୁ ଉପରକୁ ଟେକି ଟାଣି ହୁଅନ୍ତୁ ,ସେହି ସମୟରେ ରେସ୍ପିରେଟୋରି ସିଷ୍ଟମରେ ଅକ୍ସିଜେନ ପାଇଁ ଅଧିକ ସ୍ଥାନ ପ୍ରସ୍ତୁତ ହୋଇଥାଏ l ଏହାଦ୍ୱାରା ଫୁସଫୁସର କ୍ଷମତା ମଧ୍ୟ ବଢିଥାଏ ।
  • ବୃକ୍ଷାସନ-ଏହି ଆସନ କରିବା ଦ୍ୱାରା ମନରେ ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ । ଏହି ଆସନ କରିବା ପାଇଁ ଗୋଟିଏ ଗୋଡ଼ରେ ଠିଆ ହୋଇ ଦୁଇ ହାତକୁ ଉପରକୁ ଟେକି ନମସ୍କାର ମୁଦ୍ରାରେ ଠିଆ ହୁଅନ୍ତୁ । ଏହି ସ୍ଥିତିରେ ଯାଇ ଦୀର୍ଘ ନିଶ୍ୱାସ ନିଅନ୍ତୁ l ତା ପରେ ସାମାନ୍ୟ ସ୍ଥିତିରେ ଫେରି ପ୍ରଶ୍ୱାସ ଛାଡ଼ନ୍ତୁ ।
  • ମତ୍ସ୍ୟାସନ-ଏହି ଆସନ କରିବା ଦ୍ୱାରା ଫୁସଫୁସକୁ ଆକ୍ସିଜେନ୍ ଯିବା ପାଇଁ ଅଧିକ ସ୍ଥାନ ମିଳିଥାଏ । ଆପଣ ପ୍ରଥମେ ଚକାମାଡ଼ି ବସନ୍ତୁ ଏହାପରେ ଆପଣଙ୍କ ମୁଣ୍ଡକୁ ପଛପଟକୁ ନୁଆଁନ୍ତୁ । ଧୀରେ ଧୀରେ ଚଟାଣରେ ଲଗାଇ ନିଅନ୍ତୁ l ଏହାପରେ ଛାତି ଉପରକୁ ଉଠି ରହିଥାଏ ।
  • ବଳାସନ-ଏହି ଆସନ କରିବା ଦ୍ୱାରା ଫୁସଫୁସ ସୁସ୍ଥ ରହିବା ସହିତ ଶ୍ୱାସ ନାଳିରେ ଠିକ୍ ଭାବରେ ଅକ୍ସିଜେନ ଗ୍ରହଣ କରି ହୋଇଥାଏ । ଏହି ଆସନ କରିବା ପାଇଁ ପ୍ରଥମେ ଚଟାଣରେ ଆଣ୍ଠୁ ମାଡି ବସି ପଡନ୍ତୁ ,ଯେପରି ଵଜ୍ରସାନରେ ବସନ୍ତି l ଏହାପରେ ଆଗକୁ ଧୀରେ ଧୀରେ ନଇଁ ପଡି ମୁଣ୍ଡକୁ ତଳକୁ ନୁଆନ୍ତୁ । ଏହା ପରେ ହାତ ଦୁଇଟିକୁ ନେଇ ଗୋଇଠି ସିଧାରେ ରଖନ୍ତୁ l