Advertisment

କାହିଁକି ପାଳନ କରାଯାଏ “ବିଶ୍ୱ ଗଣ୍ଠିବାତ ଦିବସ ”?

ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ

author-image
Sarbeswar
world Arthritis

world Arthritis

ଭୁବନେଶ୍ୱର: ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ। ଗଣ୍ଠିବାତ ରୋଗ ଓ ଏହାର ଚିକିତ୍ସା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷର ଅକ୍ଟୋବର ୧୨ ତାରିଖକୁ “ବିଶ୍ୱ ଗଣ୍ଠିବାତ ଦିବସ ” ବା world Arthritis ଭାବରେ ପାଳନ କରାଯାଏ।

Advertisment

ଭୁବନେଶ୍ୱର ସହିଦ୍‌ନଗର ସ୍ଥିତ ଓଡ଼ିଶା ଆର୍ଥ୍ରାଇଟିସ୍‌ ଓ ରୁମାଟୋଲୋଜି ସେଂଟର ସଂକ୍ଷେପରେ ଗଣ୍ଠିବାତ ଓ ରୁମାଟୋଲୋଜି ରୋଗୀମାନଙ୍କ ପାଇଁ ଓଡ଼ିଶା ତଥା ପୂର୍ବଭାରତର ଅଗ୍ରଣୀ ଚିକିତ୍ସା କେନ୍ଦ୍ର ରୂପେ କାର୍ଯ୍ୟ କରିଆସୁଛି। ଖୁବ୍‌ କମ ଦିନରେ ଓଡ଼ିଶା ଓ ଏହାର ପଡୋଶୀ ରାଜ୍ୟର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଉନ୍ନତ ମାନର ଚିକିତ୍ସା ଯୋଗାଇ ସୁନାମ ଅର୍ଜନ କରିପାରିଛି। ଏଠାରେ ରୋଗୀମାନଙ୍କୁ ଖ୍ୟାତସମ୍ପନ୍ନ, ଅନୁଭବି ରୁମାଟୋଲଜିଷ୍ଟ ଡାକ୍ତରଙ୍କ ପରାମର୍ଶ ସହ, ଉନ୍ନତ ମାନର ଲାବୋରଟାରୀ ଦ୍ୱାରା ଉକ୍ତ ରୋଗ ସମ୍ବନ୍ଧୀୟ ଆବଶ୍ୟକୀୟ ରକ୍ତ ପରୀକ୍ଷା ଓ ଏକ୍ସରେ କରାଇ କମ୍‌ ସମୟରେ ଓ କମ୍ ଖର୍ଚ୍ଚରେ ଦୁଃସାଧ୍ୟ ଗଣ୍ଠିବାତ ରୋଗର ଚିହ୍ନଟ ଓ ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। ଆମ ରାଜ୍ୟରେ ଗଣ୍ଠିବାତ ରୋଗ ଚିକିତ୍ସା କ୍ଷେତ୍ରରେ ସଚେତନତା ଅଭାବ ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି OARC ର ଚିକିତ୍ସା ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ମତ ରଖିଛନ୍ତି।

Advertisment

ଲୋକମାନଙ୍କ ମଧ୍ୟରେ ଉକ୍ତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଅକ୍ଚୋବର ୧୨ ତାରିଖ ସକାଳ ୮ ଘଟିକାରୁ ୧୦ ଟା ପର୍ଯ୍ୟନ୍ତ A Walk For Arthirists ରାଲି OARC ପକ୍ଷରୁ କରାଯାଇଛି। ଦାରିଦ୍ର ସୀମାରେଖା ତଳେ ଥିବା ବହୁ ଲୋକ ଅର୍ଥାଭାବ ଓ ସରକାରୀ ସୁବିଧା ଅଭାବ ଯୋଗୁଁ ଗଣ୍ଠିବାତ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଲେ ମଧ୍ୟ ରୁମାଲୋଟଜିଷ୍ଟ ବା ବିଶେଷଜ୍ଞ ଡାକ୍ତରମାନଙ୍କର ପରାମର୍ଶ ନେବାରେ ବିଫଳ ହୋଇଛନ୍ତି ଓ ବିକଳଙ୍ଗତା ଏବଂ ଅକର୍ମଣ୍ୟର ଶିକାର ହୋଇ କାର୍ଯ୍ୟକ୍ଷମତା ହରାଇ ଯନ୍ତ୍ରଣାରେ କାଳତିପାତ କରୁଛନ୍ତି।

ଏ ଅବସରରେ ରୋଗୀମାନଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଓଡ଼ିଶା ଆର୍ଥ୍ରାଇଟିସ୍‌, ରୁମାଟୋଲୋଜି ଫାଉଣ୍ଡେସନ୍‌ ଓ ଟ୍ରଷ୍ଟ ପକ୍ଷରୁ ପ୍ରତି ମାସରେ ପ୍ରଥମ ଗୁରବାର ଏକ ଟଙ୍କା ଦେୟ ଗଣ୍ଠିବାତ ଚିକିତ୍ସାର ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ଯେଉଁଥିରେ ପ୍ରତ୍ୟେକ ମାସରେ ଶତାଧିକ ଗରିବ ରୋଗୀ ଉପକୃତ ହୋଇପାରିବେ ବୋଲି ଏହାର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡା ଜ୍ୟୋତି ରଞ୍ଜନ ପରିଡ଼ା କହିଛନ୍ତି।

ଏହା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟ, ସମ୍ମାନିତ ଅତିଥୀ ଭାବେ ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡଃ ସଂଯୁକ୍ତା ମହାପାତ୍ର, ସିପିଜିଏର ଅଧ୍ୟକ୍ଷ ଶ୍ରୀଯୁକ୍ତ ତେଜେଶ୍ୱର ପରିଡ଼ା ଆଦି ଭାଗ ନେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଗଣ୍ଠିବାତ ରୋଗରେ ପୀଡ଼ିତ ବିଭିନ୍ନ ରୋଗୀ ସେମାନଙ୍କ ଜୀବନ ଅନୁଭୂତି ବ୍ୟାଖ୍ୟା କରିବା ସହ ରୁମାଟୋଲଜି ବିଭାଗରେ ହିଁ ଗଣ୍ଠିବାତର ଚିକିତ୍ସା ସମ୍ଭବ ବୋଲି ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।

Bhubaneswar Odisha OARC
Advertisment
Advertisment